ETV Bharat / state

ଶ୍ରମ ବିଭାଗର ରିପୋର୍ଟ କାର୍ଡ, ଦାଦନ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

author img

By

Published : Jun 2, 2023, 7:58 AM IST

ଶ୍ରମ ବିଭାଗର ରିପୋର୍ଟ କାର୍ଡ ରଖିଲେ ବିଭାଗୀୟ ମନ୍ତ୍ରୀ । ଦାଦନ ସମସ୍ୟାର ଦୂରୀକରଣ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା । ଅଧିକ ପଢ଼ନ୍ତୁ

minister sarada nayak
minister sarada nayak

ଭୁବନେଶ୍ବର: ଶ୍ରମ ବିଭାଗର ରିପୋର୍ଟ କାର୍ଡ ରଖିଲେ ବିଭାଗୀୟ ମନ୍ତ୍ରୀ । ଓଡ଼ିଶାରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ଓଡ଼ିଆ । ତେବେ ଦାଦନ ଦୁଃଖ ଦୂର କରିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ କରି ବଲାଙ୍ଗୀର, ବରଗଡ଼, କଳାହଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ମନରେଗା ଯୋଜନାରେ ଅତିରିକ୍ତ 200 ଦିନର କାମ ଯୋଗାଇ ଦେଇଛନ୍ତି ।

ରାଜ୍ୟରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚୋରା ଶ୍ରମିକ ଚାଲଣ ରୋକିବା ପାଇଁ ଶ୍ରମ ବିଭାଗର ସ୍ବତନ୍ତ୍ର ଡ୍ରାଇଭକୁ ବେଶ ସଫଳତା ମିଳିଛି । ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଜରିଆରେ ଶ୍ରମିକ ଓ ସେମାନଙ୍କ ପରିବାରକୁ ସାମାଜିକ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଶ୍ରମବିଭାଗ । ଆଗକୁ ଅଧିକ ଶ୍ରମିକମାନେ କିପରି ପୋର୍ଟାଲରେ ପଞ୍ଜିକୃତ ହେବ ତାହା ଶ୍ରମବିଭାଗ ଗୁରୁତ୍ବ ଦେଇଥିବା ବାର୍ଷିକ ରିପୋର୍ଟ କାର୍ଡ଼ରେ ଉଲ୍ଲେଖ କରିଛି ।

ଶ୍ରମ ମନ୍ତ୍ରୀ ସାରାଦା ନାୟକ କହିଛନ୍ତି, ରାଜ୍ୟରେ ଦୃତ ଗତିରେ ବଢୁଛି ମନରେଗା ଯୋଜନାରେ ପଞ୍ଜିକୃତ ଶ୍ରମିକ ସଂଖ୍ୟା । ଏଯାଏ ୫ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଛି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ହଜାର ୩୩୦ ପ୍ରବାସୀ ପଞ୍ଜିକୃତ ହୋଇଥିବା ବେଳେ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଜରିଆରେ ଜରିଆରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୬୫ ହଜାରରୁ ଅଧିକ ଅଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଛି । ସେହିପରି ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ଚୋରା ଶ୍ରମିକ ଚାଲଣ ପାଇଁ ୪ହଜାର ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ୨୦୧୯ରେ ୧୬୮୦ , ୨୦୨୧ରେ ୭୮୬ , ୨୦୨୨ରେ ୨୨୪୪ ଜଣଙ୍କ ନାଁରେ ଅପରାଧି ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।’’

ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି, ‘‘ପ୍ରବାସୀ ଶ୍ରମିକଙ୍କ ସ୍ବେଚ୍ଛାକୃତ ପଞ୍ଜିକରଣ ସୁବିଧା ପାଇଁ PAReSHRAM ପୋର୍ଟାଲ ମଡେଲର ବିକଶିତ କରାଯାଇଛି । ରାଜ୍ୟରେ ଏବେ ୩୮ ଲକ୍ଷ ୪୦ ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ଼ ଅଧୀନରେ ହିତାଧିକାରୀ ଭାବେ ପଞ୍ଜିକୃତ କରଯାଇଛି । 5 ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ହିତାଧିକାରୀ ଭାବେ ପଞ୍ଜିକୃତ କରାଯାଇଛି । ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ କରାଯାଇଛି । ଲୋକଙ୍କ ହିତ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.