ETV Bharat / state

ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବା ଦାବି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା - ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବା ଦାବି

କେନ୍ଦୁଝର ବଡବିଲରେ ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ।

Padma Shri Tulsi Munda
ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା
author img

By

Published : Mar 1, 2021, 9:17 PM IST

କେନ୍ଦୁଝର: ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବାକୁ ଦାବି କଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ବଡବିଲରେ ରିଙ୍ଗରୋଡ ଯୋଗୁଁ ଆଦିବାସୀମାନେ ବିସ୍ଥାପିତ ହେବାର ସମ୍ଭାବନା ରହିଛି ।

ପ୍ରସ୍ତାବିତ ରିଙ୍ଗ ରୋଡକୁ ବଦଳାଇବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଧୀରେ ଧୀରେ ଜନଗହଳି ବଢିବା ସହ ବ୍ୟବସାୟିକ ପରିବହନର ସୁବ୍ୟବସ୍ଥା ପାଇଁ ସରକାର ବଡ଼ବିଲ ଠାରେ ଏକ ରିଙ୍ଗ ରୋଡ ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି । ଏହି ରିଙ୍ଗ ରୋଡ଼ ବଡ଼ବିଲ ସହରକୁ ପଶିବାକୁ ଭଦ୍ରା ସାହି ନିକଟରେ ହେବା ପାଇଁ ପ୍ରସ୍ତାଵ ରଖିଛନ୍ତି । ଏହି ରିଙ୍ଗ ରୋଡ଼ ହେଲେ ଭଦ୍ରା ସାହି, ଟଂଟୋ,କାଶିଆ ଓ ଯାଗଦା ସାହିର ଏକ ହଜାରରୁ ଊର୍ଦ୍ଧ୍ବ ପାରମ୍ପରିକ ଆଦିବାସୀଙ୍କୁ ବିସ୍ଥାପିତ ହେବାକୁ ପଡିବ । ଏହି ପାରମ୍ପରିକ ଆଦିବାସୀଙ୍କୁ ନ ହଟେଇ ଅନ୍ୟତ୍ର ରିଙ୍ଗ ରୋଡ଼ କରିବାକୁ ଦାବି କରିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ଏନେଇ ଆଜି ତୁଳସୀ ମୁଣ୍ଡା ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣଙ୍କ ସହ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ପଦ୍ମଶ୍ରୀଙ୍କ ଦାବି ଶୁଣି ଜିଲ୍ଲାପାଳ ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.