ETV Bharat / state

ମୁକ୍ତା ଯୋଜନାରେ ୧୧୦୭ ଗୋଷ୍ଠୀଙ୍କୁ ୧୧୩୨ ଗୋଟି କାର୍ଯ୍ୟାଦେଶ ବଣ୍ଟନ, ମହିଳାଙ୍କୁ ପ୍ରାଧାନ୍ୟ

author img

By ETV Bharat Odisha Team

Published : Sep 24, 2023, 10:52 AM IST

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୧୧ ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧୯ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ । ଅଧିକ ପଢନ୍ତୁ

BMC distributed work orders
BMC distributed work orders

ଭୁବନେଶ୍ବର: ଭୁବନେଶ୍ୱରରେ ମୁକ୍ତା ଓ ଜାଗା ମିଶନ କାର୍ଯ୍ୟାଦେଶ ବଣ୍ଟନ । ୧୧୯ କୋଟି ଟଙ୍କାର ବ୍ୟୟ ଅଟକଳରେ ୧୧୦୭ ଗୋଷ୍ଠୀଙ୍କୁ ୧୧୩୨ ଗୋଟି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଯାହା ଦେଶରେ ପ୍ରଥମ ଓ ସର୍ବକାଳୀନ ରେକର୍ଡ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ୧୧ ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧୯ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।

BMC distributed work orders
BMC distributed work orders

ତେବେ ଏହି କାର୍ଯ୍ୟାଦେଶକୁ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, "ଏପରି ଏକକାଳୀନ ୧୧୦୭ ଗୋଟି ଏସ୍‌ଏଚ୍‌ଜିକୁ ମୋଟ ୧୧୯ କୋଟି ଟଙ୍କାର ୧୧୩୨ଟି କାର୍ଯ୍ୟାଦେଶ ଦେବା ସମଗ୍ର ଦେଶରେ ପ୍ରଥମ ଘଟଣା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନାରେ ମୋଟ ୭୧ କୋଟି ଟଙ୍କା ବ୍ୟୟରେ ୬୬୯ଟି କାର୍ଯ୍ୟାଦେଶ ଏବଂ ଜାଗା ମିଶନ ଅଧିନରେ ମୋଟ ୪୮ କୋଟି ଟଙ୍କାର ମୋଟ ୪୬୩ଟି କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ସମସ୍ତ କାର୍ଯ୍ୟାଦେଶ ୫୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୩୫ଟି ବସ୍ତି ବାସିନ୍ଦା ସଂଘକୁ ପ୍ରଦାନ କରାଯାଇଛି ।"

ସେହିପରି ବିଭିନ୍ନ ୱାର୍ଡର ଆବଶ୍ୟକତା ତଥା କର୍ପୋରେଟରଙ୍କ ଦାବିକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୨୩ ଶହରୁ ଅଧିକ ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା । ମୁଖ୍ୟମନ୍ତ୍ରୀ ମୁକ୍ତା ୨.୦ରେ ସେ ସମସ୍ତ ପ୍ରକଳ୍ପକୁ ଅନୁମୋଦନ କରିବା ସହ ସମସ୍ତ ପ୍ରକଳ୍ପ ପାଇଁ ମୋଟ ୧୪୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ଯାହା ସର୍ବକାଳୀନ ରେକର୍ଡ । ଏଥିସହ ତୃତୀୟ ଲିଙ୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି । ମୁକ୍ତା ଓ ଜାଗା ମିଶନ ଜରିଆରେ ସହରର ରୂପରେଖ, ଭିତ୍ତିଭୂମି ବିକାଶ, ସୌନ୍ଦର୍ଯ୍ୟକରଣ, ପାର୍କର ବିକାଶ, ସ୍ୱତନ୍ତ୍ର ମହିଳା ଭେଣ୍ଡିଂ ଜୋନ୍‌, ଭୂବିନ୍ୟାସ, ଜଳାଶୟଗୁଡିକର ନବୀକରଣ, ବର୍ଷା ଜଳ ଅମଳ ପ୍ରକଳ୍ପ, ବିଜୁ ଆଦର୍ଶ କଲୋନୀର ସୌନ୍ଦର୍ଯ୍ୟକରଣ ଇତ୍ୟାଦି ବିକାଶମୂଳକ କାର୍ଯ୍ୟ କରାଯିବ । ତେବେ ଏହି ସମସ୍ତ କାର୍ଯ୍ୟ 5T ଆଧାରରେ ଅର୍ଥାତ ଗୋଷ୍ଠୀ ସହଭାଗିତାରେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କରାଯିବ ।

ଏହା ମଧ୍ୟ ପଢନ୍ତୁ- ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ, ଅଭିଯୋଗ ପରେ ବିଭିନ୍ନ ଯୋଜନା ପାଇଁ କଲେ ବ୍ୟୟ ବରାଦ

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୁକ୍ତା ଯୋଜନାରେ ୭୫୦ କୋଟି ଟଙ୍କା ବ୍ୟୟ ହୋଇଛି । ତେବେ ଆଗରୁ ପୁରୁଷମାନେ କାମ କରୁଥିଲେ ଏବଂ ମହିଳାମାନେ ଘର କାମରେ ନିୟୋଜିତ ଥିଲେ । ଏବେ ମହିଳାମାନେ ଆଗକୁ ଆଗେଇ ଆସିଛନ୍ତି ଏବଂ ପୁରୁଷମାନଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ମୁକ୍ତା ଅଧିନରେ ମାଆମାନେ କାମ କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବେଶ୍ ସ୍ୱାବଲମ୍ବି ହୋଇ ପାରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି । ତେବେ ଏହି କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ମୁକ୍ତା ଆପ୍‌ର ଉନ୍ମୋଚନ କରାଯାଇଥିଲା । ହିତାଧିକାରୀମାନେ ଏହି ମୁକ୍ତା ଆପ୍ ଜରିଆରେ ସେମାନଙ୍କର କାର୍ଯ୍ୟାଦେଶ, ବ୍ୟୟ ଅଟକଳ ଆଦି ସମସ୍ତ ତଥ୍ୟ ପାଇପାରିବେ । ଏହି ମୁକ୍ତା ଓ ଜାଗା ମିଶନ କାର୍ଯ୍ୟାଦେଶ ପ୍ରଦାନ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ୧୧ ଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘର ହଜାର ହଜାର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.