ETV Bharat / state

ନବନିର୍ମାଣ କୃଷକ ସଙ୍ଗଠନର ବନ୍ଦ ଡାକରାକୁ ବିଜେପିର ସମର୍ଥନ

ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ନୈତିକତା ସମର୍ଥନ ଜଣାଇଛି ବିଜେପି । ଆସନ୍ତା 22 ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ 21ରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଉଛି ।

author img

By

Published : Feb 21, 2019, 11:48 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ନୈତିକତା ସମର୍ଥନ ଜଣାଇଛି ବିଜେପି । ଆସନ୍ତା 22 ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ 22ରେ ନବ ନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଉଛି । ଯାହାକୁ ଶାସକ ଦଳ ବିରୋଧ କରୁଥିବା ବେଳେ ବିଜେପି ଏହାକୁ ସମର୍ଥନ ଜଣାଇଛି ।

ଦାବି ନାଁରେ ନବ ନିର୍ମାଣ କୃଷକ ସଙ୍ଗଠନ ହଜାର ହଜାର ପିଲାଙ୍କ ଭବିଷ୍ୟତକୁ ଠେଲିଦେବାକୁ ବସିଛି । ତେଣୁ ଶାସନ ଦଳ ଏହାକୁ ବିରୋଧ କରି ଏପରି ନକରିବାକୁ କହିଛନ୍ତି । ସେପଟେ କିନ୍ତୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ଆଳ ଦେଖାଇ କୃଷକମାନଙ୍କ ସ୍ବର ଚାପିଦେବାକୁ ଚାହୁଁଛନ୍ତି ବୋଲି ବିଜେପି କୃଷକ ସେଲର ସଭାପତି ସୁରତ ବିଶ୍ବାଳ କହିଛନ୍ତି । ମାଟ୍ରିକ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ଦାୟିତ୍ବ । କିନ୍ତୁ ଚାଷୀଙ୍କ ସମସ୍ୟାକୁ ଏଡାଇଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି ।

ସେପଟେ, ଚାଷୀମାନେ ସନ୍ତ୍ରାସବାଦ କି ବିଚ୍ଛିନ୍ନତାବାଦୀ ନୁହନ୍ତି, ଯେ ସେମାନେ ନିୟନ୍ତ୍ରଣ ବାହାରକୁ ପଳାଇବେ । ଆଉ ଏହି ବନ୍ଦକୁ ସମର୍ଥନ ଦେଲେ, ବିଜେଡି କାହିଁକି ଭୟଭୀତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ବହିଷ୍କାର ପରେ ବର୍ଷିଲେ ଶ୍ରୀକାନ୍ତ, ଟାର୍ଗେଟରେ ପଟ୍ଟନାୟକ ବ୍ରଦର୍ସ

ଭୁବନେଶ୍ବର: କାହାକୁ ଛାଡିଲେନି । କୋଇଲା ଘୋଟାଲା ପ୍ରସଙ୍ଗରେ ଭାୟା ପଟ୍ଟନାୟକ ବ୍ରଦର୍ସ ବିଜେଡି ସୁପ୍ରିମୋ ଓ ରାହୁଲଙ୍କୁ ଶ୍ରୀକାନ୍ତଙ୍କ କଡ଼ା ସମାଲୋଚନା । ପରୋକ୍ଷରେ ରାହୁଲ ଜଣେ ଦୁର୍ନୀତିଖୋର ନେତା ବୋଲି କହିବାକୁ ପଛାଇ ନାହାନ୍ତି ଶ୍ରୀକାନ୍ତ ଜେନା । ସେ କହିଛନ୍ତି ରାଜ୍ୟରେ ବେକାରୀ ଓ ଭୋକର ଭୂ-ଗୋଳ ବଢି ଚାଲିଛି । ସେପଟେ କିନ୍ତୁ ରାଜସ୍ବ ଲୁଟୁଛନ୍ତି ଖଣି ମାଫିଆ । ଆଉ ଏହାକୁ ଓଡି଼ଶାରେ ବିଜେଡି ସୁପ୍ରିମୋ ସମର୍ଥନ କରୁଛନ୍ତି । କଂଗ୍ରେସରେ ରାହୁଲ ଗାନ୍ଧୀ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି ।

ସେ କହିଛନ୍ତି ରାହୁଲଙ୍କୁ ଦୁଇଟି ପ୍ରସ୍ତାବ ଦେଇଥିଲେ ସେ । ରାଜ୍ୟବାସୀଙ୍କ ସହ ଆପଣ ରହିବେ ନା ଖଣି ମାଫିଆଙ୍କ ସହ । ଶେଷରେ ଖଣି ମାଫିଆଙ୍କୁ ରାହୁଲ ସମର୍ଥନ କରିଛନ୍ତି ବୋଲି ବହିଷ୍କାର ପରେ ପ୍ରଥମ ପ୍ରେସମିଟରେ ଶ୍ରୀକାନ୍ତ କହିଛନ୍ତି ।

25ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସେହିଦିନ ଖଣି ଘୋଟାଲାର ମହାଖୁଲାସା କରିବି, ସାରା ଦେଶରେ ମୁହଁ ଦେଖାଇ ପାରିବେନି ରାହୁଲ ଗାନ୍ଧୀ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି, ହାଇକୋର୍ଟ ଏନେଇ ତାଙ୍କୁ ଭର୍ତ୍ସନା କରିସାରିଛନ୍ତି ବୋଲି ଶ୍ରୀକାନ୍ତ କହିସାରିଛନ୍ତି । ଏଥିସହ ନିରଞ୍ଜନଙ୍କ ଭାଇ ତଥା ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

ତେବେ ବିଜେପି ପ୍ରତିକ୍ରିୟାରେ ଶ୍ରୀକାନ୍ତଙ୍କ ପ୍ରତି ଉଦରତା ଦେଖାଇଛି । ରାଜ୍ୟରେ ବିଜେଡି-କଂଗ୍ରେସ ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଖଣି ମାଫିଆଙ୍କ ଜରିଆରେ ଉଭୟଙ୍କ ମଧ୍ୟରେ ଡିଲ ହୋଇଛି ପ୍ରତିବାଦ କରିବାରୁ ଶ୍ରୀକାନ୍ତଙ୍କୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ସେପଟେ ବିଜେପି ଓ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗର ଜବାବ ରଖିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଅତୀତରେ କଂଗ୍ରେସ ଓ ବିଜେପି ସହ ରହିଥିଲି, ସମାଲୋଚନା ପୂର୍ବରୁ ନିଜକୁ ଅନୁଶୀଳନ କରିବା ଦରକାର ବୋଲି ଶ୍ରୀକାନ୍ତ ଜେନାଙ୍କୁ ସୌମ୍ୟ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ୍

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.