ETV Bharat / state

ଅବକାରୀ ବିଭାଗର ଚଢାଉ: ୫୧ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବାଲୁଗାଁ ଅବକାରୀ ବିଭାଗର ଓ.ଆଇ. ସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ଚିଲିକା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢାଉ ।

୫୧ ଲିଟର ଦେଶୀ ମଦ ଜବତ: ୨ ଗିରଫ
୫୧ ଲିଟର ଦେଶୀ ମଦ ଜବତ: ୨ ଗିରଫ
author img

By

Published : Jul 2, 2020, 2:36 PM IST

ଖୋର୍ଦ୍ଧା: ମହାମାରୀ କୋରୋନାକୁ ନେଇ ରାଜ୍ୟରେ ଅନଲକ ଜାରି ରହିଛି । ଏହାର ସୁଯୋଗ ନେଇ ଚୋରା ଦେଶୀମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏହି ସମୟରେ ମଦ ଚୋରା କାରବାର ଅହେତୁକ ବୃଦ୍ଧି ପାଉଛି । ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

୫୧ ଲିଟର ଦେଶୀ ମଦ ଜବତ: ୨ ଗିରଫ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି । ଗୁରୁବାର ବାଲୁଗାଁ ଅବକାରୀ ବିଭାଗର ଓ.ଆଇ. ସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ଚିଲିକା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ସମୟରେ ବଡ଼କୁଳ ଅଶ୍ବରୀ ପାଟଣ ଅଞ୍ଚଳରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଦେଶୀ ମଦ ବେପାରୀଙ୍କ ଠାରୁ ୫୧ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.