ETV Bharat / state

ଧଳା ଜହରର ହବ୍‌ ପାଲଟୁଛି ଖୋର୍ଦ୍ଧା !

author img

By

Published : Jan 20, 2023, 5:52 PM IST

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିବାରେ ଲାଗିଛି ଧଳା ଜହର ବେପାର । ୪୦ ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ କଲା ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ପ୍ରତିଦିନ ଛୋଟ ବଡ଼ ବ୍ରାଉନ ସୁଗାର ବେପାରୀଙ୍କୁ ଧରୁଛି ଅବକାରୀ ବିଭଗ ଓ ଜିଲ୍ଲା ପୋଲିସ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ବଢ଼ିବାରେ ଲାଗିଛି ଧଳା ଜହର ବେପାର

ଖୋର୍ଦ୍ଧା: ଶୁକ୍ରବାର ଦିନ ଆଦର୍ଶ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଗତକାଲି ଆଦର୍ଶ ଥାନା ଅନ୍ତର୍ଗତ ଗଡହଳଦିଆସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରୁ ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି ।

ଅତିରିକ୍ତ ଏସପି ଏସପି ସୁରେନ୍ଦ୍ରନାଥ ମୁର୍ମୁଙ୍କ କହିବା ଅନୁଯାୟୀ ଗତକାଲି ସାଢେ଼ ୧୦ଟା ସମୟରେ ବିହାରଠାରୁ ଏକ ବୋଲେରୋ ଗାଡ଼ି ଢେଙ୍କାନାଳ ଜିଲ୍ଲା ଦେଇ ଖୋର୍ଦ୍ଧା ଜିଲ୍ଲା ଆଭିମୁଖ୍ୟ ଆସୁଥିବା ଜାଣିବାକୁ ପାଇଥିଲା ପୋଲିସ । ପୋଲିସ ଚେକିଂ ବେଳେ ଏହି ବୋଲେରୋ ଧରା ପଡ଼ିଥିଲା । ଧରାପଡିଥିବା ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ରାଧାବଲ୍ଲଭ ସାହିର ସନ୍ଦୀପ ମହାନ୍ତି ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗ୍ରାମର ଗଣେଶ ବେହେରା ।

ଏହା ପରେ ଉକ୍ତ ବୋଲେରୋ ଗାଡ଼ି କୁ ଅଟକାଇ ଯାଞ୍ଚ କରିବା ସମୟ ଗାଡିରୁ ୪୦୦ଗ୍ରାମର ବ୍ରାଉନ ସୁଗାର୍ ଓ ଟଙ୍କା ଜବତ କରିଥିଲା ପୋଲିସ । ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତମାନେ ବିହାରସ୍ଥିତ ରାଜା ଓରଫ ଚଣ୍ଡୀ ଦାସ ବ୍ରାଉନସୁଗାର ଚାଲାଣ ଘଟଣା ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡ଼ିଛି । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ଚଣ୍ଡୀ ଦାସକୁ ଗିରଫ କରିବାରେ ବିଫଳ ହୋଇଛି । ଜବତ ବ୍ରାଉନସୁଗାର୍ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଅଭିଯୁକ୍ତ ସନ୍ଦୀପ ଓ ଗଣେଶ ନାମରେ ନିଶା ଦ୍ରବ୍ୟ ବ୍ୟାପାର ଅଭିଯୋଗରେ ଏକ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧା ଧଳା ଜହରର ହବ୍‌ ପାଲଟି ଥିବାବେଳେ ଏଠାରୁ ପ୍ରତିଦିନ ଛୋଟ ବଡ଼ ବ୍ରାଉନ ସୁଗାର ବେପାରୀଙ୍କୁ ଧରୁଛି ଅବକାରୀ ବିଭଗ ଓ ଜିଲ୍ଲା ପୋଲିସ । ବିଶେଷକରି ବ୍ରାଉନସୁଗାର କାରବାରରେ ଉଚ୍ଚ ଶିକ୍ଷିତ ଯୁବକମାନେ ସାମିଲ ହେଉଥିବା ନଜରକୁ ଆସୁଛି । ସେହିପରି ପୂର୍ବରୁ ଖୋର୍ଦ୍ଧା ସହରରେ ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ଭାଙ୍ଗିଥିବା ବେଳେ ଗତକାଲି ଧରା ହୋଇଥିବା ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜିଲ୍ଲାରେ ହେଉଥିବା ବହୁଳ ବ୍ୟବସାୟକୁ ଦର୍ଶାଉଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.