ETV Bharat / state

ମହାପ୍ରଭୁଙ୍କ ସେବାରେ ବୀର କିଶୋରଙ୍କ ପରିବାର, ୧୯ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ - ୧୯ ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମାଉସୀ ଘରକୁ ନେବାକୁ ରଥ ଓ ପଥ ଦୁହେଁ ଶେଷ ପ୍ରସ୍ତୁତିରେ । ରଥର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ଲାଗି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ବୀର କିଶୋରଙ୍କ ପରିବାର ସୋଲ ଫୁଲ ତିଆରିରେ ଲାଗି ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

sola wood flower for ratha yatra
ସୋଲ ଫୁଲରେ ଚମକିବ ୩ ରଥ
author img

By

Published : Jun 16, 2023, 8:30 PM IST

ସୋଲ ଫୁଲରେ ଚମକିବ ୩ ରଥ

ଖୋର୍ଦ୍ଧା: ତିନିଦିନ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବର୍ଷକ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ତରେ ବିଜେ କରିବେ ବଡ଼ ଠାକୁର । ସେଥିପାଇଁ ରଥଠାରୁ ଆରମ୍ଭ କରି ପଥ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଶ୍ରୀମନ୍ଦିର ଓ ପୁରୀ ପ୍ରଶାସକ । ଶିଳ୍ପୀ ଓ କାରଗରଙ୍କ ହାତରେ ତିଆରି ହୋଇ ଯାଇଛି ତିନ ରଥ । ଘୋଷଯାତ୍ରା ପାଇଁ ସଜେଇ ହୋଇଥିବା ରଥର ସୌନ୍ଦର୍ଯ୍ୟ ବଢାଇଥାଏ ସୋଲଫୁଲ । ଯାହାକୁ ତିଆରି କରିବାରେ ଲାଗିପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ରାଜ କିଶୋର ଓ ବୀର କିଶୋରଙ୍କ ପରିବାର ।

ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ 19 ବର୍ଷ ଧରି ସୋଲଫୁଲ ଯୋଗାଇ ଆସୁଛନ୍ତି ରାଜ କିଶୋର ଓ ବୀର କିଶୋରଙ୍କ ପରିବାର । ଚଳିତ ବର୍ଷ ମଧ୍ୟ ଏହି ପରିବାର ସୋଲଫୁଲ ଯୋଗାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପରିବାରର ସମସ୍ତ ସଦସ୍ୟ ଫୁଲ ତିଆରିରେ ଲାଗି ପଡିଛନ୍ତି । ସୋଲରେ ଆକର୍ଷଣୀୟ ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ତିଆରି କରୁୁଛନ୍ତି । ମନରେ ଉତ୍କଣ୍ଠା ଓ ଭକ୍ତି ନେଇ ପରିବାରର ସମସ୍ତ ସଦସ୍ୟ ଏହି କାମ କରିଥାନ୍ତି । ଅପେକ୍ଷା ଥାଏ କେତେବେଳେ ଆସିବ ନେତ୍ରୋତ୍ସବ ଏବଂ ମହାପ୍ରଭୁଙ୍କ ରଥରେ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ।

2004 ମସିହାରେ ହାତ ତିଆରି ସୋଲଫୁଲ ରଥରେ ଲାଗି କରିବା ନେଇ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏହି ପରିବାର । ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ତିନି ରଥ ପାଇଁ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଅକ୍ଷୟ ତୃତୀୟା ଠାରୁ ପରିବାରର ପିଲାଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସଭିଁଏ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡିଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସୋଲକୁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ପିପିଲି, ଗୋପ ଓ କଣାସ ଆଦି ଅଞ୍ଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଆକର୍ଷଣୀୟ ଫୁଲ ସବୁ ତିଆରି କରନ୍ତି । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୌଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଏହି ଫୁଲ ତିଆରି କରିଥାନ୍ତି । ଏନେଇ କାରିଗର ବୀର କିଶୋର କହିଛନ୍ତି, " ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ । ଅତି ଉତ୍କଣ୍ଠା ଏବଂ ନିଷ୍ଠାର ସହ ମହାପ୍ରଭୁଙ୍କ କାମ କରୁଛୁ । ଏହାପରେ ନେତ୍ରୋତ୍ସବ ଦିନ ପୁରୀ ଯାଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ନିଜେ ପ୍ରସ୍ତୁତ କରି ଥିବା ସୋଲ ଫୁଲକୁ ତିନି ରଥରେ ଲାଗି କରାଯିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.