ETV Bharat / state

10 ଦିନରେ 3 ଗିରଫ, 48 ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଜବତ - 10 ଦିନରେ 3 ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ବ୍ରାଉନସୁଗାରର ଗଡ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ପୋଲିସ ପ୍ରଶାସନ ନାକତଳେ ଚାଲିଛି ଧଳା ଜହର କାରବାର । ତେବେ 10 ଦିନ ମଧ୍ୟରେ ଜିଲ୍ଲାରେ ଗିରଫ ହୋଇଛନ୍ତି 3 ଜଣ ବ୍ରାଉନ ସୁଗାର ବ୍ୟବସାୟୀ ।

brown sugar
47.81 ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଜବତ
author img

By

Published : Jan 17, 2020, 4:05 AM IST

ଖୋର୍ଦ୍ଧା: ଜିଲ୍ଲାରେ ବେଧଡକ ଭାବେ ବଢି ଚାଲିଛି ଧଳା ଜହର କାରବାର । ଫଳରେ ଯୁବପିଢୀ ଏହାର ଶିକାର ହେଉଥିବାବେଳେ ଦିନକୁ ଦିନ ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ 6 ରୁ 15 ତାରିଖ ମଧ୍ୟରେ କେବଳ ବ୍ରାଉନ ସୁଗାର ବ୍ୟବସୟୀ ଧରାପଡିଥିବା ଜିଲ୍ଲା ପୋଲିସ ଗୁରୁବାର ଗଣମାଧ୍ୟମକୁ କହିଛି ।

ପୋଲିସର ସୂଚନାମୁତାବକ, ଗତ 10 ଦିନ ମଧ୍ୟରେ ଜିଲ୍ଲା ପୋଲିସ ମୋଟ 3ଟି ଘଟଣାରେ 47.81 ଗ୍ରାମ ବ୍ରାଉନସୁଗାର ଜବତ କରି 3 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ 9ଲକ୍ଷ 23 ହଜାର ଟଙ୍କା ଏବଂ 4ଟି ମଟର ସାଇକେଲ ଜବତ କରିଛି ।

ଏହି ଘଟଣାରେ ଗିରଫ ବ୍ୟକ୍ତିମାନେ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଅଞ୍ଚଳର ସଞ୍ଜୟ ମହାପାତ୍ର, ସିକୋ ଅଞ୍ଚଳର ମାନସ ମାଝି ଏବଂ ଖୋର୍ଦ୍ଧା ସାମନ୍ତରା ଅଞ୍ଚଳର ମହେନ୍ଦ୍ର ବେହେରା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦଶ ଦିନରେ 47.81ଗ୍ରାମ ବ୍ରାଉନସୁଗାର,ଲକ୍ଷାଧିକ ଟଙ୍କା ସହ 3ଗିରଫ

Body:ଖୋର୍ଦ୍ଧା ସହରରେ ଧଳା ଜହର କାରବାର କମିବାର ନା ନେଉନାହିଁ । ଫଳରେ ଯୁବପିଢି ଏବଂ ଅଂଚଳରେ ଅପରାଧ ବୃଦ୍ଧି ପାଉଛି । ଜିଲା ପୋଲିସ ଆଜି ଗତ 6ତାରିଖ ଠାରୁ 15 ତାରିଖ ମଧ୍ୟରେ ଜିଲା ପୋଲିସ ପାଇଥିବା ସଫଳତା ସମ୍ପର୍କରେ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଦେଖିଲେ କେବଳ ଧଳା ଜହର ବ୍ୟବସୟୀ । ପୋଲିସର ସୂଚନା ଅନୁଯାୟୀ ଗତ ଦଶ ଦିନ ମଧ୍ୟରେ ଜିଲା ପୋଲିସ ମୋଟ ତିନିଟି ଘଟଣାରେ 47.81 ଗ୍ରାମ ବ୍ରାଉନସୁଗାର ଜବତ କରି ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ 9ଲକ୍ଷ 23 ହଜାର ଟଙ୍କା ଏବଂ ଚାରୋଟି ମଟର ସାଇକେଲ ଜବତ କରିଛି । ଏହି ଘଟଣାରେ ଗିରଫ ବ୍ୟକ୍ତି ମାନେ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଅଂଚଳର ସଞ୍ଜୟ ମହାପାତ୍ର, ସିକୋ ଅଂଚଳର ମାନସ ମାଝି ଏବଂ ଖୋର୍ଦ୍ଧା ସାମନ୍ତରା ଅଂଚଳର ମହେନ୍ଦ୍ର ବେହେରା ବୋଲି ଆଜି ଜିଲା ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.