ETV Bharat / state

ଏଏସଓ ପରୀକ୍ଷାକୁ ନେଇ ବଢୁଛି ବିବାଦ, ଅନଲାଇନରେ ପରୀକ୍ଷା ଦାବି - through

ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପୁଣି ଥରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିପ୍‌ ଭୁବନେଶ୍ବର
author img

By

Published : Feb 6, 2019, 9:27 AM IST

ଭୁବନେଶ୍ବର: ବର୍ଷ ଆରମ୍ଭରୁ ରାଜ୍ୟରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ମୁଣ୍ଡ ଟେକିଥିଲା । ଓଟିଇଟି ପ୍ରଶ୍ନପତ୍ର ଲିକ୍ ଖବର ସାରା ରାଜ୍ୟରେ ଶିକ୍ଷା ବିଭାଗର ନୀତି ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହାପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷାକୁ ବାତିଲ କରି ମାଧ୍ୟମିକ ପରିଷଦର ଅନଲାଇନରେ ପରୀକ୍ଷା କରିବା ପାଇଁ ଘୋଷଣା କରିଥିଲା । ସେହିଭଳି ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି, ସହକାରୀ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା କରିବାକୁ ଦାବି କରାଯାଇଛି । ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପୁଣି ଥରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିପ୍‌ ଭୁବନେଶ୍ବର
undefined

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ଜାନୁଆରୀ ୨୦ରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଥିଲା । ନିର୍ଦ୍ଧାରିତ ତାରିଖ ଓ କାର୍ଯ୍ୟସୂଚୀ ଅନୂଯାୟୀ ୫୦୦ ପଦବୀ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧି ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ତେବେ ଏହି ପରୀକ୍ଷା ପରିଚାଳନା ନେଇ ଆସିଥିଲା ଗୁରୁତର ଅଭିଯୋଗ । ଅଧିକାଶଂ କେନ୍ଦ୍ରରେ ବ୍ୟାପକ ଅନିୟମିତତା ସହ ପରୀକ୍ଷା କେନ୍ଦ୍ରରେ କପି ହୋଇଥିବା ଘଟଣା ସାମନାକୁ ଆସିଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସିଲ୍‌ ଖୋଲା ପ୍ରଶ୍ନପତ୍ର ଦିଆଯାଇଥିଲା । ଆଉ କେତେକ ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ପରୀକ୍ଷା ଆରମ୍ଭ ହୋଇ ନଥିବା କଥା ପଦାରେ ପଡିଥିଲା ।

ଏଥିର ସହକାରୀ ସେକ୍ସନ ଅଫିସର ଖାମଖିଆଲି ପରୀକ୍ଷାର ପରିଚାଳନା ସହ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅଭିଯୋଗ ଅନୁସାରେ ଏଥର ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଲେଖିବାରେ ସହାୟତା କରିବାକୁ ସ୍କ୍ରାଇବ୍ ଲାଗି ଅନୁମତି ଦେଇନି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ । ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ନ୍ୟାୟ ପ୍ରଦାନ କରିବା ପାଇଁ ପୁନର୍ବାର ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା କହିଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟସ୍ତରରେ ଅନଲାଇନ ମାଧ୍ୟମରେ ୟୁଜିସି ନେଟ୍ ପରୀକ୍ଷା କରାଯାଉଛି । ଓଡ଼ିଶାରେ ମଧ୍ୟ ଓପିଟିସିଏଲ୍ ପରୀକ୍ଷା ଅନଲାଇନରେ କରାଯାଉଛି । ମାତ୍ର ବିଡମ୍ବନାର ବିଷୟ ନିୟମ ଅନୁଯାୟୀ ସଠିକ ଓ ସୂଚାରୁରୂପେ ପରୀକ୍ଷା ପରିଚାଳନା କରାଯାଉନାହିଁ । ଫଳରେ ବହୁ ଅଯୋଗ୍ୟ ପ୍ରାର୍ଥୀ ଚତୁରତା ସହ ଚାକିରି ପାଇବାରେ ସଫଳ ହେଉଥିଲା ବେଳେ ଅନେକ ଯୋଗ୍ୟ ପ୍ରାର୍ଥୀ ଏହାର ଶୀକାର ହୋଇ ଚାକିରିରୁ ବଞ୍ଚିତ ହେଉଛନ୍ତି ।

undefined

ଭୁବନେଶ୍ବରରୁ ଅଜିତ କୁମାର ଦାସ ବ୍ୟୁରୋ ଚିପ୍‌ , ଇଟିଭି ଭାରତ

Intro:Body:

ଏଏସଓ ପରୀକ୍ଷାକୁ ନେଇ ବଢୁଛି ବିବାଦ, ଅନଲାଇନରେ ପରୀକ୍ଷା ଦାବି

ଭୁବନେଶ୍ବର: ବର୍ଷ ଆରମ୍ଭରୁ ରାଜ୍ୟରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ  ନେଇ ପ୍ରଶ୍ନ ମୁଣ୍ଡ ଟେକିଥିଲା ।  ଓଟିଇଟି ପ୍ରଶ୍ନପତ୍ର ଲିକ୍ ଖବର ସାରା ରାଜ୍ୟରେ ଶିକ୍ଷା ବିଭାଗର ନୀତି ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହାପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷାକୁ ବାତିଲ କରି ମାଧ୍ୟମିକ ପରିଷଦର ଅନଲାଇନରେ ପରୀକ୍ଷା କରିବା ପାଣି ପାଇଁ ଘୋଷଣା କରିଥିଲା । ସେହିଭଳି ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି, ସହକାରୀ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା କରିବାକୁ ଦାବି କରାଯାଇଛି । ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପୁଣି ଥରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା ଦାବି କରିଛନ୍ତି ।

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ଜାନୁଆରୀ ୨୦ରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଥିଲା । ନିର୍ଦ୍ଧାରିତ ତାରିଖ ଓ କାର୍ଯ୍ୟସୂଚୀ ଅନୂଯାୟୀ ୫୦୦ ପଦବୀ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧି ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ତେବେ ଏହି ପରୀକ୍ଷା ପରିଚାଳନା ନେଇ ଆସିଥିଲା ଗୁରୁତର ଅଭିଯୋଗ । ଅଧିକାଶଂ କେନ୍ଦ୍ରରେ ବ୍ୟାପକ ଅନିୟମିତତା ସହ ପରୀକ୍ଷା କେନ୍ଦ୍ରରେ କପି ହୋଇଥିବା ଘଟଣା ସାମନାକୁ ଆସିଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସିଲ୍‌ ଖୋଲା ପ୍ରଶ୍ନପତ୍ର ଦିଆଯାଇଥିଲା । ଆଉ କେତେକ ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ପରୀକ୍ଷା ଆରମ୍ଭ ହୋଇ ନଥିବା କଥା ପଦାରେ ପଡିଥିଲା ।

ଏଥିର ସହକାରୀ ସେକ୍ସନ ଅଫିସର ଖାମଖିଆଲି ପରୀକ୍ଷାର ପରିଚାଳନା ସହ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅଭିଯୋଗ ଅନୁସାରେ ଏଥର ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଲେଖିବାରେ ସହାୟତା କରିବାକୁ ସ୍କ୍ରାଇବ୍ ଲାଗି ଅନୁମତି ଦେଇନି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ । ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ନ୍ୟାୟ ପ୍ରଦାନ କରିବା ପାଇଁ ପୁନର୍ବାର ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା କହିଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟସ୍ତରରେ ଅନଲାଇନ ମାଧ୍ୟମରେ ୟୁଜିସି ନେଟ୍ ପରୀକ୍ଷା କରାଯାଉଛି । ଓଡ଼ିଶାରେ ମଧ୍ୟ ଓପିଟିସିଏଲ୍ ପରୀକ୍ଷା ଅନଲାଇନରେ କରାଯାଉଛି । ମାତ୍ର ବିଡମ୍ବନାର ବିଷୟ ନିୟମ ଅନୁଯାୟୀ ସଠିକ ଓ ସୂଚାରୁରୂପେ ପରୀକ୍ଷା ପରିଚାଳନା କରାଯାଉନାହିଁ । ଫଳରେ ବହୁ ଅଯୋଗ୍ୟ ପ୍ରାର୍ଥୀ ଚତୁରତା ସହ ଚାକିରି ପାଇବାରେ ସଫଳ ହେଉଥିଲା ବେଳେ ଅନେକ ଯୋଗ୍ୟ ପ୍ରାର୍ଥୀ ଏହାର ଶୀକାର ହୋଇ ଚାକିରିରୁ ବଞ୍ଚିତ ହେଉଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାସ ବ୍ୟୁରୋ ଚିପ୍‌ , ଇଟିଭି ନ୍ୟୁଜ    

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.