ETV Bharat / state

ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET-JEE କୋଚିଂ, ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ - ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା

Free NEET and JEE Coaching: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ। ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ। ଅଧିକ ପଢନ୍ତୁ

Free NEET and JEE coaching
ମାଗଣା NEET ଓ JEE କୋଚିଂ
author img

By ETV Bharat Odisha Team

Published : Dec 15, 2023, 10:12 PM IST

ମାଗଣା NEET ଓ JEE କୋଚିଂ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା NEET ଓ JEE କୋଚିଂ। ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ କ୍ଲାସ। ଏଥର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ NEET ଓ JEE କୋଚିଂ। ଏନେଇ ପକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଅନେକ କଲେଜରେ ୪୦ ପ୍ରତିଶତ ସ୍ମାର୍ଟ କ୍ଲାସ ରୁମ୍ ପ୍ରସ୍ତୁତ ହୋଇଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତ କଲେଜରେ ଆରମ୍ଭ ହେବ ଏହି କୋଚିଂ। ଭର୍ଚୁଆଲ କୋଚିଂ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ନୀଟ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାୟୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ମାଗଣା କୋଚିଂ ଦିଆଯିବ ।

ପ୍ରତି ବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ NEET ଓ JEE କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି। ଏହାସହ ଡ୍ରପ୍ଆଉଟ୍ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି, "ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଏକ ସ୍ମାର୍ଟ କ୍ଲାସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାରି ମଧ୍ୟରେ ୩୦% -୪୦% ବିଭିନ୍ନ ଯୁକ୍ତ ଦୁଇ କଲେଜରେ ସ୍ମାର୍ଟ କ୍ଲାସ ହୋଇଗଲାଣି। ଏହି ସ୍ମାର୍ଟ କ୍ଲାସରେ ମାଗଣାରେ ଦିଆଯିବ NEET ଓ JEE କୋଚିଂ। ଏହାସହ ସମସ୍ତ କଲେଜରୁ ଛାତ୍ରଛାତ୍ରୀଙ୍କ ଏକ ତାଲିକା ମଗାଯାଇଛି।"

ଏହା ବି ପଢନ୍ତୁ...ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ UPSC କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

ଏହି ମାଗଣା କୋଚିଂ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ୧୦ ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଏକ ଘଣ୍ଟା କୋଚିଂ ଦିଆଯାଉଥିବାବେଳେ ବାକି ୩୦ ମିନିଟ ଡାଉଟ୍ କ୍ଳିଅର ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ବିଷୟ ବସ୍ତୁ ସହ ପାଠ ପଢ଼ାଇବା ପାଇଁ ଗଠନ ହୋଇଛି ଏକ ଟିମ୍। ହି କ୍ଲାସ ସମୟରେ ଛାତ୍ର ଛାତ୍ରୀଙ୍କ ଗହଣରେ ଉପସ୍ଥିତ ରହିବେ ନିଜେ ଅଧ୍ୟାପକ। ତେବେ କ୍ଲାସ ସରିବା ପରେ ରିପୋର୍ଟ ଦେବେ ଉକ୍ତ କଲେଜର ଅଧ୍ୟକ୍ଷ। ଯେଉଁମାନେ ମେଧାବୀ ରହିଛନ୍ତି କିନ୍ତୁ ପାଠ ପଢ଼ିବା ପାଇଁ ଆର୍ଥିକ ଅଭାବ ରହିଛି ସେମାନଙ୍କ ପାଇଁ ଏହା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।" ପ୍ରାଥମିକ ଭାବରେ ଏକାଦଶ ଶ୍ରେଣୀର ପିଲାମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କୋଚିଂ କ୍ଲାସ କରିପାରିବେ। ସୂଚନା ଅନୁସାରେ , ରାଜ୍ୟରେ ସମସ୍ତ ବ୍ଲକରେ ଯୁକ୍ତ ଦୁଇ ବିଦ୍ୟାଳୟ ଅବସ୍ଥିତ। ତେବେ ଏହାରି ମଧ୍ୟରେ ୧୯ ଟି ବ୍ଲକରେ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.