ETV Bharat / state

ଲେଡିଜ ହଷ୍ଟେଲରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଘର ଉପରକୁ କଲେ ପଥର ମାଡ

author img

By

Published : May 6, 2023, 11:19 AM IST

Updated : May 6, 2023, 12:41 PM IST

ରାଜଧାନୀରେ ସୀମା ଟପିଲା ଆତଙ୍କରାଜ । ଲେଡିଜ ହଷ୍ଟେଲରେ ପ୍ରବେଶ କରି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ପଥର ମାଡ କରି ହଷ୍ଟେଲ କବାଟ କାଚ ଭାଙ୍ଗିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants entered into the ladies hostel

ଭୁବନେଶ୍ବର: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଲେଡିଜ ହଷ୍ଟେଲରେ ଧସେଇ ପଶିବା ସହ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ହଷ୍ଟେଲ ଅନ୍ତେବାସୀଙ୍କୁ ଆକ୍ରମଣ ସହ ଅସଦାଚରଣ କରିବାକୁ ମଧ୍ୟ ପଛାଇଲେ ନାହିଁ । ନୟାପଲ୍ଲୀ ଥାନା ବେହେରା ସାହି ନିକଟ ଉଗ୍ରତାରା ହଷ୍ଟେଲରେ ଗତ ରାତିରେ ଏପରି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଏପରିକି ଘର ଉପକୁ ପଥର ମାଡ ମଧ୍ୟ କରିଥିଲେ । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ହଷ୍ଟେଲରେ ଥିବା ଯୁବତୀ ମାନେ । ଏହି ଘଟଣା ପରେ ରାଜଧାନୀରେ ମହିଳା ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୯ଟା ସମୟରେ ଉଗ୍ରତାରା ହଷ୍ଟେଲର ମାଲିକାଣୀ ଲୀଲା ହଷ୍ଟେଲ ପାଖରେ କଥା ହେଉଥିବା ବେଳେ କିଛି ଦୁର୍ବୃତ୍ତ ସେହି ବାଟ ଦେଇ ଯାଇଥିଲେ । ଏହାପରେ ହଷ୍ଟେଲ ମାଲିକାଣୀଙ୍କୁ ଦେଖି କମେଣ୍ଟ ମାରିଥିଲେ । ଏନେଇ ମାଲିକାଣୀ ପୋଲିସକୁ ଡାକୁଛି କହିବାରୁ ଦୁର୍ବୃତ୍ତ ମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ ଦୁର୍ବୃତ୍ତ । ଏପରିକି ଆଉ କିଛି ଦୁର୍ବୃତ୍ତ ମଧ୍ୟ ପାଚେରୀ ଡେଇଁ ହଷ୍ଟେଲର ୧୦୦ ମିଟର ଭିତରକୁ ପଶି ଅନ୍ତେବାସୀଙ୍କୁ ଧମକ ଚମକ ଦେଇଥିଲେ । ଏଥିସହ ମାଲିକାଣୀ ସହ ପାଟିତୁଣ୍ଡ କରିଥିଲେ ଦୁର୍ବୃତ୍ତ । ଏଥିରେ ହସ୍ତକ୍ଷେପ କରିବାରୁ ହଷ୍ଟେଲର କିଛି ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରିଥିଲେ ଦୁର୍ବୃତ୍ତ ମାନେ ।

ସେହିପରି ମାଲିକାଣୀଙ୍କ ଜଣେ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । ଏତିକିରେ ମନ ଶାନ୍ତି ନହେବାରୁ ହଷ୍ଟେଲକୁ ଟେକା ମାଡ କରିଥିଲେ । ଫଳରେ ଘରର କାଚ ଭାଙ୍ଗିବା ସହ ହଷ୍ଟେଲରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଛି । ପଥର ମାଡ଼ ପରିସ୍ଥିତି ଏପରି ହେଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ମାହୋଲ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ବାହାରକୁ ମଧ୍ୟ ଆସିବାକୁ ଭୟ କରିଥିଲେ । ଏହି ଘଟଣା ପରେ ହଷ୍ଟେଲର ମାଲିକାଣୀ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ।

ଲିଲା ସ୍ବାଇଁଙ୍କ କହିବା ଅନୁଯାୟୀ ,''ହଷ୍ଟେଲରେ ଝିଅମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଦୁର୍ବୃତ୍ତ ମାନେ ରାସ୍ତାରେ କମେଣ୍ଟ ମାରୁଛନ୍ତି , କିଛି କହିଲେ ଗାଳିଗୁଲଜ କରୁଛନ୍ତି । ପୋଲିସ କଥା କହିଲେ କହୁଛନ୍ତି ଏଠୁ ଟେକି ନେଇଯିବୁ । ''

ପୋଲିସ ଘଟଣା ସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ନୟାପଲ୍ଲୀ ଅଞ୍ଚଳରେ ଏପରି ଘଟଣା ନୁଆ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଛି । ପୋଲିସର ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଅପରାଧୀଙ୍କ ପୋଲିସ ପ୍ରତି ଭୟ ରହୁନି । ଫଳରେ ଏଭଳି ଘଟଣା ବାରମ୍ବାର ଅନେକ ସମୟରେ ଘଟି ଆସୁଛି । କିଛି ଦିନ ପୂର୍ବେ ଠିକ ଇନ୍ଦ୍ରଧନୁ ମାର୍କେଟର ପାଖ ଆଇଆରସି ଭିଲେଜର ମଧ୍ୟ ରାସ୍ତା ଉପରେ ଖଣ୍ଡାରେ କେକ କାଟିବା ନେଇ ଗଣ୍ଡଗୋଳ ସହ ପଥରମାଡ ଓ ଠେଙ୍ଗାବାଡି ଧରି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ଆକ୍ସନ ନେଇଥିଲା । ତେବେ ଏ ତମାମ ଘଟଣା ଭୁବନେଶ୍ୱର ଭଳି ସହରରେ ଘଟୁଛି କିନ୍ତୁ ଏସବୁକୁ କଣ୍ଟ୍ରୋଲ୍ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 6, 2023, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.