ETV Bharat / state

ବାଇକ ଉପରେ ଚଢ଼ିଗଲା ଟ୍ରକ୍, ଆରୋହୀ ମୃତ

କେନ୍ଦୁଝର ସଦର ଥାନାରେ ପଳାସପଙ୍ଗା ନିକଟରେ ବାଇକଚାଳକଙ୍କ ଉପରେ ଟ୍ରକ ଚଢିଯିବାରୁ ବାଇକ ଆରୋହୀ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Oct 30, 2020, 1:52 PM IST

ବାଇକ ଉପରେ ଚଢ଼ିଗଲା ଟ୍ରକ୍, ବାଇକ ଆରୋହୀ ମୃତ
ବାଇକ ଉପରେ ଚଢ଼ିଗଲା ଟ୍ରକ୍, ବାଇକ ଆରୋହୀ ମୃତ

କେନ୍ଦୁଝର:ରାଜ୍ୟରେ ଦିନକୁ ଦିନ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଏକ ବାଇକ ଉପରେ ବାର ଚକିଆ ଟ୍ରକ ଚଢିଯିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ଜଣକ ସଦର ବ୍ଲକ କଣ୍ଡରାପଶି ପଞ୍ଚାୟତ ଝରାପଶି ଗ୍ରାମର ହଳଧର ମହାନ୍ତ ବୋଲି ଜଣାପଡିଛି । ପ୍ରକାଶ ଯେ ହଳଧର କେନ୍ଦୁଝରରୁ ଫେରୁ ଥିବାବେଳେ ପଛପଟୁ ଏକ ଆଇରନ ବୋଝେଇ ଟ୍ରକ ମାଡ଼ି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ହଳଧରଙ୍କ ମୃତ୍ୟୁ ହୋଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଟ୍ରକଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.