ETV Bharat / state

ଅଲୋଡା ହେଲା ଶିଶୁକନ୍ୟା; ଅଟୋରେ ଆସି ରାସ୍ତାରେ ଫିଙ୍ଗିଲେ ମହିଳା - ଭୁବନେଶ୍ବରରୁ ନବଜାତ ଉଦ୍ଧାର

ପୁଣି ଅଲୋଡା ହେଲା ଶିଶୁକନ୍ୟା । ଭୁବନେଶ୍ବରରେ ଅଳିଆ ଗଦାରୁ ନବଜାତ ଶିଶୁ ଉଦ୍ଧାର । ଅଟୋରେ ଆସି ଫିଙ୍ଗି ଦେଇ ଚାଲିଯାଇଥିଲେ କେହି ଅଜଣା ମହିଳା । ଅଧିକ ପଢନ୍ତୁ

ନବଜାତ ଶିଶୁ ଉଦ୍ଧାର
ନବଜାତ ଶିଶୁ ଉଦ୍ଧାର
author img

By

Published : Jul 13, 2023, 8:33 AM IST

ଭୁବନେଶ୍ବର: ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ୟା । ଦୁନିଆ କ'ଣ ଜାଣିବା ଆଗରୁ ହତାଦର କଲା ମାଆ ! ଜନ୍ମ ଦେବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇ ଚାଲିଗଲା । ନବଜାତ ଶିଶୁଟିର କାନ୍ଦ ଶୁଣି ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଭୁବନେଶ୍ବର ସହିଦ ନଗର ଥାନା ଅଞ୍ଚଳରୁ । ଗତକାଲି(ବୁଧବାର) ଚାଇଲ୍ଡ ଲାଇନ ଓ କମିଶନରେଟ ପୋଲିସ ରାସ୍ତାକଡ଼ରେ ଅଳିଆ ଗଦାରେ ପଡିଥିବା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି । ଶିଶୁକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।

ଚାଇଲ୍ଡ ଲାଇନର ସୂଚନା ମୁତାବକ, ବୁଧବାର ଦିନ ପ୍ରାୟ ୧ଟା ସମୟ । ଆଚାର୍ଯ ବିହାର ରାସ୍ତା କଡ଼ରେ ହଠାତ୍ ଏକ ଅଟୋ ଆସି ଲାଗିଲା । ଅଟୋରୁ ଜଣେ ମହିଳା ଓହ୍ଲାଇ ଗୋଟିଏ କପଡାରେ କିଛି ଗୁଡାଇ ରାସ୍ତାକଡ ଅଳିଆ ଗଦାରେ ଥୋଇଦେଲେ । ଏହାପରେ ପୁଣି ଅଟୋରେ ବସି ଚାଲିଗଲେ । ଏହାର କିଛି ସମୟ ପରେ ନୟାପଲ୍ଲୀ ଆଖଣ୍ଡଳ ମଣି ବସ୍ତିର ଜଣେ ମହିଳା କପଡ଼ାରେ ଗୁଡାଇ ହୋଇ କାନ୍ଦୁଥିବା ଶିଶୁଟିକୁ ଦେଖିବାକୁ ପାଇଥିଲେ । ଏହାଦେଖି ସେ ଅଳିଆ ଗଦା ଭିତରୁ ନିଷ୍ପାପ ଶିଶୁକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା, ସମ୍ପତ୍ତି ବିବାଦ ସମାଧାନ କରିବାକୁ ଆସି ଗଲା ଜୀବନ

ଏହି ଖବର ଶିଶୁ ମଙ୍ଗଳ କମିଶନ ଓ ପୋଲିସ କାନରେ ପଡ଼ିବା ପରେ ଉଭୟ ଶିଶୁକୁ ରଖିଥିବା ମହିଳାଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ନବଜାତକକୁ ମହିଳାଙ୍କଠାରୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହୟତାରେ ମହିଳା ଯେଉଁ ଅଟୋରେ ଆସି ଶିଶୁକୁ ଫିଙ୍ଗିଥିଲେ ସେହି ଅଟୋ ନମ୍ବରକୁ ଟ୍ରେସ କରାଯାଇଛି । ଏନେଇ ନୟାପଲ୍ଲୀ ପୋଲିସ ଥାନରେ ଏକ ଅଭିଯୋଗ ହୋଇଛି । ତେବେ କିଏ ସେହି ମହିଳା ଏବଂ କାହିଁକି ନବଜାତ ଶିଶୁଟିକୁ ଏମିତି ଫିଙ୍ଗିଦେଲେ ତାହା ଜଣାପଡିନି । ସେନେଇ ଛାନଭିନ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଭିନ୍ନ ଲୋକଙ୍କୁ ପଚରାଉଚରା କରି ଘଟଣାର ଦିଗକୁ ତର୍ଜମା କରୁଛି ।

ଅନ୍ୟପଟେ ଚିକିତ୍ସା ପରେ ନବଜାତକକୁ ଶିଶୁ ମଙ୍ଗଳ କମିଶନକୁ ହସ୍ତାନ୍ତର କରାଯାଇଛି । ଏନେଇ ସେ ପରବର୍ତ୍ତୀ ନିଷ୍ପତି ନେବେ । ତେବେ ରାଜଧାନୀରେ ଦୀର୍ଘ ଦିନ‌ ପରେ ଏପରି ଅଲୋଡା ଶିଶୁକନ୍ୟା ରତ୍ନର ଖବର ସାମ୍ନାକୁ ଆସିଛି । ଯାହା ଏହି ଶିକ୍ଷିତ ସମାଜରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଲୋଡା ମଣୁଥିବା ଶିଶୁକନ୍ୟାକୁ ଅଳିଆ ଗଦାରେ ନଫିଙ୍ଗିବାକୁ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଏକ ଝୁଲା ଦୋଳି ଖୋଲିଥିଲା ଚାଇଲ୍ଡ ଲାଇନ । ନବଜାତକକୁ ଅଳିଆ ଗଦାରେ ପଶୁଙ୍କ ମୁହଁରୁ ରକ୍ଷା କରିବାକୁ ଏହି ପ୍ରୟାସ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.