ETV Bharat / state

Fact Check : ବାସୁଦେବପୁରରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ

author img

By

Published : Mar 31, 2023, 9:55 PM IST

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବୈଜ୍ଞାନୀଙ୍କ ଏହି ଟ୍ୱିଟକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବଜ୍ରପାତରେ ଏକାଥରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ 5ଜଣଙ୍କ ମୃତ୍ୟୁ ଖବରକୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମର ଏହି ଖବର ଚହଳ ପକାଇଥିଲା । କିନ୍ତୁ ଏହା ସମ୍ପୂର୍ଣ ମିଥ୍ୟା ଖବର ବୋଲି ପ୍ରମାଣିତ ହୋଇଛି । କାରଣ ଏନେଇ ନା ଓଡିଶା ପାଣିପାଗ ବିଭାଗ ନା ଏସ ଆର ସି କେହିବି କୌଣସି ତଥ୍ୟ ଦେଇନାହଁହାନ୍ତି । ଅଧିକ ପଢନ୍ତୁ

ବାସୁଦେବପୁରରେ ବଜ୍ରପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ

ଭୁବନେଶ୍ବର: ଗତ ବୁଧବାର ଅପରାହ୍ନ ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ୩୦ ମିନିଟରେ ସର୍ବାଧିକ ୫୦୦୦ ରୁ ଊର୍ଦ୍ଧ୍ୱ ଥର ବିଜୁଳି ମାରିଥିଲା । ଘନ ଘନ ଘଡଘଡି ସହ ବର୍ଷା ମଧ୍ୟ ହୋଇଥିଲା । ଏହି ସମୟରେ ବଜ୍ରପାତ ଯୋଗୁଁ ୫ ଜଣଙ୍କର ମୃତ୍ୟ ହୋଇଥିଲା । ଏହି ତଥ୍ୟ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ବାସୁଦେବପୁର ଅଞ୍ଚଳରେ ୩୦ ମିନିଟରେ ସର୍ବାଧିକ ୫୦୦୦ ରୁ ଉର୍ଦ୍ଧ୍ବ ଥର ବିଜୁଳି ମାରିଛି । ଆଉ ଏହି ଘଡଘଡି ଓ ବିଜୁଳି ପ୍ରଭାବରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାହା ପୁଣି ସ୍ଥାନୀୟ ସୂତ୍ରୁ ସେ ଜାଣିଥିବା ଲେଖିଥିଲେ ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବୈଜ୍ଞାନୀଙ୍କ ଏହି ଟ୍ୱିଟ୍‌ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବଜ୍ରପାତରେ ଏକାଥରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ 5ଜଣଙ୍କ ମୃତ୍ୟୁ ଖବରକୁ ନେଇ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମର ଏହି ଖବର ଚହଳ ପକାଇଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ପ୍ରମାଣିତ ହୋଇଛି । କାରଣ ଏନେଇ ନା ଓଡ଼ିଶା ପାଣିପାଗ ବିଭାଗ ନା ଏସ୍‌ଆର୍‌ସି କେହିବି କୌଣସି ତଥ୍ୟ ଦେଇ ନାହାନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରୁ ବି କୌଣସି ଖବର କି ତଥ୍ୟ ମିଳିନାହିଁ । ତେଣୁ ଖବରଟି ସମ୍ପୂର୍ଣ ମିଥ୍ୟା ବୋଲି ଜଣାପଡିଛି ।

ଏହାବି ପଢନ୍ତୁୃୃ- Odisha Assembly Sine Die: ଆଗୁଆ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ

ଅନ୍ୟପଟେ ଯେଉଁ ପାଣିପାଗ ବିଜ୍ଞାନୀଙ୍କ ଟ୍ୱିଟକୁ ଆଧାର କରି ଏହି ଖବର ପ୍ରସାରଣ ହୋଇଥିଲା ସେ ନିଜେ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ‘‘ବିଜୁଳି ଓ ଘଡଘଡି ମାରିବା କଥା ସତ, ହେଲେ ଏହା କୌଣସି ଅସାଧାରଣ କଥା ନୁହେଁ । ଯେତେବେଳେ ବିଜୁଳି ମାରେ ସେତେବେଳେ କିଲୋମଟରର ଦୂରତାକୁ ନେଇ ବା କେଉଁ ଅଞ୍ଚଳ ମଧ୍ୟରେ ମାରୁଛି ସେହି ଅଞ୍ଚଳର ପରିଧିକୁ ନେଇ କେତେଥର ଏହା ମାରିଛି ତାର ସଂଖ୍ୟା କୁହାଯାଏ । ନୁହେଁ କି ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଏହା ୫୦୦୦ ଥର ମାରିଛି । ତେଣୁ ସେଦିନ ୪୦ କିଲୋମିଟର ପରିଧି ମଧ୍ୟରେ ଏହା ୫୦୦୦ ଥର ମାରିଥିଲା। ଏଥିରେ କିଛି ବଡ କଥା ନାହିଁ । କାରଣ ଯେତେବେଳେ ସାଧାରଣତଃ ବିଜୁଳି ମାରେ ବା ଆଲୋକ ଆମକୁ ଦେଖା ଯାଏ ସେହି ସମୟରେ ୬୦୦ ରୁ ୬୦୦୦ ଥର ବି ଆଲୋକ ହୋଇପାରିବ ବା ବିଜୁଳି ମାରିପାରିବ । ତେଣୁ ଏହା ଏକ ସାଧାରଣ ଘଟଣା । ମୁଁ ନିର୍ଦ୍ଦିଷ୍ଟ ଅଞ୍ଚଳର କଥା କହିଥିଲି। ଭୁଲ ବୁଝାମଣା ପାଇଁ ଓ ‘ବ୍ରେକିଙ୍ଗ ନିୟୁଜ’ ଆଳରେ କିଛି ଭୁଲ ଖବର ପ୍ରସାରଣ ହୋଇଥିଲା କେତେକ ଗଣମାଧ୍ୟମରେ । ସେଥିପାଇଁ ମୁଁ ଏହି ଟ୍ୱିଟ ପରେ ପ୍ରକୃତ କଥାଟି କଣ ଅନେକ ଟ୍ୱିଟ୍‌ କରିଛି ।" କିନ୍ତୁ ତାକୁ କେହି ଧ୍ୟାନ ଦେଇନାହାଁନ୍ତି ବୋଲି କହିଛନ୍ତି । କିନ୍ତୁ ମୃତ୍ୟୁର ତଥ୍ୟକୁ ନେଇ କିଛି କହିନଥିଲେ ପାଣିପାଗ ବିଜ୍ଞାନୀ ।

ସେପଟେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ବଜ୍ରପାତରେ 5 ଜଣଙ୍କ ମୃତ୍ୟୁ ଖବରକୁ ନେଇ ଇଟିଭି ଭାରତ ପକ୍ଷରୁ ଏସଆରସିଙ୍କ କାର୍ଯ୍ୟାଳୟ ସହିତ ମଧ୍ୟ ଯୋଗାଯୋଗ କରାଯାଇଥିଲା । ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମାନ ଉତ୍ତର ଆସିଥିଲା ଯେ ସେହି ଦିନ ବଜ୍ରପାତରେ କୌଣସି ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇନାହିଁ । ତେଣୁ କେତେକ ଗଣମାଧ୍ୟମରେ ବ୍ରେକିଂ ନ୍ୟୁଜ୍‌ ଆଳରେ ସତ୍ୟାସତ୍ୟ ଯାଞ୍ଚ ନକରି ଏଭଳି ଏକ ସମ୍ବେଦନଶୀଳ ଖବର ପ୍ରସାରଣକୁ ନେଇ ଏବେ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଅନ୍ୟପଟେ ଏହି ଭୁଲ ଓ ମିଥ୍ୟା ଖବର ପ୍ରସାରଣ ପରେ ଉମାଶଙ୍କର ଦାସଙ୍କ ଉକ୍ତ ଟ୍ୱିଟ୍‌ ତାଙ୍କର ଟ୍ବିଟରରେ ଆଉ ଦେଖିବାକୁ ମିଳୁନାହିଁ ।

ଏଠାରେ ସୂଚନାଥାଉକି ଗତ ବୁଧବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ୩୦ ମିନିଟରେ ସର୍ବାଧିକ ୫୦୦୦ ରୁ ଊର୍ଦ୍ଧ୍ୱ ଥର ବିଜୁଳି ମାରିଥିଲା । ଘନଘନ ଘଡଘଡ଼ି ସହ ବର୍ଷା ମଧ୍ୟ ହୋଇଥିଲା । ଏନେଇ ବିଶେଷ ସୂତ୍ରରୁ ବା ସେହି ଅଞ୍ଚଳ ଉତ୍ସରୁ ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପାଣିପାଗ ବିଜ୍ଞାନୀ ଟ୍ବିଟ୍‌ କରିଥିଲେ । ଆଉ ଏହି ଟ୍ୱିଟ୍‌ଟି ସେଦିନ ଅଧିକାଂଶ ଗଣମାଧ୍ୟମର ବ୍ରେକିଂ ନ୍ୟୁଜ୍‌ ସାଜିଥିଲା । ଏହାକୁ ନେଇ ଅନେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଥିଲା । ସେତେବେଳେ ଏହି ସମ୍ବେଦନଶୀଳ ଖବରଟି ବାସୁଦେବପୁର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା।

କାରଣ ୩୦ ମିନିଟରେ ସର୍ବାଧିକ ୫୦୦୦ରୁ ଊର୍ଦ୍ଧ୍ୱ ଥର ବିଜୁଳି ମାରିବା ଓ ସେଥିରେ ୫ ଜଣଙ୍କର ମୃତ୍ୟୁ ହେବା କଥା ତାହା ପୁଣି ପାଣିପାଗ ବିଶେଷଜ୍ଞଙ୍କ ଟ୍ବିଟ ସୂଚନା ଅନୁସାରେ ବୋଲି ସୂଚା ଯାଇଥିଲା । ତେଣୁ ଲୋକେ ଏହାକୁ ସତ ଭାବିଥିଲେ । ଆଉ ଏଥିରେ ଭୟଭୀତ ହୋଇଯାଇଥିଲେ । ଖାଲି ସେତିକି ନୁହେଁ ବାସୁଦେବପୁର ଅଞ୍ଚଳର ସମସ୍ତ ହସ୍ପିଟାଲରେ ତଥ୍ୟ ନେବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନେ ଭିଡ ଜମାଇଥିଲେ । ଏନେଇ ବାସୁଦେବପୁର ତହସିଲଦାର ମଧ୍ୟ ସମସ୍ତ ଆରଆଇ ସର୍କଲଙ୍କୁ ଖବର ଜଣାଇଥିଲେ। କେହି ବି ଏସମ୍ପର୍କରେ ଖବର ଦେଇନଥିଲେ କି ସେଭଳି କିଛି ଚର୍ଚ୍ଚା ମଧ୍ୟ ହୋଇନଥିଲା । ତେଣୁ ଏଥିରେ କୌଣସି ସତ୍ୟତା ନଥିଲା । ଏନେଇ ବିଡ଼ିଓଙ୍କଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ପୋଲିସ ଅଧିକାରୀ ବି ବଜ୍ରପାତରେ ମୃତ୍ୟୁ ଖବରକୁ ମନା କରିଥିଲେ । ସେଭଳି କୌଣସି ଘଟଣା ଘଟିନାହିଁ କି ସୂଚନା ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା କି ବଜ୍ରପାତରେ ସେଦିନ କାହାର ବି ମୃତ୍ୟୁ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.