ETV Bharat / state

International Yoga Day: ରାଜଧାନୀରେ ଯୋଗଭ୍ୟାସ କଲେ ବିଜେପି ନେତା - ଯୋଗ କଲେ ମନମୋହନ ସାମଲ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ବର ଓଲ୍ଡ଼ ଟାଉନର ମୂଳାପଡ଼ିଆରେ ଯୋଗ କଲେ ବିଜେପି ନେତା । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଯୋଗଭ୍ୟାସ କଲେ ବିଜେପି ନେତା
ଭୁବନେଶ୍ବରରେ ଯୋଗଭ୍ୟାସ କଲେ ବିଜେପି ନେତା
author img

By

Published : Jun 21, 2023, 10:49 AM IST

ଭୁବନେଶ୍ବରରେ ଯୋଗଭ୍ୟାସ କଲେ ବିଜେପି ନେତା

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ଫିଟ୍ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନ୍ୟୁୟର୍କରେ ସାରା ବିଶ୍ବକୁ ଯୋଗର ପାଠ ପଢ଼ାଉଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି "ବସୁଧୈବ କୁଟୁମ୍ବକମ "। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ନେତାମାନେ ଭୁବନେଶ୍ବର ଓଲ୍ଡ଼ ଟାଉନର ମୂଳାପଡ଼ିଆରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗଭ୍ୟାସ କରିଛନ୍ତି ।

ମନମୋହନଙ୍କ ସହ ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଉପସ୍ଥିତ ରହି ଯୋଗ କରିଛନ୍ତି । ବିଜେପି ନେତାମାନେ ଯୋଗର ବିଭିନ୍ନ ମୁଦ୍ରାଭ୍ୟାସ କରିଛନ୍ତି । 2014ରେ ମୋଦି ସରକାର ଆସିବା ପରେ ଯୋଗକୁ ଗୁରୁତ୍ଵ ଦିଆଯାଇଛି । ଯୋଗ ଦ୍ବାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଥାଏ । ଆଜିର ଯୁବପିଢି ଯୋଗରେ ଅଧିକରୁ ଅଧିକ ମାତ୍ରାରେ ଯୋଡ଼ି ହେବା ଦରକାର ବୋଲି ବାର୍ତ୍ତା ଦେଇଛନ୍ତି ମନମୋହନ । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ସାରା ବିଶ୍ବ ଆଜି ଯୋଗ ପାଳୁଛି । ଯୋଗ ଭାରତବର୍ଷର ଐତିହ୍ୟ, ପରମ୍ପରା ସହ ଜଡିତ । ଶହ ଶହ ବର୍ଷ ଧରି ରୋଗ ନିରାକରଣ ଏବଂ ଶରୀରକୁ ସୁସ୍ଥ ରହିବାରେ ସହାୟକ ସାବ୍ୟସ୍ତ ହୋଇଛି । ଏହା ମଣିଷକୁ ସକ୍ରିୟ ବା ଚଳଚଞ୍ଚଳ ରଖେ । ସାରା ବିଶ୍ବକୁ ବାଟ ଦେଖାଉ ଯୋଗ । ବିଶ୍ବ ଯୋଗକୁ ଗ୍ରହଣ କରିଛି ।

ଏହାମଧ୍ୟ ପଢନ୍ତୁ: International Yoga Day: ସଂସାରକୁ ଯୋଡିଛି ଯୋଗ, ଏକ ଆନ୍ଦାଳନ ପାଲଟିଛି କହିଲେ ମୋଦି

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ନବମ ସଂସ୍କରଣ । 5000 ବର୍ଷର ଯୋଗ ସଂସ୍କୃତି । 2014 ମୋଦି ସରକାର ଆସିବା ପରେ ଏହାକୁ ବିଶ୍ବରେ ମାନ୍ୟତା ମିଳିଥିଲା । ଶରୀରକୁ ନିରୋଗ ଏବଂ ସୁସ୍ଥ ରଖିବା ପାଇଁ ଯୋଗ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ।

ଏହାମଧ୍ୟ ପଢନ୍ତୁ: International Yoga Day: ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଜନେତା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.