ETV Bharat / state

Tortured By IPS Officer's wife: ବାବୁଆଣୀଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ?

author img

By ETV Bharat Odisha Team

Published : Aug 24, 2023, 7:20 AM IST

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣାରେ ଆରମ୍ଭ ହୋଇଯାଇଛି ରାଜନୀତି । ଡିଆଇଜିଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଘଟଣା
ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଘଟଣା
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା

ଭୁବନେଶ୍ବର: ଅନୁଗୋଳର ମହିଳା ହୋମଗାର୍ଡଙ୍କୁ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ନିର୍ଯାତନା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ଘଟଣା ଲୋକଲୋଚନକୁ ଆସିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ଏହି ଘଟଣା ସର୍ବସାଧାରଣକୁ ଆସିବାର ୩ ଦିନ ବିତିଯାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀ ସରକାରଙ୍କୁ ଘେରି ଥିବାବେଳେ ଜବାବ ରଖିଛି ବିଜେଡି । ଅଭିଯୋଗ ହୋଇଥିଲେ ବି ଆଇପିଏସ ଅଧିକାରୀ ବ୍ରିଜେଶ ରାୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାକୁ ନେଇ ରାଜନୀତି ତେଜିଛି । ଏପରିକି ଏହି ଘଟଣାରେ ଡିଆଇଜିଙ୍କ ପତ୍ନୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିନି ଓଡ଼ିଶା ପୋଲିସ ।

‘ଘଟଣାକୁ ଚାପି ଦେବାକୁ ପ୍ରୟାସ’: ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ସରକାରଙ୍କୁ ଘେରିବା ଆରମ୍ଭ କଲେଣି । ବିଜେପିର ଏକ ମହିଳା ପ୍ରତିନିଧି ଟିମ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି । ମହିଳା ହୋମଗାର୍ଡଙ୍କୁ କ୍ଷତିପୂରଣ, ଦୋଷୀ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । କେବଳ ଡିଆଇଜିଙ୍କୁ ବଦଳି କରି ରାଜ୍ୟ ସରକାର ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଏହାମଧ୍ୟ ପଢନ୍ତୁ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ଡିଆଇଜି ପତ୍ନୀଙ୍କ ଗିରଫ ଦାବି କଲା କଂଗ୍ରେସ: ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ଡିଆଇଜିଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ କେସ୍ ହେବା କଥା । ତାଙ୍କୁ ଗିରଫ କରିବା କଥା । ଗିରଫ ନକରି କେବଳ ଡିଆଇଜିଙ୍କୁ ବଦଳି କରିଛନ୍ତି ସରକାର । ରାଜ୍ୟରେ ବଡ଼ ଅଫିସରଙ୍କ ଲାଗି ଗୋଟେ ଆଇନ ଓ ତଳିଆ ଅଫିସରଙ୍କ ପାଖରେ ଆଉ ଗୋଟେ ଆଇନ । ତୁରନ୍ତ ଡିଆଇଜିଙ୍କ ପତ୍ନୀକୁ ଗିରଫ କରାଯାଉ । ହୋମଗାର୍ଡମାନେ ବଡ଼ ବାବୁଙ୍କ ଘରେ କାମ କରିବା କଥା ନୁହେଁ । ତାଙ୍କର ଅଲଗା କାର୍ଯ୍ୟ ରହିଛି ।

ଜବାବ ରଖିଲା ବିଜେଡି: ବିରୋଧୀ ସରକାରଙ୍କୁ ଘେରି ଥିବାବେଳେ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଯିଏ ଭୁଲ କଲେ ତାଙ୍କ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବେ । ଏଥିରେ ଦ୍ଵିଧା କରିବାର କ'ଣ ଅଛି । ତ୍ରୁଟି ଥିଲେ ନବୀନ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତି । ତାଙ୍କର ବରିଷ୍ଠ ଅଧିକାରୀ ଅଛନ୍ତି । ଆଇଜି, ଏଡିଜି ଓ ଡିଜି ଅଛନ୍ତି । ସେମାନେ ଘଟଣାକୁ ଅନୁଶୀଳନ କରୁଥିବେ । ତାଙ୍କୁ ସ୍ଥାନାନ୍ତର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.