ETV Bharat / state

Durga Puja Holiday: ଆସନ୍ତା 29 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି

ଦଶହରା ପାଇଁ ସ୍କୁଲ ଛୁଟି । 20 ତାରିଖ ଅର୍ଥାତ ଆଜିଠାରୁ ବିଦ୍ୟାଳୟ ବନ୍ଦ ରହିବ । ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ । ଅଧିକ ପଢ଼ନ୍ତୁ

ଦଶହରା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା
ଦଶହରା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା
author img

By ETV Bharat Odisha Team

Published : Oct 20, 2023, 6:30 PM IST

ଭୁବନେଶ୍ବର: ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି । 20 ତାରିଖ ଅର୍ଥାତ ଆଜି ଠାରୁ ବିଦ୍ୟାଳୟ ବନ୍ଦ ରହିବ । ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ଅନ୍ୟପକ୍ଷରେ ପୂଜା ଛୁଟିରେ କେତେକ ଜିଲ୍ଲାରେ ଶିକ୍ଷକଙ୍କୁ ପାଳି କରି ବିଦ୍ୟାଳୟ ଆସିବାକୁ କୁହାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ତେବେ ୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପୂଜା ଛୁଟି ସମୟରେ ଜିଲ୍ଲା ତଥା ରାଜ୍ୟର ଅଧିକାରୀମାନେ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟ ଗୁଡ଼ିକରେ ରୂପାନ୍ତରଣ କାର୍ଯ୍ୟ କିପରି ଚାଲିଛି, ଅଧିକାରୀମାନେ ଏହାର ତଦାରଖ କରିବେ । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କର୍ମଚାରୀ ଉପସ୍ଥିତ ରହିବା ଆବଶ୍ୟକ । ତେଣୁ ଏହି ଅବଧି ମଧ୍ୟରେ ରୋଷ୍ଟର ଡ୍ୟୁଟି ଲାଗୁ କରିବାକୁ ଉକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଶିକ୍ଷା ହାର ବୃଦ୍ଧି ଲକ୍ଷ୍ୟ, ପୁଣି ସ୍କୁଲ ଯିବେ ଅଧାରୁ ପାଠପଢା ଛାଡିଥିବା ପିଲା

ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡ଼ିକ ଦଶହରା ଛୁଟି ପାଇଁ ବନ୍ଦ ରହିବ । ଆଜି ଠାରୁ ଆରମ୍ଭ କରି 29 ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଅବଧି ରହିଛି । ଛୁଟି ଅବଧି ଶେଷ ହେବା ପରେ ପୂର୍ବଭଳି ପୁନଃ କ୍ଲାସ ଆରମ୍ଭ ହେବ । ଅନ୍ୟପଟେ ଆସନ୍ତା ନଭେମ୍ବର ମାସରେ ୨୪ଟି, ଡିସେମ୍ବରରେ ୧୭ଟି, ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚରେ ଯଥାକ୍ରମେ ୨୪ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ଚଳିତ ଶିକ୍ଷା ବର୍ଷରେ ମୋଟ ୮୧ଟି ଛୁଟି ଏବଂ ୫୩ଟି ରବିବାର ରହିଛି । ତେବେ ଏହି ଶିକ୍ଷା କ୍ୟାଲେଣ୍ଡରର ଅନୁପାଳନ ଲାଗି ରାଜ୍ୟର ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି । ଅନ୍ୟପଟେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କର ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟାଳୟରେ ହାଉସ ସିଷ୍ଟମ ଆରମ୍ଭ, ଇଂରାଜୀ ସ୍କୁଲ ଭଳି ନୂଆ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.