ETV Bharat / state

Archana Nag Case: ଖସିପାରିବେନି ବଡବଡିଆ ! ତଦନ୍ତ ଆରମ୍ଭ କଲା ED - ଅର୍ଚ୍ଚନା ନାଗ ବ୍ଲାକମେଲିଂ ଘଟଣା

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଘଟଣାର ତଦନ୍ତ ଆରମ୍ଭ ଇଡି ହୋଇଛି । ଅର୍ଚ୍ଚନାଙ୍କ ସମେତ ସ୍ବାମୀ ଜଗବନ୍ଧୁ, ଦଲାଲ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳୀ ନାମରେ ମାମଲା ରୁଜୁ ହୋଇଛି । ସେପଟେ ମନି ଲଣ୍ଡରିଂ ଆକ୍ଟରେ ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ନାଗ ମାମଲା: ଖସିପାରିବେନି ବଡ଼ ବଡ଼ିଆ, ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

author img

By

Published : Nov 2, 2022, 10:27 PM IST

ଭୁବନେଶ୍ବର: ଆରମ୍ଭ ହେଲା ଅର୍ଚ୍ଚନା ନାଗ ବ୍ଲାକମେଲିଂ ଘଟଣାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ । ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ହେଲା ଆରମ୍ଭ । ଅର୍ଚ୍ଚନାଙ୍କ ସମେତ ସ୍ବାମୀ ଜଗବନ୍ଧୁ, ଦଲାଲ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳୀ ନାମରେ ମାମଲା ରୁଜୁ ହୋଇଛି । ସେପଟେ ମନି ଲଣ୍ଡରିଂ ଆକ୍ଟରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପଦାକୁ ଆସିବ ଅର୍ଚ୍ଚନା ନାଗ କେଳେଙ୍କାରୀର ସତ୍ୟତା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ନେତୃତ୍ବରେ ୫ ଜଣିଆ ଟିମ ଆରମ୍ଭ କରିଛନ୍ତି ତଦନ୍ତ । ତେବେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ କେଉଁଠୁ ଆସିଲା ଏତେ ଟଙ୍କା, ଅର୍ଚ୍ଚନା‌ ନାଗଫାଶରେ କିଏ କିଏ ଫସିଛନ୍ତି ? କେଉଁ ନେତାଙ୍କ ଆକାଉଣ୍ଟରୁ ହୋଇଛି ଟଙ୍କା ନେଣଦେଣ ? ଏଭଳି ଆର୍ଥିକ କାରବାରର ଖୁଲାସା କରିବ ଇଡି । ଏନେଇ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ମିଳିଥିବା ତଥ୍ୟ ଆଧାରରେ ଖୁବ ଶୀଘ୍ର ଯେଉଁ ସବୁ ନେତା, ଅଫିସର‌ ଓ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଟଙ୍କା ନେଣଦେଣ ହୋଇଛି, ସେମାନଙ୍କୁ ନିର୍ଦ୍ଦେଶାଳୟ ନୋଟିସ ପଠାଇବ ବୋଲି ସୂଚନା ମିଳିଛି । ତେବେ ଏହି ଆର୍ଥିକ କାରବାର ପାଓ୍ବାର କରିଡରର ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

କେଉଁ ନେତାଙ୍କ ଟଙ୍କାରେ ଅର୍ଚ୍ଚନା କରୁଥିଲେ ଅଏସ, କାହାର ଛତ୍ରଛାୟାରେ ତିଆରି କରିଥିଲେ ବିଶାଳ ସାମ୍ରାଜ୍ୟ ସେସବୁର ଗୁମର ଫିଟାଇବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସଂଗ୍ରହ କରିଛି । କମିଶନରେଟ ପୋଲିସଠାରୁ ଦୁଇଟି ଅଭିଯୋଗର ତଥ୍ୟ ସଂଗ୍ରହ କରାଯାଇଛି । ଏପରିକି କିଛି ଲୋକାଲ ଇଣ୍ଟେଲିଜେନ୍ସ ଆଧାରରେ ଯେଉଁ ସବୁ ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ରହିଛି ସେମାନଙ୍କର କିଛି କିଛି ତଥ୍ୟ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ନେଇଛି । ଏନେଇ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.