ETV Bharat / state

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ ନରସିଂହ

author img

By

Published : Nov 4, 2022, 10:16 PM IST

Updated : Nov 4, 2022, 11:06 PM IST

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ । ସେହିଭଳି ନବୀନ ଓ ମୋଦି ବନ୍ଧୁ ହୋଇଥିବାରୁ ଏହି ଘଟଣାରେ ଇଡି ମଧ୍ୟ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ ନରସିଂହ
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅର୍ଚ୍ଚନା ନାଗ ଘଟଣାରେ ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ । ରାଜ୍ୟରେ ପୋଲିସ ନାହିଁ ବୋଲି ଅନୁଭବ ହେଉଥିବା ସେ କହିଛନ୍ତି । ସେହିଭଳି ଇଡି ମଧ୍ୟ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିରୋଧି ଦଳ ଗୁଡ଼ିକ ଲଗାତାର ଏହି ମାମଲାରେ ପୋଲିସର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ କରି ଆସୁଛନ୍ତି । ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତଭୁକ୍ତ କରିବାକୁ ଦାବି କରି ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ତେବେ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ: Pradeep Majhi On Etv Bharat: କୌଣସି ସ୍ଥିତିରେ କୋଟିଆ ସ୍ୱାର୍ଥ ପାଇଁ ସାଲିସ ହେବ ନାହିଁ: SDC ଉପଦେଷ୍ଟା

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେମିତି କୋଟିପତି ହେଲା ରାଜଧାନୀର ରାଣୀ ମହୁମାଛି । ସେନେଇ ଖୋଳତାଡ ଆରମ୍ଭ କରିଛି ଇଡି । ୨୦୧୬ରୁ ୨୦୨୨ ମଧ୍ୟରେ ୫୦ କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି ଅର୍ଚ୍ଚନା ନାଗ । ତେବେ ସେ କେଉଁ ସୁତ୍ରରୁ ଅର୍ଥ ରୋଜଗାର କରୁଥିଲେ ତାର ରାଜ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆକ୍ଟରେ ଆରମ୍ଭ ହୋଇଛି ଛାନଭିନ । ତେବେ ଏହାକୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି, "ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଉଭୟ ବନ୍ଧୁ । ତେଣୁ ଏ ଘଟଣାରେ ଇଡି କିଛି କରିପାରିବ ନାହିଁ ।" ଆଉ ଗୋଟିଏ ହୁଏତ ରାଜ୍ୟସଭା ସିଟ ନେଇପାରନ୍ତି ବୋଲି କହି କଟାକ୍ଷ କରିଛନ୍ତି ନରସିଂହ ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ଚ୍ଚନା ପାଇଁ ଅଡୁଆରେ ପାଓ୍ବାର କରିଡର, ଅର୍ଥ କାରବାର ନେଇ ଘାଣ୍ଟିବ ଇଡି

ତେବେ ଏହି ଘଟଣାରେ ଅନେକ ବିଜେଡି ଓ ବିଜେପି ନେତାଙ୍କର ନାଁ ଓ ଫଟୋ ସାମ୍ନାକୁ ଆସୁଥିବାବେଳେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି, "ଏ ରାଜ୍ୟରେ ଜଣେ ଡିଜି ଅଛନ୍ତି ବୋଲି କେବେ ବିଶ୍ବାସ ହେଉନାହିଁ । ସେ ବିଧାୟକଙ୍କ ଫୋନ୍ ରିସିଭ କରନ୍ତି ନାହିଁ । ପୋଲିସ ତଦନ୍ତ କରୁଛି ବୋଲି ଲୋକେ ଜାଣିବା ଆବଶ୍ୟକ ଥିଲେ ମଧ୍ୟ ଲୋକେ ଜାଣୁ ନାହାଁନ୍ତି । ତଦନ୍ତ କେତେ ହେଲା, କେଉଁ ଦିଗକୁ ଗଲା କାହିଁକି କହିବନି ପୋଲିସ । ରାଜ୍ୟରେ ଆଇନ ନାହିଁ ବରଂ ଜଙ୍ଗଲି ଶାସନ ଚାଲିଛି ।" ତେବେ ରାଜ୍ୟରେ ପୋଲିସ ନଥିବା ଭଳି ଅନୁଭବ ହେଉଥିବା କହିଛନ୍ତି ନରସିଂହ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2022, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.