ETV Bharat / state

ଆକ୍ସନ ମୋଡ଼ରେ ଅବକାରୀ ବିଭାଗ, ୮ଟି ବାର୍‌ ଉପରେ ଚଢ଼ାଉ

ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । କଟକ ରୋଡର ୮ଟି ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ଅଧିକ ପଢ଼ନ୍ତୁ

author img

By

Published : Aug 13, 2023, 10:23 PM IST

excise department raid at bar
ଡ୍ୟାନ୍ସ ବାରରେ ଅବକାରୀ ବିଭାଗର ରେଡ
ଡ୍ୟାନ୍ସ ବାରରେ ଅବକାରୀ ବିଭାଗର ରେଡ

ଭୁବନେଶ୍ବର: ଦେହ ବ୍ୟବସାୟର ମାଧ୍ୟମ ସାଜିଛି କଟକ ରୋଡ୍‌ରେ ଥିବା ଡ୍ୟାନ୍ସ ବାର । ନିୟମ ଖିଲାପକାରୀଙ୍କୁ ନେଇ ଆକ୍ସନ୍‌ ମୋଡ୍‌ରେ ଅବକାରୀ ବିଭାଗ । କଟକ ରୋଡ୍‌ର ୮ଟି ବାର ଉପରେ କରିଛି ରେଡ୍‌ । ବାର ଲାଇସେନ୍ସ ନାଁରେ ଝିଅମାନଙ୍କୁ ନୃତ୍ୟ ବଦଳରେ କରାଯାଇଛି ଶୋଷଣ । ଆଉ କମ ବୟସର ଝିଅଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଉଛି । ଏଭଳି ଅଭିଯୋଗ ପରେ ଅବକାରୀ ବିଭାଗ ବାର ଗୁଡିକରେ ଚଢ଼ାଉ କରି ଯାଞ୍ଚ କରିଛି । ଏଣିକି ସବୁଦିନ ଯାଞ୍ଚ ଚାଲିବ ବୋଲି କହିଛି ଅବକାରୀ ବିଭାଗ ।

ସଞ୍ଜ ନଇଁଲେ ରାଜଧାନୀରେ ରଙ୍ଗୀନ ହେଉଛି ରାତି । ବାରରେ ଲାଗୁଛି ଗ୍ରାହକଙ୍କ ଭିଡ଼ । Girl's Engagement ନାଁରେ ଖୁଲମଖୁଲା କଟକ ରୋଡରେ ଚାଲିଛି ଦେହ ବ୍ୟବସାୟ । ଗ୍ରାହକଙ୍କୁ ସୁବିଧା ଯୋଗାଇ ମାଲେମାଲ ହେଉଛନ୍ତି ବାର ମାଲିକ । ଦୀପାଲି ବାରରେ ନାଚୁଥିବା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ହୋଟେଲ ମାଲିକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଲିକର ଲାଇସେନ୍ସ ରଦ୍ଦ କରିବାକୁ ଦାବି ହୋଇଛି । ବାର ଡ୍ୟାନ୍ସରେ ନାବାଳିକାଙ୍କୁ ବ୍ୟବହାର ନେଇ ମାନବ ଚାଲାଣ ଦଫା କାହିଁକି ଲାଗୁନି ବୋଲି ପ୍ରଶ୍ନ କରିଛି ଚାଇଡଲାଇନ । ସେପଟେ ଶନିବାର ରାତିରେ ବିଭିନ୍ନ ଲେଟ ନାଇଟ ବାର ଉପରେ ଚଢ଼ାଉ ଅବକାରୀ ବିଭାଗ କରିଛି । ଚଢ଼ାଉ ସହ ବାର ମାଲିକ ମାନେ ବାର ଚଳାଇବାର ସବୁ ପ୍ରକାର ନିୟମକୁ ମାନୁଛନ୍ତି କି ନାହିଁ ସେନେଇ ଯାଞ୍ଚ କରିଛନ୍ତି ବିଭାଗ । ଏହାସହ ଯେଉଁ ଝିଅମାନେ ବାରରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ସେମାଙ୍କର ପରିଚୟ ପତ୍ର କାଗଜପତ୍ର ରେଜିଷ୍ଟାରରେ ଦସ୍ତଖସ୍ତ କରିଛନ୍ତି କି ନାହିଁ ସେସବୁର ଟିକନିକ ଯାଞ୍ଚ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ଓ ଅବକାରୀ ପାଇଁ ଗଲା ନିରୀହ ଜୀବନ ! ବଞ୍ଚିପାରିଥାନ୍ତେ ଶୁଭଲକ୍ଷ୍ମୀ, ଆଗରୁ ହୋଇଥିଲା FIR
ପୋଲିସ ସୂଚନା ମୁତାବକ ଶୁଭଲକ୍ଷ୍ମୀ ଥିଲେ ନାବାଳିକା । ଏହା ପ୍ରମାଣିତ ହେବା ପରେ ମାନବ ଚାଲାଣ ଆଇନ ଦଫା ୭୫ ଓ ୭୯ ଲାଗିବା କଥା । ଅବକାରୀ ବିଭାଗକୁ ବାର ଡ୍ୟାନ୍ସରଙ୍କ ତାଲିକାରେ ମଧ୍ୟ ଖିଲାପ କରାଯାଇଛି । ସିସିଟିଭି ହାର୍ଡଡିସ୍କ୍‌ରୁ ପ୍ରମାଣ ନଷ୍ଟ ପାଇଁ ହୋଟେଲରେ ତାଲା ପକାଯାଇଛି । ପୂର୍ବରୁ ଦୀପାଲି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କ ମାଲିକାନାରେ ଥିବା ତମାଣ୍ଡୋ ସାଉଥସିଟି ବାରରେ ବିଳମ୍ବିତ ରାତ୍ରି ଯାଏଁ ନିଶା ସେବନ ପରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ବାର ଏବଂ ରେସ୍ତୋରାଁ ଓନର ଆସୋସିଏସନର ସେକ୍ରେଟାରୀ କହିଛନ୍ତି, "ଗୋଟିଏ ବାର୍‌ ପାଇଁ ସମସ୍ତ ବାର ବଦନାମ ହେଉଛନ୍ତି । ବାରରେ ନୃତ୍ୟ ପ୍ରଦର୍ଶନ କରୁଥିବା ଯୁବତୀଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ କରାଯାଇଛି । ସେମାନଙ୍କ ପରିଚୟ ପତ୍ର ସହ ରେଜିଷ୍ଟରର ମଧ୍ୟ ତଥ୍ୟ ରଖାଯାଉଛି । ଯେଉଁ ବାର ମାଲିକ ଏଭଳି କାର୍ଯ୍ୟ କରୁଛନ୍ତି ଅବକାରୀ ବିଭାଗ ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀର ଡ୍ୟାନ୍ସ ବାର୍‌ରେ ଅନୈତିକ କାର୍ଯ୍ୟ, ଆଗରେ ବାର୍‌ ଭିତରେ ଦେହ ବ୍ୟବସାୟ

ସେପଟେ ଦିନକ ପରେ ସ୍ୱାଧୀନତା ଦିବସ ଥିବା ବେଳେ ଛକ, ବଜାର, ହୋଟେଲ ସବୁଠି ଅଚାନକ ଚେକିଂ କରିଛି ପୋଲିସ । ହେଲେ ଅପରାଧର ଏନ୍ତୁଡ଼ିଶାଳ ପାଲଟିଥିବା ଡ୍ୟାନ୍ସ ବାର ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି । ତେଣୁ କାହିଁକି ଦୀପାଲି ହୋଟେଲ ଓ ବାର ମାଲିକଙ୍କୁ ଦିଆଯାଉଛି ସୁରକ୍ଷା ? ସମ୍ବେଦନଶୀଳ ମାମଲାରେ କାହିଁକି ଲାଗୁନି ମାନବ ଚାଲାଣ ଦଫା ? ତେଣୁ ଏସବୁକୁ ସୁଧାରିବାକୁ ଯାଇ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.