ETV Bharat / state

JP Nadda Odisha Visit: 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଲୋକସଭା ପ୍ରଭାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତା 27 ଓ 28 ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଅଧିକ ପଢନ୍ତୁ

ଲେଖାଶ୍ରୀ ସାମନ୍ତସିଂହାର
ଲେଖାଶ୍ରୀ ସାମନ୍ତସିଂହାର
author img

By

Published : Dec 23, 2022, 5:07 PM IST

JP Nadda Odisha Visit: ଓଡିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଲୋକସଭା ପ୍ରଭାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତା 27 ଓ 28 ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଏନେଇ ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଲେଖୀଶ୍ରୀ କହିଛନ୍ତି, ‘‘ଚଳିତ ମାସ ଡିସେମ୍ବର 27 ଓ 28 ତାରିଖ ଦୁଇ ଦିନ ଓଡିଶାରେ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦୁଇଟି ଲୋକସଭା କ୍ଷେତ୍ରରେ ହେବ କାର୍ଯ୍ୟକ୍ରମ । କନ୍ଧମାଳ ଓ ପୁରୀ ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ । କର୍ମୀ ସମ୍ମିଳନୀ ସହ ସାଧାରଣ ସଭା କରିବେ । କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ରାଜ୍ୟ ନେତୃତ୍ୱ ଓ ଜିଲ୍ଲାସ୍ତରୀୟ ନେତୃତ୍ୱଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବେ । ସଂଗଠନ ବିସ୍ତାର ପାଇଁ ତଥା 2024 ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ହୋଇପାରେ ଆଲୋଚନା । ’’

ଏହାବି ପଢନ୍ତୁ- Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

ସେହିପରି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜେପି ଏକ ସଂଗଠନ ଆଧାରିତ ଦଳ। ସଂଗଠନକୁ ଗୁରୁତ୍ୱ ଦିଆଯାଏ । ଆମେ ଆମ ଆଦର୍ଶରେ କାମ କରୁଛୁ। ନିର୍ବାଚନ ଗୋଟେ ପ୍ରକ୍ରିୟା। ନିର୍ବାଚନ ଆସେ ଯାଏ କିନ୍ତୁ ସଂଗଠନ ସବୁବେଳେ ସୁଦୃଢ ପାଇଁ ଦଳ କାମ କରିଥାଏ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.