ETV Bharat / state

ମଣ୍ଡିରେ ଅବ୍ୟବସ୍ଥା ନେଇ ଅତିଷ୍ଠ ଚାଷୀ, ଯୋଗାଣ ନିଗମ କାର୍ଯ୍ୟାଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା

author img

By

Published : Feb 7, 2023, 7:35 AM IST

ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଯୋଗାଣ ନିଗମ କାର୍ଯ୍ୟାଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା । ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ନିୟମ ଥିଲାବେଳେ, ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଯୋଗାଣ ନିଗମ କାର୍ଯ୍ୟାଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ବର: ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ତେବେ ଅନଲାଇନରେ ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ନିୟମ ଥିଲାବେଳେ, ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । ଏନେଇ ବିଜେପି ନେତାମାନେ ଖାଦ୍ୟ ଯୋଗାଣ ବିଭାଗ ମୁଖ୍ୟଙ୍କ ପାଖରେ ଦାବି ଉପସ୍ଥାପନା କରିବାକୁ ଆସିଥିଲେ । ତେବେ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ଅନିର୍ଦ୍ଦିଷ୍ଟ କାଳରୁ ଛୁଟିରେ ଥିବାରୁ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରୁଦ୍ଦିଷ୍ଟ ପୋଷ୍ଟର ମାରି ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ ।

ରାଜ୍ୟରେ ଧାନ ମଣ୍ଡିର ଅବ୍ୟବସ୍ଥା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତିବର୍ଷ ଧାନ ମଣ୍ଡିର ପରିଚାଳନା ସଠିକ୍ ଭବରେ ହେଉନଥିବାବେଳେ ମିଲ୍ ମାଲିକଙ୍କ ମନମାନିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଚାଷୀମାନଙ୍କ ଧାନ ଦୀର୍ଘ ଦିନରୁ ମଣ୍ଡିରେ ପଡ଼ି ରହିଛି ଏବଂ ଧାନର ସଠିକ୍ ମୂଲ୍ୟ ପାଇପରୁନି ଚାଷୀ । କିନ୍ତୁ ଚଳିତ ବର୍ଷ ଚାଷୀମାନେ ଏକ ଅଭାବନୀୟ ସ୍ଥିତିର ମୁକାବିଲା କରୁଛନ୍ତି । କାରଣ ରାଜ୍ୟ ସରକାର ଚାଷୀମାନଙ୍କ ଧାନ ବିକ୍ରି କରିବା ପାଇଁ ଏପର୍ଯ୍ୟନ୍ତ ଘୋଷଣାରେ ଅବହେଳା କରିଛନ୍ତି ।

ଅନଲାଇନରେ ଧାନ ବିକ୍ରି ପରେ ୨୪ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ନିୟମ ରହିଛି । କିନ୍ତୁ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ଓଡ଼ିଶା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଖାଦ୍ୟ ଯୋଗାଣ ବିଭାଗ ମୁଖ୍ୟ ନିର୍ଦ୍ଦେଶକଙ୍କ ପାଖରେ ଦାବି ଉପସ୍ଥାପନା କରିବାକୁ ଆସିଥିଲେ । କିନ୍ତୁ ସେତେବେଳକୁ ସେ ଅନୁପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କର ଅନିର୍ଦ୍ଦିଷ୍ଟ କାଳ ଛୁଟିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରିଛି ବିଜେପି । ବିଜେପି କୃଷକ ମୋର୍ଚ୍ଚା କର୍ମୀମାନେ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବାକୁ ଯାଇ ନପାଇବାରୁ ଏକ ମିସିଂ ଲେଖା ଥିବା ପୋଷ୍ଟର ଏମ୍‌ଡିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲଗାଇ ଦେଇଥିଲେ । ଯୋଗାଣ ବିଭାଗ, ସରକାରଙ୍କ ବିରୋଧରେ ନାରବାଜି ଦେଇଥିଲେ ବିଜେପି କର୍ମୀ ।

ଏନେଇ ବିଜେପି କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, "ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି । ସରକାର ଓ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛନ୍ତି । ତା ସତ୍ତ୍ବେ ବି କେନ୍ଦ୍ର ସରକାର ଚାଷୀକୁ ଦେଉଥିବା ୨୦୪୦ ଟଙ୍କା MSP ଏପର୍ଯ୍ୟନ୍ତ ଚାଷୀ ଖାତାକୁ ଯାଇପରିଲା ନାହିଁ । ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଚାଷୀ ଟଙ୍କା ପାଇପାରୁନି । ଆମେ ଆସିଥିଲୁ MDଙ୍କୁ ଭେଟିବା ପାଇଁ । ସେ ଛୁଟିରେ, MD ଫେରାର ଥିବାରୁ Missing ଲଟକେଇଲୁ । ସେପଟେ ମୟୂରଭଞ୍ଜ ଜଶିପୁରର ମହିଳା ଚାଷୀ ଉଶାରାଣୀ ସେଠୀ ଅଭିଯୋଗ ଆଣିଛନ୍ତି, "ଗତବର୍ଷ ଫେବୃଆରୀରୁ ୧୨୪ ବସ୍ତା ଧାନ ପଡି ରହିଛି । ହାଇକୋର୍ଟରଙ୍କ ଦ୍ବାରସ୍ଥ ହୋଇଛି । ଦୌଡ଼ିଦୌଡ଼ି ଆଉ ପାରୁନି । ଧାନ ଦେଲେ ବି ପଇସା ଆସୁନି । ଖାଲି ନିର୍ବାଚନ ପାଇଁ ସରକାର ବ୍ୟସ୍ତ । ଚାଷୀଙ୍କ କଥା କହିଲେ ନସରେ ।" ତେବେ ସାରା ରାଜ୍ୟରେ ଧାନ ବିକ୍ରି ନେଇ ସମସ୍ୟା ଦେଖାଦେଇଛି । କେଉଁଠି ଧାନ ମଣ୍ଡିରେ ଧାନ ପଡି ରହିଛି ତ ଆଉ କେଉଁଠି ମିଲରଙ୍କ ମନମାନି । ଧାନ ଉଠାଉ ନାହିଁ ମିଲର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.