ETV Bharat / state

Dharmendra Death Mystery: ମନ୍ତ୍ରୀଙ୍କ ସମ୍ପୃକ୍ତିରୁ ତଦନ୍ତ ବାଟବଣା ! କାହିଁକି ପୋଲିସ ଚୁପ ? - ମନ୍ତ୍ରୀ ସମ୍ପୃକ୍ତିରୁ ତଦନ୍ତ ବାଟବଣା

ପୂର୍ବତନ ଜିଲ୍ଲା ପରିଷଦ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟରୁ ଉଠିପାରୁନାହିଁ ପରଦା । ପୋଲିସ ସ୍କାନରରେ ଏବେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଦୁଇ ସହଯୋଗୀ । ଅଧିକ ପଢ଼ନ୍ତୁ

Police investigation allegedly misguided due to involvement of Samir Dash said congress
Dharmendra Death Mystery: ମନ୍ତ୍ରୀ ସମ୍ପୃକ୍ତିରୁ ତଦନ୍ତ ବାଟବଣା, କାହିଁକି ପୋଲିସ ଚୁପ ?
author img

By

Published : Oct 19, 2022, 9:27 PM IST

ଭୁବନେଶ୍ବର: ଗୋପ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଧର୍ମେନ୍ଦ୍ର ସାହୁ ନିଜ ମୃତ୍ୟୁ ପାଇଁ ୫ ଜଣଙ୍କୁ ଦାୟୀ କରିଥିଲେ, ଯେଉଁଥିରେ ସର୍ବାଗ୍ରେ ରହିଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଗଣଶିକ୍ଷାମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ । ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ଭାଣେଜି କୁହାଯାଉଥିବା ବିନ୍ଦାସ ଚିନୁଙ୍କୁ ମଧ୍ୟ ପୋଲିସ ପଚରାଉଚରା କରି ଛାଡ଼ି ଦେଇଛି । ମନ୍ତ୍ରୀ କେବେ ପୋଲିସ ପଚରାଉଚରା କରିବ ତାହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ ।

Dharmendra Death Mystery: ମନ୍ତ୍ରୀ ସମ୍ପୃକ୍ତିରୁ ତଦନ୍ତ ବାଟବଣା, କାହିଁକି ପୋଲିସ ଚୁପ ?

ସନ୍ଦେହ ଘେରରେ ପୋଲିସର ତଦନ୍ତ

ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସ ସ୍କାନରରେ ଏବେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଧର୍ମେନ୍ଦ୍ର ପତ୍ନୀ ଓ ଦୁଇ ସହଯୋଗୀ ରହିଛନ୍ତି । ବିନ୍ଦାସ ଚିନୁକୁ ପୋଲିସ ପଚରାଉଚରା କରିଥିଲା । କିନ୍ତୁ ତାଙ୍କୁ ଗିରଫ କରିନଥିଲା ପୋଲିସ । ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ମୃତ୍ୟୁ ପୁର୍ବରୁ ଧର୍ମେନ୍ଦ୍ର ଫୋନ୍‌ରେ କଥା ହୋଇଥିଲେ । ଏହାକୁ ପୋଲିସ ଗୁରୁତ୍ୱର ସହ ନେଇଥିବା ମନେ ହେଉନାହିଁ । କାହିଁକି ବିନ୍ଦାସ ଚିନୁକୁ ଅଭିଯୁକ୍ତ କରାଯାଉନାହିଁ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ ।

ସାମ୍ବାଦିକ ଅକ୍ଷୟ ନାୟକ କହିଛନ୍ତି, "ପୋଲିସ ତଦନ୍ତ ଆଦୌ ସନ୍ତୋଷଜନକ ନୁହେଁ । କାରଣ ଏତେ ଦିନ ବିଳମ୍ବ ହେଲାଣି । ମୋଠାରୁ ମୋବାଇଲ ନେଇ ଅଡିଓ ଶୁଣି ବିନ୍ଦାସ ଚିନୁକୁ ପଚରାଉଚରା କରିଥିଲା ପୋଲିସ । ଏପର୍ଯ୍ୟନ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ଜେରା କରାଯାଉନାହିଁ କାହିଁକି ? କେଉଁଠି ନା କେଉଁଠି ପୋଲିସ ତଦନ୍ତ ଉପରେ ଚାପ ପଡ଼ୁଛି । ସାଧାରଣ ଲୋକଟିଏ ହୋଇଥିଲେ ପୋଲିସ କେବେ ବି ଏଭଳି ଆଭିମୁଖ୍ୟ ଗ୍ରହଣ କରିନଥାନ୍ତା । ପୋଲିସ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି । ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଧର୍ମେନ୍ଦ୍ର ଯେଉଁମାନଙ୍କ ନାମ ନେଇଛନ୍ତି ତାଙ୍କୁ ଗିରଫ କରାଯାଉଛି ।"

କଂଗ୍ରେସର ଅସନ୍ତୋଷ

ସେପଟେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରେସ ମଧ୍ୟ ଅସନ୍ତୋଷ ଜାହିର କରିଛି । ଶାସକ ଦଳର ନେତା ହୋଇଥିବାରୁ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛି କଂଗ୍ରେସ । ବିନ୍ଦାସ ଚିନୁକୁ ଛାଡି ଦେଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଏବଂ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ମୃତ୍ୟୁ ସହ ସମ୍ପର୍କ ରହିଥିବା ନେଇ ଫୋନ୍‌ରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହିଥିଲେ ଧର୍ମେନ୍ଦ୍ର । ଜଣଙ୍କୁ ଜେରା କରିବା ପାଇଁ ଏତିକି ଅଭିଯୋଗ ଯଥେଷ୍ଟ । ହେଲେ ପୋଲିସ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କୁ ଜେରା କରୁନାହିଁ ବୋଲି କହିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ ।

ଲଲାଟେନ୍ଦୁ ଦାସ କହିଛନ୍ତି, "କିନ୍ତୁ ଶାସକ ଦଳର ଏହି ପ୍ରଭାବଶାଳୀ ମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକାଠି କରି ପାଓ୍ବାର ସୋ କରୁଛନ୍ତି । ମଳିନ ପଡିଥିବା ଚେହେରାକୁ ସଫାସୁତୁରା କରିବାକୁ ଚେଷ୍ଟା କରୁଛନ୍ତି । ପୋଲିସ ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରି ତଦନ୍ତ ଆଗକୁ ବଢାଇବା ଦରକାର । ପୋଲିସର ତଦନ୍ତ ଆଗକୁ ବଢ଼ୁନାହିଁ । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଜଣେ ସାମ୍ବାଦିକ ସହ କଥା ହୋଇ କିଛି ବ୍ୟକ୍ତିବିଶେଷଙ୍କୁ ଦାୟୀ କରିଥିଲେ ଧର୍ମେନ୍ଦ୍ର ସାହୁ । ଏହାକୁ ନେଇ ସାମ୍ବାଦିକ ଅକ୍ଷୟ ନାୟକ ଖୋଲାଖୋଲି ଭାବରେ ବିବୃତ୍ତି ଦେଇଛନ୍ତି । ଏହାପରେ ମଧ୍ୟ ମନ୍ତ୍ରୀଙ୍କୁ ଜେରା କରୁନାହିଁ ପୋଲିସ । ମନ୍ତ୍ରୀ ଏଥିରେ ନିଶ୍ଚିତ ଭାବରେ ସମ୍ପୃକ୍ତ ଅଛନ୍ତି ।"

ଦିନ ଗଡି ଗଡି ଚାଲିଛି । ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଉଛି । କେଉଁ ପରିସ୍ଥିତିରେ କାହା ଚାପରେ ଆସି ସେ ମୃତ୍ୟୁବରଣ କଲେ, ତାହା ଏବେବି ଅସ୍ପଷ୍ଟ । ଧର୍ମେନ୍ଦ୍ରଙ୍କ ମୋବାଇଲରେ ଏମିତି କି ଭିଡିଓ ଥିଲା ? ପୋଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ଆବଶ୍ୟକ । ବିନ୍ଦାସ ଚିନୁକୁ କେବଳ ଲୋକ ଦେଖାଣିଆ ଜେରା ହୋଇନାହିଁ ତ ? ତାକୁ ଗିରଫ କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ । ପୋଲିସ ଏହି ମୃତ୍ୟୁର ରହସ୍ୟର ଖିଅ ଖୋଜି ପାଇବ ନା କାହା ଚାପରେ ଚୁପ ରହି ତଦନ୍ତକୁ ରଫା ଦଫା କରିବ ତାହାକୁ ଅପେକ୍ଷା !

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.