ଭୁବନେଶ୍ବର: ପାଖେଇ ଆସିଲାଣି ବୋର୍ଡ ପରୀକ୍ଷା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ କମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ ପୁସ୍ତକ ଏଗ୍ଜାମ ୱାରିୟର୍ସର ଏବେ ଓଡ଼ିଆ ଭାଷାରେ ବି ଉପଲବ୍ଧ । ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ ହେଉଛି ଏହି ପୁସ୍ତକ । ପ୍ରଧାନମନ୍ତ୍ରୀ ଏହି ବହିର ନୂଆ ସଂସ୍କରଣକୁ ଜାରି କରିବା ସହ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି ।
-
ପ୍ରଧାନମନ୍ତ୍ରୀ @narendramodi ଙ୍କ ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ଯ ଏକ ପ୍ରେରଣାଦାୟକ ପୁସ୍ତକ ହେବ । pic.twitter.com/JaG3C6DrAE
— Dharmendra Pradhan (@dpradhanbjp) January 22, 2023 " class="align-text-top noRightClick twitterSection" data="
">ପ୍ରଧାନମନ୍ତ୍ରୀ @narendramodi ଙ୍କ ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ଯ ଏକ ପ୍ରେରଣାଦାୟକ ପୁସ୍ତକ ହେବ । pic.twitter.com/JaG3C6DrAE
— Dharmendra Pradhan (@dpradhanbjp) January 22, 2023ପ୍ରଧାନମନ୍ତ୍ରୀ @narendramodi ଙ୍କ ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ଯ ଏକ ପ୍ରେରଣାଦାୟକ ପୁସ୍ତକ ହେବ । pic.twitter.com/JaG3C6DrAE
— Dharmendra Pradhan (@dpradhanbjp) January 22, 2023
ଏଗ୍ଜାମ ୱାରିୟର୍ସ ପୁସ୍ତକର ଓଡ଼ିଆ ସମେତ ୧୩ ଭାଷାରେ ସଂସ୍କରଣ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ବହି ସଫଳତାର ମନ୍ତ୍ର ଦେବ ।" ସେପଟେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲିଖିତ ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ ଜରିଆରେ କହିଛନ୍ତି । ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଗ୍ଜାମ ୱାରିୟର୍ସକୁ ପଢି ଛାତ୍ରଛାତ୍ରୀ ଅଧିକ ଆତ୍ମବିଶ୍ବାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି ।
-
Delighted that the book #ExamWarriors is now available in 13 languages. pic.twitter.com/dwljhQLfwv
— Narendra Modi (@narendramodi) January 21, 2023 " class="align-text-top noRightClick twitterSection" data="
">Delighted that the book #ExamWarriors is now available in 13 languages. pic.twitter.com/dwljhQLfwv
— Narendra Modi (@narendramodi) January 21, 2023Delighted that the book #ExamWarriors is now available in 13 languages. pic.twitter.com/dwljhQLfwv
— Narendra Modi (@narendramodi) January 21, 2023
ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ ପୁସ୍ତକ ଏଗ୍ଜାମ ୱାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂରାଜୀ ସମେତ ୧୩ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକ କେବଳ ଛାତ୍ରଛାତ୍ରୀ ନୁହେଁ, ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାପଦ ପୁସ୍ତକ ଅଟେ । ବିବିଧ କାର୍ଯ୍ୟବିଧି ଓ ଯୋଗାସନ ସହିତ ଏକ କଥୋପକଥନ ଶୈଳୀରେ ଉପସ୍ଥାପିତ ଏହି ସଚିତ୍ର ପୁସ୍ତକ ପରୀକ୍ଷାରେ ସଫଳତା ଅର୍ଜନରେ ଓ ଜୀବନରେ ଆହ୍ବାନକୁ ସମ୍ମୁଖୀନ ହେବାରେ ଏକ ସାଥି ସଦୃଶ । ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ଦେଶର ଛାତ୍ରଛାତ୍ରୀଙ୍କ ସହ ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ସଫଳତାର ମନ୍ତ୍ର ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
Updated edition of #ExamWarriors book by PM @narendramodi, with new mantras for both students and parents, is now available in 𝟭𝟯 𝗜𝗻𝗱𝗶𝗮𝗻 𝗹𝗮𝗻𝗴𝘂𝗮𝗴𝗲𝘀.
— Exam Warriors (@examwarriors) January 19, 2023 " class="align-text-top noRightClick twitterSection" data="
Hindi, English, Tamil, Telugu, Malayalam, Kannada, Odia, Assamese, Gujarati, Marathi, Punjabi, Urdu & Bengali. pic.twitter.com/VafWDl67xW
">Updated edition of #ExamWarriors book by PM @narendramodi, with new mantras for both students and parents, is now available in 𝟭𝟯 𝗜𝗻𝗱𝗶𝗮𝗻 𝗹𝗮𝗻𝗴𝘂𝗮𝗴𝗲𝘀.
— Exam Warriors (@examwarriors) January 19, 2023
Hindi, English, Tamil, Telugu, Malayalam, Kannada, Odia, Assamese, Gujarati, Marathi, Punjabi, Urdu & Bengali. pic.twitter.com/VafWDl67xWUpdated edition of #ExamWarriors book by PM @narendramodi, with new mantras for both students and parents, is now available in 𝟭𝟯 𝗜𝗻𝗱𝗶𝗮𝗻 𝗹𝗮𝗻𝗴𝘂𝗮𝗴𝗲𝘀.
— Exam Warriors (@examwarriors) January 19, 2023
Hindi, English, Tamil, Telugu, Malayalam, Kannada, Odia, Assamese, Gujarati, Marathi, Punjabi, Urdu & Bengali. pic.twitter.com/VafWDl67xW
ଇଟିଭି ଭାରତ, ଭୁବନେଶ୍ବର