କେନ୍ଦୁଝର: ଜିଲ୍ଲାର ରିମୂଳି ଥାନା ଅନ୍ତର୍ଗତ ଦଢୁଆପାଳ ଜଙ୍ଗଲ ନିକଟସ୍ଥ ଏକ କ୍ରସର ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଝୁମ୍ପୂରା ଅଞ୍ଚଳ ଅର୍ସଳା ଗ୍ରାମର ସଞ୍ଜୟ ସାହୁ । ପେଶାରେ ସେ ଜଣେ ସ୍କ୍ରାପ ବେପାରୀ ।
ସୂଚନାନୁସାରେ, ଗତ 14 ତାରିଖରେ ସଞ୍ଜୟଙ୍କ ସ୍କ୍ରାପ ଦୋକାନକୁ 2 ଜଣ ଆସି ତାଙ୍କୁ ନିଜ ସହ ନେଇଯାଇଥିଲେ । ସେହି ଦିନରୁ ସଞ୍ଜୟ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଶନିବାର ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରୁଛି । ଉକ୍ତ ମାମଲାରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଇ ଥିବାବେଳେ ଆଉ ଜଣେ ଫେରାର ଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ