ETV Bharat / state

ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ସତ୍ୟର ଜୟ କହିଲେ ଜୟଦେବ, ଗଣତନ୍ତ୍ରର ସମ୍ମାନ ବୃଦ୍ଧି କହିଲେ ପଞ୍ଚାନନ

author img

By

Published : Aug 7, 2023, 9:03 PM IST

ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ସତ୍ୟର ଜୟ ବୋଲି କହିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଯେଉଁମାନେ ରାହୁଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ, ତାଙ୍କ ମୁହଁରେ ସୁପ୍ରିମକୋର୍ଟଙ୍କ ରାୟ କଳା ବୋଳି ଦେଲା ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ସତ୍ୟର ଜୟ
ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ସତ୍ୟର ଜୟ

ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ସତ୍ୟର ଜୟ

ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା କଂଗ୍ରେସ କର୍ମୀଙ୍କ ମହଲରେ ଯେତିକି ଉତ୍ସାହ ଫେରାଇ ଆଣିଛି, ଏନ୍‌ଡିଏ ମେଣ୍ଟକୁ ସେତିକି ଭାବିବାକୁ ବାଧ୍ୟ କରିଛି । ଆଜି ରାହୁଲ ଗାନ୍ଧି ସଂସଦରେ ପହଞ୍ଚିବା କ୍ଷଣି ବିରୋଧି ମେଣ୍ଟର ସାଂସଦମାନେ ତାଙ୍କୁ ପାଛୋଟି ନେଇଥିଲେ । ରାହୁଲଙ୍କ ମୁହଁରେ ଆହୁରି ସଂକଳ୍ପବଦ୍ଧତା ପରିଲକ୍ଷିତ ହୋଇଥିଲା । ତେବେ ଏହା ଦେଶବ୍ୟାପୀ ବିଜେପି ବିରୋଧୀ ଦଳଙ୍କୁ ଉତ୍ସାହ ଆଣିଦେଇଥିବା ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ଏକ ଶକ୍ତ ଧକ୍କା ବୋଲି କହିଛନ୍ତି ଓଡ଼ିଶା କଂଗ୍ରେସ ନେତା ।

'ଇଣ୍ଡିଆ ମେଣ୍ଟର ସ୍ବର ଆହୁରି ଶାଣିତ ହେବ': ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା ଦ୍ବାରା ସତ୍ୟର ଜୟ ହୋଇଛି । ସତ୍ୟ ପାଇଁ ଲଢେଇ କରି ରାହୁଲ ନିଜର ସଦସ୍ୟତା ପଦ ହରାଇଥିଲେ । ତାଙ୍କ ପାଖରୁ ସରକାରୀ ଘର ଚାଲିଯାଇଥିଲା । ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିବାରୁ ତାଙ୍କୁ ଅଡୁଆରେ ପକାଯାଇଥିଲା । କିନ୍ତୁ ସେ ଦେଶବାସୀଙ୍କ ପାଇଁ ସତ୍ୟର ଲଢେଇ ଲଢ଼ୁଥିବାରୁ ଏବେ ଏହାର ବିଜୟ ହୋଇଛି । ବିରୋଧୀ ମେଣ୍ଟ ଇଣ୍ଡିଆ ରାହୁଲଙ୍କ ସଦସ୍ୟତା ପଦ ଫେରିପାଇବାରେ ଆହୁରି ଶକ୍ତିଶାଳୀ ହୋଇଛି । ଲୋକସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସ୍ବର ଆହୁରି ଶାଣିତ ହେବ । ୨୦୨୪ ନିର୍ବାଚନରେ ଏନ୍‌ଡିଏ ମେଣ୍ଟ ପରାଜିତ ହୋଇ ଗାଦିଚ୍ୟୁତ ହେବ । ସରକାର ଗଠନ କରିବ ଇଣ୍ଡିଆ ମେଣ୍ଟ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାକୁ ଲୋକେ ସମ୍ମାନ ଓ ଭଲପାଇବା ଦେଇଛନ୍ତି । ଏହା ହେଉଛି ସେହି ଭଲପାଇବାର ବିଜୟ ।"

'ଶକ୍ତିଶାଳୀ ହୋଇଛି ବିରୋଧୀ ମେଣ୍ଟ': ସେହିଭଳି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ରାହୁଲ ସାଂସଦ ସଦସ୍ୟତା ଫେରିପାଇବା ସଂସଦୀୟ ଗଣତନ୍ତ୍ରର ସମ୍ମାନ ବୃଦ୍ଧି କଲା । ଯେଉଁମାନେ ଏହି କାଣ୍ଡ କରିଥିଲେ, ସେମାନଙ୍କ ମୁହଁରେ କଳା ବୋଳି ଦେଲା । ବିରୋଧୀ ଏନ୍‌ଡିଏକୁ ଆହୁରି ଘେରିବେ । କାରଣ ଅଧିକ ଶକ୍ତିଶାଳୀ ହୋଇଛି ବିରୋଧୀ ମେଣ୍ଟ ଇଣ୍ଡିଆ । ଯେଉଁମାନେ ସାମ୍ବିଧାନିକ ପଦପଦବୀରେ ରହି ଏହାର ଦୁର୍ବବ୍ୟବହାର କରିଛନ୍ତି, ସେମାନଙ୍କୁ ଉଚିତ ଜବାବ ମିଳିଛି । ଏନଡିଏ ମେଣ୍ଟର ପତନ ଆରମ୍ଭ ହୋଇଗଲାଣି ।" ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏରୁ ଖସିବା ଆରମ୍ଭ କରିଦେଲେଣି ବୋଲି ପଞ୍ଚାନନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା NDAକୁ ଶକ୍ତ ଧକ୍କା, ଜୋରଦାର ଲଢେଇ ହେବ: ଜୟଦେବ ଜେନା

'ରାହୁଲଙ୍କ ମୁହଁରେ ସଂକଳ୍ପବଦ୍ଧତା ପରିଲକ୍ଷିତ ହୋଇଛି': ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ରାହୁଲଙ୍କ ମୁହଁରେ ଆଜି ଅଧିକ ସଂକଳ୍ପବଦ୍ଧତା ପରିଲକ୍ଷିତ ହୋଇଛି । ଯେତେବେଳେ ବିରୋଧୀ ଦଳର ସାଂସଦ ଓ କଂଗ୍ରେସ ସାସଂଦମାନେ ତାଙ୍କୁ ଗୃହ ଭିତରକୁ ପାଛୋଟି ନେଉଥିଲେ, ସେତେବେଳେ ବେଶ ସ୍ଥିରଚିତ ଦେଖାଯାଉଥିଲେ ରାହୁଲ ଗାନ୍ଧି । ଆଗକୁ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ୩ଟି ରାଜ୍ୟର ନିର୍ବାଚନରେ କଂଗ୍ରେସର ଚେହେରା ହେବେ ରାହୁଲ ଗାନ୍ଧି । କଂଗ୍ରେସ ଆଗାମୀ ନିର୍ବାଚନ ଗୁଡିକ କିପରି ଲଢିବ ତାର ଦିଶା ରାହୁଲ ଗାନ୍ଧି ହିଁ ସ୍ଥିର କରିବେ । ସର୍ବୋପରି କଂଗ୍ରେସର କର୍ମୀ ଓ ନେତା ବିଶେଷ କରି ଦଳ ପାଇଁ ସଂଜିବନୀ ପାଲଟିଛି ରାହୁଲଙ୍କ ସଦସ୍ୟତା ପଦ ଫେରିପାଇବା ।" ଏହା ଆଗାମୀ ଦିନରେ ନିର୍ବାଚନରେ ଦଳ ପାଇଁ ସହାୟକ ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...Rahul Gandhi Back as MP: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ

ତେବେ ମୋଦି ସାଙ୍ଗିଆ ନେଇ ଚିପ୍ପଣୀ ପରେ କୋର୍ଟରେ ମାମଲା, ୨ ବର୍ଷ ଜେଲା ଦଣ୍ଡାଦେଶ, ସଦସ୍ୟତା ପଦ ରଦ୍ଦ, ଘର ଚାଲିଯିବା, ଏସବୁ ଘଟଣାକ୍ରମ ଭିତରେ ଛନ୍ଦି ହୋଇଥିବା ରାହୁଲ ଗାନ୍ଧି ଖାଲି ଆଶ୍ବସ୍ତି ପାଇନାହାନାନ୍ତି, ବରଂ ଦେଶବାସୀଙ୍କ ପାଇଁ କରୁଥିବା ଲଢେଇକୁ ଅଧିକ ଶାଣିତ କରିବା ପାଇଁ ତାଙ୍କୁ ଆଉ ଏକ ସୁଯୋଗ ମିଳିଛି । ପୁଣି ଆଗକୁ ଆସୁଛି ମଣିପୁର ପ୍ରସଙ୍ଗରେ ଅନାସ୍ଥା ଆଲୋଚନା । ଦେଖିବାର କଥା, ରାହୁଲଙ୍କ ଶକ୍ତି ପାଇବା ପରେ ଏନ୍‌ଡିଏ ସରକାରକୁ କିପରି ଘେରୁଛି ଇଣ୍ଡିଆ ମେଣ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.