ETV Bharat / state

Weather Update: ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା, ବଢିବ ତାତି

author img

By

Published : Aug 10, 2023, 5:24 PM IST

Updated : Aug 10, 2023, 6:19 PM IST

ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାରୁ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ନାହିଁ ବଡ଼ ବର୍ଷାର ସମ୍ଭାବନା । ଅଧିକ ପଢନ୍ତୁ

Weather Update
Weather Update
Weather Update: ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା, ବଢିବ ତାତି

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ଫଳରେ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେବ ନାହିଁ ବର୍ଷା । ମୌସୁମୀ ଦୁର୍ବଳ ଯୋଗୁଁ ରାଜ୍ୟରେ ଖରା ସାଙ୍ଗକୁ ତାତି ସହ ଦିନର ତାପମାତ୍ରାରେ ଅସ୍ବାଭାବିକ ପରିବର୍ତ୍ତନ ହେବ । ତାତି ବଢ଼ିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରକ୍ରିୟା ନଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ମୌସୁମୀ ନିମ୍ନ ଚାପ ରେଖା ବାୟୁମଣ୍ଡଳରୁ ଯଥେଷ୍ଟ ଦୂରରେ ରହିଛି । ତେଣୁ ବର୍ତ୍ତମାନ ରାଜ୍ୟରେ କୌଣସି ବର୍ଷା ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୌଣସି ସତର୍କ ସୂଚନା ନାହିଁ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨ ଦିନ ଅର୍ଥାତ ୧୧ ଓ ୧୨ ତାରିଖରେ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ରାଜ୍ୟରେ ମୌସୁମୀ ଦୁର୍ବଳ, ପୁଣି ଛଟପଟ କଲା ଗୁଳୁଗୁଳି

ଆଗାମୀ ୪-୫ ଦିନ ଅର୍ଥାତ ୧୫ ଅଗଷ୍ଟ ମଧ୍ୟରେ ବଡ ଧରଣର ବର୍ଷାର ସମ୍ଭାବନା ନଥିବା ବେଳେ ମୌସୁମୀ ଯୋଗୁଁ ପାଗ ଆଂଶିକ ମେଘୁଆ ରହିବ । ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ହେଉଥିଲେ ମଧ୍ୟ ତାପମାତ୍ରା ବଢିବାର ସମ୍ଭାବନା ନାହିଁ । ଏହାକୁ ନେଇ ତାତି ସହ ସର୍ବାଧିକ ତାପମାତ୍ରା ୩୪-୩୫ ଡିଗ୍ରୀ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଗତକାଲି କିଛି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୮୪.୮ ମିମି ବର୍ଷା ରେକର୍ଡ କରାଯାଇଛି ।

ଏ ନେଇ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି, "ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧.୧ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୮୯ ପ୍ରତିଶତ କମ ରହିଛି । କିଛି ଜିଲ୍ଲାରେ ଆଦୌ ବର୍ଷା ରେକର୍ଡ ହୋଇନାହିଁ । ପାଗ ଶୁଖିଲା ରହିଛି । ବାଲେଶ୍ବର ସର୍ବାଧିକ ବର୍ଷା ୯୪.୮ ପ୍ରତିଶତ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଶୁକ୍ରବାର ଓ ଶନିବାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2023, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.