ETV Bharat / state

OSSC ଅଫିସ ଆଗରେ ବିକ୍ଷୋଭ, ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଆଶାୟୀଙ୍କ ଧାରଣା - OSSC ଅଫିସ ଆଗରେ ପରୀକ୍ଷାର୍ଥୀଙ୍କ ଧାରଣା

ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ OSSC ଅଫିସ ଆଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ଦୁର୍ନୀତି ମୁକ୍ତ ପରୀକ୍ଷା ଦାବି କରି ଶତାଧିକ ଆଶାୟୀଙ୍କ ଧାରଣା । ଅଧିକ ପଢ଼ନ୍ତୁ

civil JE main examinees stages protest
OSSC ଅଫିସ ଆଗରେ ପରୀକ୍ଷାର୍ଥୀଙ୍କ ଧାରଣା
author img

By

Published : Jul 21, 2023, 5:09 PM IST

OSSC ଅଫିସ ଆଗରେ ପରୀକ୍ଷାର୍ଥୀଙ୍କ ଧାରଣା

ଭୁବନେଶ୍ବର: ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ତାତିଲେ ପରୀକ୍ଷାର୍ଥୀ । OSSC ଅଫିସ ଆଗରେ ଶତାଧିକ ଆଶାୟୀ ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୁର୍ନୀତି ମୁକ୍ତ ପରୀକ୍ଷା ଦାବି କରି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ନାରା ଦେଇଛନ୍ତି । OSSC ତୁରନ୍ତ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ, ସରକାରଙ୍କୁ ଘେରିଲେ ବିରୋଧୀ

କିଛି ଦିନ ତଳେ ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଓ ୧୦ ଲକ୍ଷ ଟଙ୍କାର ଡିଲ୍‌ ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଥିଲା । ଏହି ଡିଲ୍‌ ସମୟରେ ଯେଉଁ ୮୮ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ୮୮ ଜଣ ପରୀକ୍ଷାର୍ଥୀଙ୍କ ପାଖରୁ ଖାଲିଥିବା ଚେକ୍‌ ସମେତ ପରୀକ୍ଷା ଆଡମିଟ୍‌ କାର୍ଡ, ସାର୍ଟିଫିକେଟ୍‌, ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଛି ବାଲେଶ୍ଵର ପୋଲିସ । କିନ୍ତୁ ଏହା ଘଟଣାରେ ବାଲେଶ୍ଵର ଏସ୍‌ପି OSSC ପରୀକ୍ଷାର କୌଣସି ଦୁର୍ନୀତି ନଥିବା କହିବା ପରେ ପରୀକ୍ଷା ଦେଇଥିବା ଶତାଧିକ ପରୀକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ନାଁ ସର୍ବସମ୍ମୁଖରେ ଅଣାଯାଉ ବୋଲି ଆଶାୟୀମାନେ ଦାବି କରି ଦୀର୍ଘ ସମୟ ଧରି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିଶନଙ୍କ ଆଗରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗଣମାଧ୍ୟମକୁ ଦେଖି ନିଦାବିଷ୍ଣୁ ସାଜିଲେ OSSC ଅଧ୍ୟକ୍ଷ ! କାଲିର ପରୀକ୍ଷା ଆଜି ବାତିଲ
ଅନ୍ୟପଟେ OSSC ସମ୍ବନ୍ଧିତ ଜୁନିଅର ଇଞ୍ଜିନିୟର ପୋଷ୍ଟଟି କେବଳ ଡିପ୍ଲୋମା ଇଞ୍ଜିନିୟର ପିଲାଙ୍କ ପାଇଁ ଉଦ୍ଧିଷ୍ଟ ରହିଥିଲା । ତେବେ କେତେକ ବିଟେକ ଇଞ୍ଜିନିୟର ପିଲାମାନେ ଡିପ୍ଲୋମା ନକରି ଏହି ପୋଷ୍ଟକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛନ୍ତି ଯାହା ନ୍ୟାୟ ସମ୍ମତି ନୁହେଁ । ତେବେ ସରକାର ଏବଂ ଡିପ୍ଲୋମା ସର୍ଭିସ୍ କ୍ୟାଡ଼ର ରୁଲ୍‌କୁ ଉଲ୍ଲଂଘନ କରି ବିଟେକ ଇଞ୍ଜିନିୟର ପିଲାମାନେ ଜୁନିଅର ଇଞ୍ଜିନିୟର ପୋଷ୍ଟ ପାଇଁ ପରୀକ୍ଷା ଦେଇ ଚାଲିଛନ୍ତି । ଯାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିକ୍ଷୋଭକାରୀ । ବିଟେକ ଇଞ୍ଜିନିୟର ପିଲାଙ୍କୁ ବିଚାରକୁ ନନେଇ ପିଲାଙ୍କର ରେଜଲ୍ଟ OSSC ଯଥାଶୀଘ୍ର ପ୍ରକାଶ କରିବା ସହିତ ଦୁର୍ନୀତି ମୁକ୍ତ ପରୀକ୍ଷା କରିବା ଦାବି ନେଇ ଶତାଧିକ ଆଶାୟୀ ମାନେ ଧାରଣା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.