ଆନନ୍ଦପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି । କିନ୍ତୁ ବହୁ ଲୋକ ଏହି ନିୟମକୁ ମାନୁନଥିବାରୁ ଏହାକୁ ଦୃଷ୍ଟିରେ ରଖି ଘସିପୁରା ବ୍ଲକର ବାଲିପାଳ ସାପ୍ତାହିକ ହାଟକୁ ପଞ୍ଚାୟତ ପକ୍ଷରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ହାଟକୁ ବହୁ ଲୋକ ସମାଗମ ହେଉଥିବାରୁ ପଞ୍ଚାୟତ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଅନ୍ୟ ପକ୍ଷରେ ଲୋକମାନେ ହାଟ କୁ ନିତ୍ୟବ୍ୟବହାର ଜିନିଷ କିଣିବା ପାଇଁ ଆସି ହଇରାଣ ହୋଇଥିଲେ ମଧ୍ୟ ପଞ୍ଚାୟତର ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ