ETV Bharat / state

Naba Das Murder Case: ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇଦେଲେ ବିରୋଧୀଦଳ ନେତା - ପିଏସଓ ଫେରାଇ ଦେଲେ ଜୟନାରାୟଣ

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଉପରକୁ କେବେ ପରଦା ହଟିବ ତାକୁ ଅପେକ୍ଷା । ଏହାରି ଭିତରେ PSO ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

ନବ ଦାସ ହତ୍ୟା ଘଟଣା, PSO ଫେରାଇଲେ ଜୟନାରାୟଣ
ନବ ଦାସ ହତ୍ୟା ଘଟଣା, PSO ଫେରାଇଲେ ଜୟନାରାୟଣ
author img

By

Published : Feb 3, 2023, 3:15 PM IST

Updated : Feb 3, 2023, 4:49 PM IST

ନବ ଦାସ ହତ୍ୟା ଘଟଣା, PSO ଫେରାଇଲେ ଜୟନାରାୟଣ

ଭୁବନେଶ୍ବର: ଓଡିଶା ପୋଲିସ ଉପରେ ମୋର ଆଉ ବିଶ୍ବାସ ଭରଷା ନାହିଁ । ସରକାର ଦେଇଥିବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଉଛି । ଓଡିଶା ପୋଲିସର କୌଣସି ସୁରକ୍ଷା ନେବି ନାହିଁ । ଓଡିଶା ପୋଲିସ ରାଜନୈତିକ ଦଳର କର୍ମୀ ଭାବେ କାମ କରୁଛି । ତେଣୁ ପୋଲିସ ଉପରେ ଭରଷା ନାହିଁ । ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଆକ୍ରମଣ ଜାରି ରଖିଥିବା ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ଆଜି ଏହି ବଡ ଘୋଷଣା କରିଛନ୍ତି ।

ଏକ ପ୍ରେସମିଟ କରି ଜୟ କହିଛନ୍ତି ‘‘ ଓଡ଼ିଶା ପୋଲିସ ଉପରେ ମୋର ଆଉ ବିଶ୍ବାସ ନାହିଁ, ମୁଁ ମୋ ସୁରକ୍ଷାକର୍ମୀଙ୍କୁ ଫେରାଇ ଦେଉଛି । ଓଡିଶା ପୋଲିସର କୌଣସି ସୁରକ୍ଷା ନେବି ନାହିଁ । ଓଡିଶା ପୋଲିସ ରାଜନୈତିକ ଦଳର କର୍ମୀ ଭାବେ କାମ କରୁଛି । ତେଣୁ ପୋଲିସ ଉପରେ ଭରଷା ନାହିଁ ।’’ ସେହିପରି ଜୟ ଆଜି ପୁଣି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସଂଗୀନ ଅଭିଯୋଗ ଆଣି କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଭରଷା ନାହିଁ । ଏମାନେ(କ୍ରାଇମବ୍ରାଞ୍ଚ) ପ୍ରତିଦିନ ନୂଆନୂଆ ଆଇ ମା କାହାଣି ଶୁଣାଉଛନ୍ତି ।

ନବଦାସଙ୍କ ହତ୍ୟା ଏକ ସାମନ୍ୟ ଘଟଣା ନୁହେଁ । ସେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ଥିଲେ । ତାଙ୍କ ହତ୍ୟାକୁ ନେଇ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ ହେବା ଜରୁରୀ । ମର୍ଡର ମିଷ୍ଟ୍ରି ଉପରୁ କେବେ ପରଦା ହଟିବା ତାହାକୁ ଚାହିଁ ବସିଛନ୍ତି ରାଜ୍ୟବାସୀ ।

ସେହିଭଳି ଜୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ନବ ଦାସଙ୍କୁ ଗୁଳିକାଣ୍ଡ ପରେ ଝାରସୁଗୁଡା ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ସେଠାକାର ଇସିଜି ରିପୋର୍ଟ ଏବଂ ସେହି ସମୟରେ ତାଙ୍କର ସ୍ବାସ୍ଥ୍ୟଗତ ଅବସ୍ଥା କେମିତି ଥିଲା ତାହା ସାର୍ବଜନୀନ କରାଯାଉ । ସେ କହିଛନ୍ତି, "ନବ ଦାସ ଏୟାରଲିଫ୍ଟ ହେବାକୁ ଯୋଗ୍ୟ ଥିଲେ କି ନାହିଁ ତାର ମଧ୍ୟ ସାର୍ଟିଫିକେଟ, ଝାରସୁଗୁଡା ଏୟାରପୋର୍ଟ ଅଥରିଟି ଦେବାର ଆବଶ୍ୟକତା ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପୋଲୋ ହସ୍ପିଟାଲରେ ନବ ଦାସଙ୍କୁ ଯେତେବେଳେ ଅଣାଗଲା କଣ ପାଇଁ ମୁଖ୍ୟମନ୍ତ୍ରୀ ନମସ୍କାର କରିଥିଲେ ? ଜଣେ ଲୋକ ବଞ୍ଚିଛି ଏବଂ ବୟସରେ ଛୋଟ ନବ ଦାସ ହେଲେ ତାଙ୍କୁ କାହିଁକି ନମସ୍କାର କଲେ ମୁଖମନ୍ତ୍ରୀ । ଏହା ହେଉଛି ପୃଥିବୀରେ ପ୍ରଥମ ଘଟଣା ଯେ ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପଚାର କରାଯାଇଛି । ଲୋକଙ୍କୁ ଦେଖାଇବା ପାଇଁ ଅସ୍ତ୍ରୋପଚାର କରାଯାଇଛି ଏହାର ତଦନ୍ତ ହେବା ଦରକାର ।"

ଏହା ବି ପଢନ୍ତୁ...Naba Das murder case: କାଗଜ ଟୁକୁଡା ଖୋଲିବ କି ହତ୍ୟା ରହସ୍ୟ, ଗୋପାଳଙ୍କ ଭଡା ଘରେ କ୍ରାଇମବ୍ରାଞ୍ଚର ତନାଘନା

ରାଜ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଚାପି ଦେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ।

ଏହା ବି ପଢନ୍ତୁ...Naba Das Death Case: କ୍ରାଇମବ୍ରାଞ୍ଚକୁ ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି

ସୂଚନାଯୋଗ୍ୟଯେ ଜାନୁଆରୀ 29 ରେ ନବ ଦାସଙ୍କୁ ଝାରସୁଗୁଡା ବ୍ରଜରାଜନଗରରେ ଗୁଳିମାଡ ହୋଇଥିଲା । ଗୁଳିମାଡ କରିଥିଲେ ପୋଲିସ ଏଏସଆଇ । ସେହିଦିନ ସଂଧ୍ଯାରେ ନବ ଦାସଙ୍କ ଦେହାନ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 4:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.