ଖୋର୍ଦ୍ଧା: ମାଡିଚାଲିଛି କରୋନାର ଦ୍ବିତୀୟ ଲହର । ଏଥିପାଇଁ ସବୁଠି ଭୟ ଓ ଆତଙ୍କର ବାତାବରଣ । ଏହାକୁ ସଠିକ ଢଙ୍ଗରେ ମୁକାବିଲା କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବେଗୁନିଆ ତହସିଲଦାର ।
ଯଦିଓ ଗ୍ରାମାଞ୍ଚଳରେ ଏହାର ପ୍ରକୋପ ସେତେ ଅଧିକ ନୁହେଁ ତଥାପି ଏବେ ଠାରୁ ଏହାକୁ ହରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ସେହିପରି ଅମାନିଆଙ୍କୁ ବାଟକୁ ଆଣିବା ପାଇଁ ପ୍ରତିଦିନ ବିଭିନ୍ନ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି ପାଳନ କରାଯାଉଥିବା ସହ ଫାଇନ ଆଦାୟ ହେଉଥିବା କହିଛନ୍ତି ପୃଥ୍ୱୀରାଜ ମଣ୍ଡଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ