କେନ୍ଦୁଝର: ମଙ୍ଗଳବାର ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ବିଧାନସଭା ଆଚାର ସଂହିତା ସଦସ୍ୟ । ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଚାରି ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ଦରବାର ହଲ ଠାରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିଲା ପରେ ତାଙ୍କୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ ।
ପରେ ଆଚାର ସଂହିତା ସଦସ୍ୟ ସ୍ଥାନୀୟ ଦରବାର ହଲ ଠାରେ ଏକ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ସମୀକ୍ଷା କରିଥିଲେ ସମିତି । ଏହି ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, କେନ୍ଦୁଝର