ETV Bharat / state

କୋରୋନା ଟୀକାକରଣ ପାଇଁ ପ୍ରୟାସ ଅନୁଷ୍ଠାନର ଅନନ୍ୟ ପ୍ରୟାସ - prayash institution's unique effort to vaccinate the people

କୋରୋନା ଟୀକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରୟାସ ଅନୁଷ୍ଠାନର ଅନନ୍ୟ ପ୍ରୟାସ । ଏହି ଅନୁଷ୍ଠାନ କୋରୋନା ମହାମାରୀର ମୁକାବିଲା ପାଇଁ ବଡ଼ବିଲସ୍ଥିତ ସେଣ୍ଟ ମେରୀ ସ୍କୁଲରେ ଲୋକଙ୍କୁ ଟିକା ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି । ଅଧିକ ପଢନ୍ତୁ...

କୋରୋନା ଟୀକାକରଣ ପାଇଁ ପ୍ରୟାସ ଅନୁଷ୍ଠାନର ଅନନ୍ୟ ପ୍ରୟାସ

author img

By

Published : Jul 6, 2021, 2:14 PM IST

କେନ୍ଦୁଝର: କୋରୋନା ଟୀକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରୟାସ ଅନୁଷ୍ଠାନର ଅନନ୍ୟ ପ୍ରୟାସ । ତେବେ ବଡ଼ବିଲର ଯେ କୌଣସି କାର୍ଯ୍ୟକ୍ରମ ହେଉ, ପ୍ରୟାସ ସେବାନୁଷ୍ଠାନ ବିନା, ସଫଳ ହୁଏନା ଭଳି ବଡ଼ବିଲ ବାସୀ ଅନୁଭବ କରନ୍ତି । ଜାତୀୟ ଦିବସ ପାଳନ ହେଉ କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ, ସବୁଠି ଏମାନଙ୍କର ଅଗ୍ରଣୀ ଭୂମିକା ବେଶ ପ୍ରତୀୟମାନ । ଏପଟେ ଆଜି ପୁଣି ଏହି ଅନୁଷ୍ଠାନ ଆଉ ଏକ ପାଦ ଆଗକୁ ବଢି କୋରୋନା ମହାମାରୀର ମୁକାବିଲା ପାଇଁ ପ୍ରଶାସନ ସହ ଅଣ୍ଟା ଭିଡ଼ିଛି ।

କୋରୋନା ଟୀକାକରଣ ପାଇଁ ପ୍ରୟାସ ଅନୁଷ୍ଠାନର ଅନନ୍ୟ ପ୍ରୟାସ

ସୂଚନାଯୋଗ୍ୟ ଯେ 2019 -2020 ମସିହାରେ ପୌରାଞ୍ଚଳର କ୍ବାରେନଟାଇନ ସେଣ୍ଟରକୁ ପରିଚାଳନା ଓ ଖାଦ୍ୟ ବ୍ୟବସ୍ଥାର ଦାୟିତ୍ବ ସୂଚାରୁ ରୂପେ ନିର୍ବାହ କରି ବିଶ୍ଵାସ ଭାଜନ ହୋଇଥିଲେ । ଠିକ ସେହିପରି ଆଜି(ମଙ୍ଗଳବାର) ଯେତେବେଳେ କୋରୋନା ଟିକା ଉପଲବ୍ଧ ହେଇଛି, ତାକୁ ସୂଚାରୁରୂପେ ଲୋକଙ୍କୁ ଦେବା ପାଇଁ ଆଗେଇ ଆସିଛି ଏହି ଅନୁଷ୍ଠାନ । ପ୍ରଶାସନ ଏହାକୁ ବଡ଼ବିଲ ପୌର ପରିଷଦରେ ଦୁଇ ସ୍ଥାନରେ ଦିଆ ଯିବାର ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରୟାସ ଅନୁଷ୍ଠାନ ବଡ଼ବିଲସ୍ଥିତ ସେଣ୍ଟ ମେରୀ ସ୍କୁଲରେ କୋରୋନାର ସମସ୍ତ ପ୍ରୋଟୋକଲକୁ ପାଳନ କରି ଲୋକଙ୍କୁ ଟିକା ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ।

ସେଣ୍ଟ ମେରୀ ସ୍କୁଲର ଅଧ୍ୟକ୍ଷା ସିଷ୍ଟର କରୁଣା ଏହାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ସ୍କୁଲର ଅନ୍ୟ ଶିକ୍ଷକ ଓ ଷ୍ଟାଫମାନେ ସହଯୋଗ କରିଥିଲେ । ପ୍ରୟାସର ସମସ୍ତ ସଦସ୍ୟ ଖୁବ ପରିଶ୍ରମ କରି ଏହାକୁ ସଫଳ ରୂପାୟନ ଦେଇଥିବାରୁ ବଡ଼ବିଲ ଅନ୍ତେବାସୀଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.