ଭୁବନେଶ୍ବର: ବାଲ୍ୟ ବିବାହ ରୋକିବାରେ ଗୋଟିଏ ହିଁ ବାଟ ଶିକ୍ଷା । ପ୍ରତ୍ୟେକ କିଶୋରୀ ଶିକ୍ଷିତ ହେଲେ ବାଲ୍ୟ ବିବାହ ରୋକ ଯାଇପାରିବ। କେମିତି ରୋକା ଯାଇପାରିବ ବାଲ୍ୟବିବାହ ଓ ଶିଶୁ ,ମହିଳା ଚାଲାଣ ପ୍ରସଙ୍ଗକୁ ନେଇ ରାଜ୍ୟସ୍ତରୀୟ ସେମିନାର କରାଯାଇଛି। ବାଲ୍ୟ ବିବାହ ରୋକିବାରେ ଗୋଟିଏ ହିଁ ବାଟ ଶିକ୍ଷା । ପ୍ରତ୍ୟେକ ବାଳିକା ଓ କିଶୋରୀ ଶିକ୍ଷିତ ହେଲେ ବାଲ୍ୟ ବିବାହ ରୋକା ଯାଇପାରିବ ବୋଲି ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ।
ଏହା ବି ପଢନ୍ତୁ...ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ ଆରମ୍ଭ, ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ
ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, "ପ୍ରତ୍ୟେକ ବାଳିକା ଓ କିଶୋରୀ ଶିକ୍ଷିତ ହେଲେ ବାଲ୍ୟ ବିବାହ ରୋକ ଯାଇପାରିବ। ଶିଶୁ ଶ୍ରମିକ କୋଉଁଠି ଥିବାର ଖବର ଦେଲେ ମଧ୍ୟ ଆମେ ସେଠି ତାଙ୍କୁ ଉଦ୍ଧାର କରିବା ସହ ତାଙ୍କ ଭବିଷ୍ୟତ କିପରି ଉଜ୍ବଳ ହେଇପାରିବ ତାହା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ବିଭିନ୍ନ ବାଳିକା ବିଦ୍ୟାଳୟ ଖୋଲା ଯାଇଛି ଯାହା ଦ୍ଵାରା ଅନେକ ବାଳିକା ପାଠ ପଢ଼ିବାର ସୁଯୋଗ ପାଉଛନ୍ତି ।" ସେହିଭଳି ବିଭିନ୍ନ ସୁବିଧା ଓ ସେମାନଙ୍କ ସହଯୋଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମସ୍ତେ ସଚେତନ ହେଲେଣି । ଓଡ଼ିଶାରେ ବାଲ୍ୟ ବିବାହର ହାର ମଧ୍ୟ ଜାତୀୟ ହାର ଠାରୁ କମ୍ ରହିଛି ବୋଲି କହିଛନ୍ତି ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।
ଜାତୀୟ ହାର ୨୬.୮ ଥିବା ବେଳେ ଓଡ଼ିଶାରେ ୨୧.୩ ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ବାଳିକା ବିଦ୍ୟାଳୟ ଅନାଥ ପିଲାଙ୍କ ପାଇଁ ଆଶ୍ରମ କରାଯାଇଛି । ଯେଉଁଠି କି ସେମାନେ ଅନେକ ପ୍ରକାରର ପାରଦର୍ଶିତା ଅର୍ଜନ କରି ପୁରସ୍କୃତ ହୋଇଛନ୍ତି। ପିଲାମାନେ ଅନେକ ମାତ୍ରରେ ଶିକ୍ଷିତ ହୋଇଥିବାରୁ ବାଲ୍ୟ ବିବାହ ରୋକା ଯାଇପାରିବ। ପ୍ରତି ଜିଲ୍ଲାରେ ମହିଳା ଶିଶୁ ଡେକ୍ସ ରହିଛି। ଅନେକ ସ୍ଥାନରେ ୱାନ ଷ୍ଟପ ସେଣ୍ଟର ସଖୀ ମଧ୍ୟ ରହିଛି। ପୂର୍ବରୁ ଅନେକ ମହିଳା ଶିଶୁମାନେ ଥାନାକୁ ଡରୁଥିଲେ। ଯାହା ଫଳରେ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟୁଥିଲା । ବର୍ତ୍ତମାନ ସମୟରେ ଏଭଳି ସ୍ଥିତିରେ ପରିବର୍ତ୍ତନ ଘଟିଛି ।
ଅନ୍ୟପଟେ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, "କିଭଳି ଭାବରେ ମାଆ, ଶିଶୁମାନେ ସମାଜରେ ସୁରକ୍ଷିତ ରହିବେ ସେନେଇ ଅନେକ କାର୍ଯ୍ୟ କରାଯାଉଛି । ରାଜ୍ୟରେ ମହିଳା ଓ ଶିଶୁ ଚୋରା ଚାଲାଣ ବିଶେଷ ଭାବରେ ବାହାର ରାଜ୍ୟକୁ କରାଯାଇଥାଏ । ୟୁପିକୁ ଓଡ଼ିଶା, ବିହାର ଭଳି ରାଜ୍ୟର ବାଳିକାମାନଙ୍କୁ ଚାଲାଣ କରାଯାଉଛି । ତେବେ ଏମାନଙ୍କଠାରୁ ବର୍ତ୍ତିବାକୁ ହେଲେ ଶିକ୍ଷିତ ଓ ଶିକ୍ଷାକୁ ଗୁରୁତ୍ଵ ଦେବାକୁ ପଡ଼ିବ। ବାଲ୍ୟ ବିବାହ ରୋକିବାରେ ମଧ୍ୟ ଏକ ମାତ୍ର ବାଟ ହେଉଛି ଶିକ୍ଷା ।''
ଇଟିଭି ଭାରତ, ଭୁବନେଶ୍ବର