ଭୁବନେଶ୍ବର: ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ନିର୍ବାଚନରେ ବିଜେଡିର ବାଜିମାତ । ରାଜ୍ୟର ହୋଇଥିବା ଦୁଇ ଏନଏସି ନିର୍ବାଚନରେ ବିଜେଡି ବଡ଼ ବିଜୟ ଲାଭ କରିଛି । ଉଭୟ ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନଏସି ବିଜେଡି ଖାତାକୁ ଯାଇଥିବାବେଳେ ଦଳ ଅଧ୍ୟକ୍ଷ ପଦ ମଧ୍ୟ ହାତେଇଛି । ଏହି ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଲାଗି ସ୍ପଷ୍ଟ ବାର୍ତ୍ତା ଦେଉଥିବା କହିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।
ଢେଙ୍କାନାଳ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି । ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ଲାଭ କରିଥିବାବେଳେ ୫ଟି ୱାର୍ଡରେ ବିଜେପି ବିଜୟୀ ହୋଇଛି । ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ଜିତିଛି । କଂଗ୍ରେସ ଓ ଅନ୍ୟ ଦଳ ଏଠାରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୁ ଜନତା ଦଳର କେଶବ ପ୍ରଧାନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।
ସେହିପରି ବରଗଡ଼ ଅତାବିରା ଏନଏସି ନିର୍ବାଚନରେ ବିଜେଡି ବାଜିମାତ କରିଛି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛି । ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ଖାତାକୁ ଯାଇଥିବାବେଳେ ବିଜେପି ଖାତା ଖୋଲିବାରେ ବିଫଳ ହୋଇଛି । ବିଜେଡିର ବନମାଳୀ ବରିହା ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି । ବନମାଳି କଂଗ୍ରେସର ସବିତା ଭୁଏଙ୍କଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ବୃହତ ବିଜୟ ନେଇ ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, "ଉଭୟ ଅତାବିରା ଓ ହିନ୍ଦୋଳରେ ବିଜେଡିକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ଦୁଇଟି ଏନଏସି ଦଖଲ ସହ ଅଧ୍ୟକ୍ଷ ପଦ ଦଳ ହାସଲ କରିଛି । ପ୍ରଦର୍ଶନରେ ଦଳ ଉତ୍ସାହିତ ଅଛି । ଦୁଇଟି ଏନଏସିର ସମସ୍ତ ଭୋଟର ଭାଇ ଓ ଭଉଣୀ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଦଳ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଅଭିନନ୍ଦନ, ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛୁ । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛୁ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନରେ ବିଜୟ ପ୍ରମାଣିତ କରୁଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢି ଚାଲିଛି । ସାଢ଼େ 4 କୋଟି ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ ଆସ୍ଥା ଭାଜନ ହୋଇପାରୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳୁଛି । ନିଶ୍ଚିତ ଭାବରେ ଏହା 2024 ସାଧାରଣ ନିର୍ବାଚନ ଲାଗି ସ୍ପଷ୍ଟ ସଙ୍କେତ ଦେଉଛି । ସେହିପରି ବିଜେଡି ବିଧାୟକ ତଥା ହିନ୍ଦୋଳ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସୁଶାନ୍ତ ରାଉତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୋଟର ପ୍ରଭାବିତ ହେଉଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ଓ ବିଜେଡି ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ସେଥିପାଇଁ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
ବିଜେଡି ଦଖଲରେ ହିନ୍ଦୋଳ ଓ ଅତାବିରା ଏନଏସି, 2024 ଲାଗି ସ୍ପଷ୍ଟ ସଂକେତ କହିଲେ ମାନସ ମଙ୍ଗରାଜ - ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ
ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି । ଏହି ଫଳାଫଳ 2024 ସାଧାରଣ ନିର୍ବାଚନ ଲାଗି ସ୍ପଷ୍ଟ ସଂକେତ ଦେଉଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଅଧିକ ପଢ଼ନ୍ତୁ