ETV Bharat / state

ଦିଗହରା ସ୍ବଚ୍ଛ ଭାରତ ଅଭିଯାନ, ଖତ ଖାଉଛି ପାଇଖାନା

author img

By

Published : Mar 1, 2020, 7:14 PM IST

ବେଗୁନିଆରେ ଦିଗହରା ସ୍ବଚ୍ଛ ଭାରତ ମିଶନ । ଖତ ଖାଉଛି ପାଇଖାନା । ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନର ହେବ କହିଲେ ବିଭାଗୀୟ ଅଧିକାରୀ । ଅଧିକ ସୂଚନା ପାଇଁ ପଢନ୍ତୁ...

Benificiary  alleged low grade toilet concturuction work under swachh bharat mission in khurda, Begunia block
ଖୋର୍ଦ୍ଧାରେ ଦିଗହରା ସ୍ୱଚ୍ଛ ଭାରତ

ଖୋର୍ଦ୍ଧା: ବେଗୁନିଆ ବ୍ଲକରେ ଦିଗହରା ସ୍ବଚ୍ଛ ଭାରତ ମିଶନ । ନିମ୍ନମାନର ପାଇଖାନା ତିଆରି ନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ଗ୍ରାମ୍ୟ ବାହ୍ୟମଳ ମୁକ୍ତ ପାଇଁ ସ୍ବଚ୍ଛ ଭାରତ ମିଶନ ତରଫରୁ ନିର୍ମାଣ ହେଉଛି ଶୌଚାଳୟ । ହେଲେ ଗରିବ ହିତାଧିକାରୀଙ୍କ ଆର୍ଥିକ ଅସହାୟତର ସୁଯୋଗ ନେଇ କିଛି ଠିକାଦାର ନିମ୍ନମାନର ପାଇଖାନା ତିଆରି କରୁଥିବା ଅଭିଯୋଗ ହେଉଛି ।

ଖୋର୍ଦ୍ଧାରେ ଦିଗହରା ସ୍ୱଚ୍ଛ ଭାରତ

ସ୍ବଚ୍ଛ ଭାରତ ମିଶନ ଅଧୀନରେ ପାଇଖାନା ନିର୍ମାଣ ପାଇଁ ସରକାର ଦେଉଛନ୍ତି 12 ହଜାର ଟଙ୍କା । କିନ୍ତୁ ପ୍ରଦତ୍ତ ସମ୍ପୂର୍ଣ୍ଣ ଟଙ୍କା ବିନିଯୋଗ ନକରି ନିମ୍ନମାନର ପାଇଖାନା ତିଆରି କରୁଛନ୍ତି କିଛି ଠିକାଦାର । ଫଳରେ ଅଳ୍ପ ଦିନରେ ପାଇଖାନାର ପଲସ୍ତରା ଛାଡିବା ସହ ତାହା ବିପଦ ସଙ୍କୁଳ ହେଉଥିବା ଅଭିଯୋଗ କରୁଛନ୍ତି ହିତାଧିକାରୀ ।

ଯଦ୍ବାରା ପାଇଖାନର ସଦୁପଯୋଗ ହେଉନଥିବା ବେଳେ ଯୋଜନା ହେଉଛି ଦିଗହରା । ଅନ୍ୟପଟେ ନିମ୍ନମାନର କାମର ଅଭିଯୋଗ ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବେଗୁନିଆ ଅତିରିକ୍ତ ବିଡ଼ିଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.