ETV Bharat / state

BJP-BJD Face Off; ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଟାର୍ଟେଟ କଲେ ଅପରାଜିତା, ଜବାବ ଦେଲେ ଶ୍ରୀମୟୀ

author img

By

Published : Jun 17, 2023, 9:01 PM IST

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ମୋତେ ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି । ଏହା ପରେ ଅପରାଜିତା ଭୟଭୀତ ହେବା ସହିତ ତାଙ୍କ ନିଦ ଭାଙ୍ଗି ଯାଇଛି । ଦୀର୍ଘ ୪ ବର୍ଷ ପରେ ଅପରାଜିତା ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ଅଧିକ ପଢନ୍ତୁ

BJP BJD Face Offl; ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ନେଇ ଅପରାଜିତା: ଶ୍ରୀମୟୀ ମୁହାଁମୁହିଁ

ଭୁବନେଶ୍ବର: ନାଁ ନନେଇ ନିର୍ଦ୍ଦିଷ୍ଟ ନିମ୍ନପଦସ୍ଥ ଜଣେ ସରକାରୀ ଅଧିକାରୀଙ୍କ ଜିଲ୍ଲା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମ ଉଲଂଘନ ହେଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ପଦରେ ଓଡ଼ିଆଙ୍କ ବଦଳରେ ୩ ଜଣ ଦକ୍ଷିଣ ଭାରତୀୟ ଅଧିକାରୀ ନିଯୁକ୍ତି ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କେଉଁ ଆଧାରରେ ଏପରି ହେଇଥିବା ୨୪ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ଅପରାଜିତା ଦାବି କରିଥିଲେ । ପୂର୍ବରୁ ଅପରାଜିତାଙ୍କ ପ୍ରଶ୍ନର ଜବାବ ରଖିବାକୁ ହେୟଜ୍ଞାନ କରୁଥିବା ବିଜେଡି ଆଜି ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛି । କାରଣ ଅପରାଜିତାଙ୍କ ନିଶାନାରେ ଥିଲେ ନିର୍ଦ୍ଦିଷ୍ଟ ଜଣେ ସରକାରୀ ବାବୁ । ବାବୁଙ୍କୁ ସୁରକ୍ଷା ଦେବାକୁ ସାମ୍ନାକୁ ଆସିଥିଲେ ବିଜେଡିର ମୁଖପାତ୍ର ତଥା ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ଅପରାଜିତାଙ୍କ ନାଁ ନନେଇ ତାଙ୍କ ପ୍ରଶ୍ନର ସିଧାସଳଖ ଜବାବ ଦବା ବଦଳରେ ବ୍ୟକ୍ତିଗତ ସ୍ତରକୁ ଆସି ସେ ଜବାବ ରଖିଥିଲେ ।

ଏହାବି ପଢନ୍ତୁ- Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ମୋତେ ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି । ଏହା ପରେ ଅପରାଜିତା ଭୟଭୀତ ହେବା ସହିତ ତାଙ୍କ ନିଦ ଭାଙ୍ଗି ଯାଇଛି । ଦୀର୍ଘ ୪ ବର୍ଷ ପରେ ଅପରାଜିତା ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ବୋଧହୁଏ ଗତକାଲି ବିଜୁ ଜନତା ଦଳ ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ତାହାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ସାଂସଦଙ୍କର ଏଭଳି ଅବସ୍ଥା ହୋଇଛି । ଅପରାଜିତା ଜଣେ ରାଜନେତା । ଏବେ ସେ ଅମଲାତନ୍ତ୍ରି ନୁହଁନ୍ତି । ଅପରାଜିତା ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ । ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କର ଯତ୍ନ ନିଅନ୍ତୁ । ଏଭଳି କରିବା କ’ଣ ଭୁଲ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି । ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡିକ ମଞ୍ଜୁର ହେଉଛି । କାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହେଉଛି । ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି । କଲେଜ ଛାତ୍ରମାନେ ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତକ୍ଷଣାତ ସମାଧାନ ପାଉଛନ୍ତି । ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ବିକାଶ ପ୍ରାପ୍ତ କରୁଛନ୍ତି । ଯାହା ପୂର୍ବରୁ ହୋଇନଥିଲା, ସରକାର ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେତେବେଳେ ଅପରାଜିତା କାହିଁକି ଡରୁଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଯଦି ସରକାରୀ ଅଧିକାରୀ ଏହି କାର୍ଯ୍ୟ କରିବେ ତେବେ ନିର୍ବାଚିତ ପ୍ରତିନିଧି କଣ କରିବେ ସେ ନେଇ ଶ୍ରୀମୟୀ କୌଣସି ଉତ୍ତର ରଖିନାହାନ୍ତି ।

ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି । ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂ ସେବାୟତମାନଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକମାନେ ଆପଣଙ୍କୁ ଆଦୌ କ୍ଷମା କରିବେ ନାହିଁ । ଯେଉଁ ଉତ୍ସାହର ସହିତ ଆପଣ ଶ୍ରୀମନ୍ଦିର ପ୍ରକଳ୍ପକୁ ବନ୍ଦ କରିବାକୁ ଯାଇଥିଲେ ଏବଂ ଆପଣ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ଅଟକାଇବାକୁ ପଦଯାତ୍ରା କରିଥିଲେ ଲୋକେ ତାହାକୁ ମନେ ରଖିଛନ୍ତି । ଲୋକମାନେ ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ବାର୍ଥର ବିରୁଦ୍ଧରେ ନୁହେଁ । ଭୁବନେଶ୍ବରରେ ଜାତୀୟ ରାଜପଥ ଦ୍ବାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ୟାପିଟାଲ ରିଙ୍ଗ ରୋଡ ଏବେ ମଧ୍ୟ କାଗଜ କଲମରେ ଅଛି । ମଡେଲ ରେଳ ଷ୍ଟେସନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ଥିବା ସେ କହିଛନ୍ତି।

ଅପରାଜିତା ଅପାରଗତା ଏବଂ ଅବହେଳାକୁ ଘୋଡାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁ । ଯିଏ କି ସକ୍ରିୟ ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ଆପଣ କେବଳ ସାଂସଦ ଭାବରେ କ୍ଷମତା ପାଇଛନ୍ତି । ଆପଣ ଓଡିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ଆପଣଙ୍କର ଆଇଏଏସ ଜ୍ଞାନ ସେମାନଙ୍କୁ ବୋକା ବନାଇ ପାରିବନାହିଁ । ଲୋକମାନେ ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଚାହୁଛନ୍ତି । ମହିଳାମାନେ ସେମାନଙ୍କର ସଶକ୍ତିକରଣ ପାଇଁ ପରିବର୍ତ୍ତନ ଆବଶ୍ୟକ କରୁଛନ୍ତି । ରାଜ୍ୟର ଉନ୍ନତିରେ ଯିଏ ବାଧା ଦେବେ ତାଙ୍କୁ ରାଜ୍ୟବାସି କ୍ଷମା ଦେବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.