ETV Bharat / state

ନିର୍ବାଚନ ଆସିଲେ ଅନେକ ଘୋଷଣା କରନ୍ତି ରାଜ୍ୟ ସରକାର: ବିଜେପି

author img

By ETV Bharat Odisha Team

Published : Oct 8, 2023, 4:35 PM IST

ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ନିର୍ବାଚନୀ ଚାଲ୍ ବୋଲି କହି ବର୍ଷିଛି ବିଜେପି । ବମିଖାଲ ଓଭରବ୍ରିଜ ଭୁଶୁଡିବା କଥା ଦୋହରାଇବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିଛି ଦଳ । ଅଧିକ ପଢନ୍ତୁ

reaction of bjp on metro rail project
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ । ରାଜ୍ୟ ସରକାଙ୍କୁ ଟାର୍ଗେଟ କରି ବର୍ଷିଲା ବିଜେପି । ସୂଚନା ଅନୁସାରେ, ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫ ହଜାର ୯୨୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ଡିପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୦୨୪ ମସିହା ଜାନୁଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ମଧ୍ୟ ସ୍ଥିର କରାଯାଇଛି ।

ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ଓଡ଼ିଶାରେ ମେଟ୍ରୋର ଆବଶ୍ୟକତା ବିଶେଷ କରି କଟକ ଭୁବନେଶ୍ୱର ଅଛି । କିନ୍ତୁ ରାଜ୍ୟ ସରକାର ଯେତେବେଳେ ନିର୍ବାଚନ ଆସେ ସେ ସମୟରେ ଅନେକ ଘୋଷଣା କରନ୍ତି । ସେ ଘୋଷଣା ସହ ଅନେକ ନିର୍ବାଚନ ପୂର୍ବରୁ ମୃତ୍ୟୁ ହୋଇଥାଏ । ଆଉ ଯାହା ବାକି ଥାଏ ନିର୍ବାଚନ ପରେ ସମାପ୍ତ ହୋଇଥାଏ । ରାଜ୍ୟ ସରକାର ଠିକ୍ ଭାବରେ ଗୋଟେ ଓଭର ବ୍ରିଜ ତିଆରି କରି ପାରୁ ନାହାନ୍ତି । ଆମେ ପୂର୍ବରୁ ଦେଖିଛୁ ଭୁବନେଶ୍ଵରରେ ବମିଖାଲ ଓଭର ବ୍ରିଜ କେମିତି ତିଆରି ହେଲା, କେମିତି ଦୁର୍ଘଟଣା ଘଟିଲା । ସମ୍ପୂର୍ଣ୍ଣ ଭାବରେ ଏୟାରପୋର୍ଟ ଠାରୁ ଆରମ୍ଭ କରି ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେବେ ତାକୁ ନେଇ ସନ୍ଦେହ ରହିଛି । ବମିଖାଲ ଓଭର ବ୍ରିଜର ମଧ୍ୟ ଡିପିଆର, ସଏଲ ଟେଷ୍ଟ, ହୋଇ ନଥିଲା କି ? କାହିଁକି ଠିକରେ କାମ ହେଲା ନାହିଁ?" ବୋଲି ପ୍ରଶ୍ନ କରିଛନ୍ତି ବିରଞ୍ଚି ।

ଏହା ବି ପଢନ୍ତୁ...ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାର ନିର୍ବାଚନକୁ ଦେଖି ଏପରି ଘୋଷଣା କରିଛନ୍ତି । ପୁରୀରୁ କଟକ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଯୋଜନା କାର୍ଯ୍ୟକାରୀ ପାଇଁ ରେଳ ମନ୍ତ୍ରୀ ଘୋଷଣା କଲା ପରେ ରାଜ୍ୟ ସରକାର ତରବରିଆ ଭାବେ ଏହା କରୁଛନ୍ତି । କିନ୍ତୁ କାର୍ଯ୍ୟ ଠିକ୍ ହେଲେ ଆମେ ତାକୁ ସ୍ୱାଗତ କରିବା ।" ସୂଚନା ଅନୁସାରେ, ଶନିବାର ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି । ଏହାକୁ 5T ନୀତିରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି। ଚଳିତ ଅତିରିକ୍ତ ବଜେଟ୍‌ରେ ଏଥିପାଇଁ ୨୧୦କୋଟି ବରାଦ ହୋଇଥିବାରୁ ଏହି ପ୍ରକଳ୍ପ କାମ ଜାନୁଆରୀ ମାସରୁ ହିଁ ଆରମ୍ଭ ହେବ । ଏହି ପ୍ରକଳ୍ପ ପାଇଁ କିପରି ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ଏବଂ ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରାଯାଇପାରିବ, ସେଥିପାଇଁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.