ETV Bharat / state

ସାବଧାନ! ଭୁବନେଶ୍ୱରରେ ସ୍ୱଚ୍ଛତା ଯାଞ୍ଚ କରିବ ଟିମ ସାଇନ୍‌, ଘର ଆଗରେ ଅଳିଆ ପଡ଼ିଲେ କାଟିବ ଫାଇନ - ଚମକିବ ଭୁବନେଶ୍ୱର

ଚମକିବ ଭୁବନେଶ୍ୱର । ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ଦିଗରେ ବିଏମ୍‌ସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱରରେ ଗଠନ ହେଲା ଟିମ ସାଇନ୍‌ । ଆଜି ଏହାର ଶୁଭାରମ୍ଭ କରାଯାଇ ବିଧିବଦ୍ଧ ଭାବେ ତାଲିମ ଦେବା ସହ ବିଏମ୍‌ସି ମେୟର ଶପଥ କରାଇଛନ୍ତି । ଅଧିକ ପଢ଼ନ୍ତୁ

bmc launched team shine
ଭୁବନେଶ୍ୱରରେ ଗଠନ ହେଲା ଟିମ ସାଇନ
author img

By

Published : Aug 13, 2023, 8:52 PM IST

ଭୁବନେଶ୍ୱରରେ ଗଠନ ହେଲା ଟିମ ସାଇନ

ଭୁବନେଶ୍ବର: ଘର ଆଗରେ ଅଳିଆ ପକାଇଲେ ଆଉ ମିଳିବନି ନିସ୍ତାର । ଏଣିକି ଅଳିଆ ଜମାକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିବ ବିଏମ୍‌ସି । ଏନେଇ ବିଏମସି ପକ୍ଷରୁ ଗଠନ ହୋଇଛି ଟିମ୍‌ ସାଇନ । ଗାଡ଼ି ଧରି ଘର ଘର ବୁଲିବେ ସାଇନ ଟିମ୍‌ ସଦସ୍ୟ । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଚାରିଚକିଆ ଗାଡ଼ି ପ୍ରଦାନ ହୋଇଥିବା ବେଳେ ୫୦ ଜଣ ସଦସ୍ୟଙ୍କୁ ବିଏମ୍‌ସି ତାଲିମ ଦେଇଛି ।

ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ଦିଗରେ ବିଏମସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱରରେ ଗଠନ ହେଲା ଟିମ ସାଇନ। ଆଜି ଏହାର ଉଦଘାଟନ ହୋଇଥିବା ବେଳେ ସାଇରନ ବଜାଇ ଏହି ଟିମ୍‌ ଆରମ୍ଭ କରିଥିଲେ ଯାତ୍ରା । ଟିମ୍‌ ସାଇନ୍‌ରେ ସାମିଲ ହୋଇଛନ୍ତି ୫୦ ଜଣ ଉଭୟ ମହିଳା ଓ ପୁରୁଷ ସଦସ୍ୟ । ଏହି ଟିମ୍‌ ପ୍ରଥମେ ଲୋକଙ୍କୁ ସଚେତନ କରିବ । ଏକକ ବ୍ୟବହାର ପ୍ଲାଷ୍ଟିକର ବ୍ୟବହାର କମାଇବା, ଘର ଆଗରେ ଅଳିଆ ନପକାଇ, ସଫେଇ ଗାଡ଼ିକୁ ଅଳିଆ ଦେବା, ଘର ପାଖରେ ଜମା ହୋଇଥିବା ଅଳିଆକୁ ଫୋପାଡିବା ନାହିଁ, ଭଳି ସଚେତନତା ବାର୍ତ୍ତା ନେଇ ଘରଘର ବୁଲିବ ଏହି ଟିମ୍‌ । ଅମାନିଆଙ୍କଠୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରିବ । ତେଣୁ ଆଜି ଟିମ୍‌ ସାଇନକୁ ବିଧିବଦ୍ଧ ଭାବେ ତାଲିମ ଦେବା ସହ ବିଏମସି ମେୟର ଶପଥ କରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଭୁଆଶୁଣି ଡମ୍ପିଂୟାର୍ଡ଼ରେ ସବୁଦିନ ପାଇଁ ଅଳିଆ ପକାଇବା ବନ୍ଦ କଲା BMC

ଭୁବନେଶ୍ୱର ପାଇଁ ମୋଟ ୧୦ଟି ସାଇନ୍‌ ଟିମ ଗଠନ ହୋଇଥିବା ବେଳେ, ସମସ୍ତ ସଦସ୍ୟଙ୍କର ରହିଛି ସ୍ୱତନ୍ତ୍ର ୟୁନିଫର୍ମ । ପ୍ରତ୍ୟକ ଟିମ୍‌ ପାଇଁ ଗୋଟିଏ ଲେଖାଏଁ ଚାରିଚକିଆ ଗାଡି ରହିଛି । ଏମାନେ ସାରା ଭୁବନେଶ୍ୱର ବୁଲି ଅଳିଆ ସ୍ଥିତି ତଦାରଖ, ଜନ ସଚେତନତା ସହ ଅମାନିଆଙ୍କୁ ଆର୍ଥିକ ଦଣ୍ଡ ଦେବେ । ଟିମ୍‌ ତିଆରିର ପ୍ରଥମ ଦିନରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଓ ଭୁବନେଶ୍ୱର ଡିସିପି ପ୍ରମୁଖ ଉପସ୍ଥିତ ଥିଲେ । ସସ୍ବଚ୍ଛତା ଦିଗରେ ବିଏମସି ନୂଆନୂଆ ପଦକ୍ଷେପ ନେଉଛି । ହେଲେ ବିଭିନ୍ନ ସମୟରେ ସଫେଇରେ ତ୍ରୁଟି ଓ ସାଧାରଣରେ ସଚେତନତା ଅଭାବ ଯୋଗୁଁ ଏବେବି ଭୁବନେଶ୍ୱରର ବିଭିନ୍ନ ଜନବସତି ଓ ଛକରେ ପଡି ରହୁଛି ଅଳିଆ । ଟିମ୍‌ ସାଇନ୍‌ ସ୍ୱଚ୍ଛତା ଦିଗରେ କେଉଁଭଳି କାର୍ଯ୍ୟ କରୁଛି ତାହା ଦେଖିବାକୁ ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.