ETV Bharat / state

ପେନସନ ଲୋନ ଆଳରେ ୮କୋଟି ଠକେଇ, ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମେତ ୨ ଗିରଫ

author img

By

Published : Aug 6, 2023, 9:53 PM IST

ଧରାପଡିଲା କୋଅପରେଟିଭ ସୋସାଇଟି କେଳେଙ୍କାରୀ‌ । ସରକାରୀ ଚାକିରି ଦର୍ଶାଇ ବ୍ୟାଙ୍କରୁ ୮ କୋଟି ଠକେଇ ମାମଲାରେ ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମେତ ୨ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଅଧିକ ପଢ଼ନ୍ତୁ

phulbani bank loan fraud case
SBI ଫୁଲବାଣୀ ବ୍ରାଞ୍ଚର ଲୋନ ଠକେଇ ମାମଲା
SBI ଫୁଲବାଣୀ ବ୍ରାଞ୍ଚର ଲୋନ ଠକେଇ ମାମଲା

ଭୁବନେଶ୍ବର: ସରକାରୀ ଚାକିରି ଦର୍ଶାଇ ପେନସନ ଲୋନ ଜାଲିଆତି । ଜାଲ କାଗଜ ପତ୍ର ଦେଖାଇ ବ୍ୟାଙ୍କରୁ ଠକିଥିଲେ ୮ କୋଟି । SBI ଫୁଲବାଣୀ ବ୍ରାଞ୍ଚର ଲୋନ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ସେମାନଙ୍କ ମଧ୍ୟରେ ରହିଛନ୍ତି ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମରେଶ ରଞ୍ଜନ ଦାସ (ନିଲମ୍ବିତ), ସ୍ମୃତି ମଲ୍ଟି କୋଅପରେଟିଭ ସୋସାଇଟର ସେକ୍ରେଟାରୀ ହେମନ୍ତ ପଣ୍ଡା । ଗିରଫ ପରେ ତାଙ୍କୁ ଫୁଲବାଣୀ କୋର୍ଟ ଚାଲାଣ କରାଯାଇଛି ।

ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀଙ୍କ ସୂଚନା ଅନୁସାରେ, ଫୁଲବାଣୀ SBI ବ୍ରାଞ୍ଚରେ ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟଙ୍କ ଜରିଆରେ ବିଭିନ୍ନ ଫର୍ଜି ଲୋକଙ୍କୁ ସରକାରୀ କର୍ମଚାରୀ ଦର୍ଶାଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସେମାନଙ୍କ ନାଁରେ ବେଆଇନ ଭାବେ ୫୯ଟି ଏକ୍ସପ୍ରେସ କ୍ରେଡିଟ ଲୋନ କରାଇଥିଲେ । ଏଥିସହ ୨୬ ଜଣଙ୍କ ନାଁରେ ପେନ୍‌ସନ ଲୋନ୍‌ କରାଇ ବ୍ୟାଙ୍କରୁ ଟଙ୍କା ହଡ଼ପ କରିଥିଲେ । ସେହି ଟଙ୍କାକୁ ମଲ୍ଟି କୋପରେଟିଭ ସୋସାଇଟର ବିଭିନ୍ନ ଆକାଉଣ୍ଟ ଜରିଆରେ ଟଙ୍କା ଟ୍ରାନ୍ସଫର କରି ଶେଷରେ ସମରେଶ ରଞ୍ଜନ ଦାସ ଟଙ୍କା ଠକେଇ କରିଥିଲେ । ଜଣେ ମୃତ ବ୍ୟକ୍ତି ନାଁରେ ଲୋନ ସହ ନକଲି ପେନସନ ଲୋନ ଜରିଆରେ ୮ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଥିଲା । ଏନେଇ ପ୍ରଥମେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ପରେ ଠକେଇ ଟଙ୍କାର ୩ କୋଟି ଟଙ୍କା ସମରେଶ ରଞ୍ଜନ ଦାସ ଓ ହେମନ୍ତ ପଣ୍ଡା ଜରିଆରେ ହୋଇଥିବା ସୂଚନା ପାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ଏବେ ସୁଦ୍ଧା ଏହି ଠକେଇ ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଗିରଫଦାରୀ ବଢ଼ିପାରେ ବୋଲି ଇଓଡବ୍ଲୁ ଏସପି ସୂଚନା ଦେଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଗିରଫ ସମରେଶ ରଞ୍ଜନ ଦାସ ଜଣେ ସିଭିଲ ସପ୍ଲାୟ ଇନସ୍ପେକ୍ଟର ଯିଏ କି ଭୁବନେଶ୍ୱରର ଅନେକ ଲୋକଙ୍କୁ ମୃତ ଲୋକଙ୍କ ନାଁରେ ଫୁଲବାଣୀରେ ଆକାଉଣ୍ଟ ଖୋଲି ଠକେଇ ପାଇଁ ମତାଉଥିବା ଇଓଡବ୍ଲୁ ଜାଣିବାକୁ ପାଇଛି । ୨୦୨୧ ସେପ୍ଟେମ୍ବର ମାସରୁ ୨୦୨୨ ସେପ୍ଟେମ୍ବର ମାସ ମଧ୍ୟରେ ଏହି ଟଙ୍କା ହଡ଼ପ ହୋଇଛି । ପେନ୍‌ସନ୍‌ ଲୋନ ପାଇଁ ବ୍ୟାଙ୍କରୁ ୯୯ ଲକ୍ଷ ୮୨ହଜାର ୭୯୫ ଟଙ୍କା ମଞ୍ଜୁର କରିଥିବା ଜଣା ପଡ଼ିଛି । ସମ୍ପର୍କୀୟରେ ଯେଉଁ ମାନଙ୍କ ମୃତ୍ୟୁ ହୋଇଯାଇଛି ସେମାନଙ୍କ ନାଁରେ ଜାଲ କାଗଜପତ୍ର କରି ଟଙ୍କା ହଡ଼ପ କରିଛନ୍ତି । ଏହି ଘଟଣାର ତଦନ୍ତ ଜାରି ରହିଥିବା ଇଓଡବ୍ଲୁ ଏସପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.