ETV Bharat / state

ସିଏସ ଓ ଡିିଜିଙ୍କ ତାଗିଦ ପରେ ନରମିଲା ଡ୍ରାଇଭର ମହାସଙ୍ଘ, ଆନ୍ଦୋଳନ ସ୍ଥଗିତ - ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ

ରାଜ୍ୟରେ ୩ ଦିନ ହେବ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ ରହିଲା । ଏନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । ଲୋକଙ୍କ ଅସୁବିଧା ଓ ମୁଖ୍ୟ ସଚିବଙ୍କ ନିବେଦନ ଯୋଗୁଁ ଆନ୍ଦୋଳନ ସ୍ଥିଗତ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ ସ୍ଥଗିତ
ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ ସ୍ଥଗିତ
author img

By

Published : Mar 17, 2023, 6:21 PM IST

ଭୁବନେଶ୍ବର: ସ୍ଥଗିତ ରହିଲା ଡ୍ରାଇଭର ମହାସଂଘର ଆନ୍ଦୋଳନ । ୩ ଦିନ ହେବ ଚାଲିଥିବା ଆନ୍ଦୋଳନ ସ୍ଥଗିତ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଧର୍ମଘଟ ଜାରି ରହିବାକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ଡିଜି ସୁନୀଲ ବଂଶଲ । ତେବେ ଲୋକଙ୍କ ଅସୁବିଧା ଓ ମୁଖ୍ୟ ଶାସନ ସଚିବଙ୍କ ନିବେଦନ ଯୋଗୁଁ ଆନ୍ଦୋଳନ ସ୍ଥିଗତ ରଖାଯାଇଥିବା ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲୀ । ତେବେ ୯୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ ୯୧ ନମ୍ବର ଦିନ ନବୀନ ନିବାସ ଆଗରେ ସମୂହ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।

୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇ ଥିଲା । ବିଗତ ୩ ଦିନ ହେବ ମହାସଂଘର ଏହି ଆନ୍ଦୋଳନ ଜାରି ରହିଛି । ଧର୍ମଘଟ ଯୋଗୁଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସରକାର ଓ ଡ୍ରାଇଭର ମହାସଂଘ ମଧ୍ୟରେ ପର୍ଯ୍ୟାୟକ୍ରମେ ଆଲୋଚନା ହୋଇଥିଲା । ଏହାପରେ ଡ୍ରାଇଭର ମହାସଂଘର ଯଥାର୍ଥ ଦାବିକୁ ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଗତକାଲି (ଗୁରୁବାର) ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ମହାସଂଘ ସହିତ ଆଲୋଚନା କରିଥିଲେ । ଆଲୋଚନା ସକରାତ୍ମକ ହୋଇଥିଲା ବୋଲି ମୁଖ୍ୟ ସଚିବ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ ମାସ ମଧ୍ୟରେ ଯଥାର୍ଥ ଦାବି ପୂରଣ ନେଇ ଡ୍ରାଇଭର ମହାସଂଘକୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...'ପ୍ରତିଶ୍ରୁତି ପରେ ଧର୍ମଘଟ ବେଆଇନ', ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ସିଏସ ଓ ଡିଜିଙ୍କ ଅନୁରୋଧ

ସରକାରଙ୍କ ଲିଖିତ ପ୍ରତିଶ୍ରୁତିର ଘଣ୍ଟାଏ ମଧ୍ୟରେ ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସକରାତ୍ମକ ନିଷ୍ପତ୍ତି ଜଣାଇବେ ବୋଲି ମହାସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଜାରି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଡ୍ରାଇଭରଙ୍କ ସହଯୋଗ ଲୋଡ଼ିଥିଲେ । ୩ ମାସ ସମୟ ମାଗିବା ସହ ଡ୍ରାଇଭର ମହାସଂଘକୁ ଧାରଣା ପ୍ରତ୍ୟାହୃତ କରିନେବା ପାଇଁ ଅନୁରୋଧ କରିଥିଲେ । ସେପଟେ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ସଚିବ ମଧ୍ୟ ଡ୍ରାଇଭର ମହାସଂଘକୁ ନିବେଦନ କରିଥିଲେ । କାଲିର ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଥିବା ହେତୁ ମୁଖ୍ୟ ସଚିବ ନିବେଦନ କରିଥିଲେ । ଡ୍ରାଇଭରମାନଙ୍କ ରାସ୍ତାରୋକ କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଉପୁଜୁଥିବା ସେ କହିଥିଲେ ।

ସେପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଡିଜିପି ସୁନୀଲ ବଂଶଲ ମଧ୍ୟ ସତର୍କ କରାଇଥିଲେ । ପ୍ରତିଶ୍ରୁତି ମିଳିବା ସତ୍ତ୍ବେ ସଂଘ ଆନ୍ଦୋଳନ କରିବା ବେଆଇନ୍ । କାଲି ପୋଲିସକୁ ଆକ୍ରମଣ ହୋଇଛି ଓ ଆଇନ୍‌କୁ ହାତକୁ ନିଆଯାଇଛି । ଏଭଳି ସରକାରୀ କାର୍ଯ୍ୟରେ ବାଧା ଉପୁଜାଇଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଥିଲେ । ତେବେ ଏହାପରେ ନରମିଛି ଡ୍ରାଇଭର ମହାସଂଘ । ଲୋକଙ୍କ ଅସୁବିଧା ଓ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ କାରଣରୁ ଡ୍ରାଇଭର ମହାସଂଘ ଧାରଣାକୁ ସ୍ଥଗିତ ରଖିଲା ବୋଲି ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେନ୍ଦୁଲୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.