ETV Bharat / state

Maheswar Mohanty Demise: ବିଧାନସଭାରେ ମହେଶ୍ୱରଙ୍କୁ ଗାର୍ଡ ଅଫ ଅନର

author img

By ETV Bharat Odisha Team

Published : Nov 7, 2023, 4:27 PM IST

ବ୍ରେନ ଷ୍ଟ୍ରୋକ ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି । ଗତ 1 ତାରିଖରୁ ଚିକିତ୍ସିତ ହେଉଥିବାବେଳେ ଆଜି ସକାଳ ପ୍ରାୟ 3.25 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଖବର ପ୍ରଚାର ହୋଇଯିବା ପରେ ହସ୍ପିଟାଲରେ ସହଯୋଗୀ, କର୍ମୀଙ୍କ ଭିଡ଼ ଜମି ଯାଇଥିଲା । ଅଧିକ ପଢନ୍ତୁ

Maheswar Mohanty Demise: ବିଧାନସଭାରେ ମହେଶ୍ବରଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ବର: ପରଲୋକରେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି । ମହେଶ୍ବରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦୀର୍ଘ ଦିନ ଧରି କର୍ମ କ୍ଷେତ୍ରଥିବା ଓଡିଶା ବିଧାନସଭା ପକ୍ଷରୁ ମହେଶ୍ବରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ବିଧାନସଭାରେ ତାଙ୍କ ସହଯୋଗୀମାନେ ମଧ୍ୟ ଶେଷ ଦର୍ଶନ କରିଛନ୍ତି ।

ବ୍ରେନ ଷ୍ଟ୍ରୋକ ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି । ଗତ 1 ତାରିଖରୁ ଚିକିତ୍ସିତ ହେଉଥିବାବେଳେ ଆଜି ସକାଳ ପ୍ରାୟ 3.25 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଖବର ପ୍ରଚାର ହୋଇଯିବା ପରେ ହସ୍ପିଟାଲରେ ସହଯୋଗୀ, କର୍ମୀଙ୍କ ଭିଡ଼ ଜମି ଯାଇଥିଲା । ବହୁ ବରିଷ୍ଠ ବ୍ୟକ୍ତି ମହେଶ୍ବରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରିଛନ୍ତି । ହସ୍ପିଟାଲରୁ ମହେଶ୍ବରଙ୍କ ମରଶରୀର ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅଧିକ ପଢନ୍ତୁ- Maheswar Mohanty Demise: ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର

1995ରୁ 2019 ପର୍ଯ୍ୟନ୍ତ ଓଡିଶା ବିଧାନସଭା ହେଉଛି ମହେଶ୍ବରଙ୍କ କର୍ମକ୍ଷେତ୍ର । କର୍ମକ୍ଷେତ୍ରରେ ମଧ୍ୟ ମହେଶ୍ବରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବିଧାନସଭା ପକ୍ଷରୁ ମହେଶ୍ବରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସେଠାରେ ବହୁ ନେତା, ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠାରୁ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀରକୁ ପୁରୀକୁ ନିଆଯାଇଛି । ସ୍ବର୍ଗଦ୍ବାରରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅନ୍ତିମସଂସ୍କାର କରାଯିବ ।

ଅଧିକ ପଢନ୍ତୁ- ଶଙ୍ଖ ଭବନରେ ମହେଶ୍ବରଙ୍କ ପାର୍ଥିବ ଶରୀର; ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ନେତୃବୃନ୍ଦ

ହସ୍ପିଟାଲ, ଶଙ୍ଖଭବନ ଓ ବିଧାନସଭାରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ସମ୍ବିତ ରାଉତରାୟ, ପ୍ରଶାନ୍ତ ମୁଦୁଲି, ଅଶୋକ ଚନ୍ଦ୍ର ପଣ୍ଡା, ତୁଷାରକାନ୍ତି ବେହେରା, ଅମର ଶତପଥୀ, ଅନନ୍ତ ଦାସ, ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶ, ବିଧାୟକ ରୁଦ୍ର ମହାରଥୀ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ, ସୁନନ୍ଦା ଦାସ, ସଞ୍ଜୟ ଦାସବର୍ମା ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ମହେଶ୍ବର ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.