ETV Bharat / state

Maa Tarini Darshan: ବଡଦିନ ନୂଆବର୍ଷରେ ମା' ତାରିଣୀଙ୍କ ଦର୍ଶନ ବନ୍ଦ

author img

By

Published : Dec 21, 2021, 4:38 PM IST

Updated : Dec 21, 2021, 4:47 PM IST

କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଏବେ ଚାଲୁ ରହିଛି ମା'ଙ୍କ ଦର୍ଶନ । କିନ୍ତୁ ବଡ଼ଦିନ ଓ ନୂଆବର୍ଷରେ ଅଧିକ ଭିଡ଼ ଆଶାରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ବଡ଼ଦିନ ନୂଆବର୍ଷରେ ଘଟଗାଁ ତାରିଣୀ ସାଧାରଣ ଦର୍ଶନ ବନ୍ଦ

କେନ୍ଦୁଝର: କୋରୋନା କଟକଣା ମଧ୍ୟରେ ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ଦର୍ଶନ ଚାଲୁ ରହିଛି । ପର୍ଯ୍ୟଟନ ଋତୁ ଥିବାରୁ ମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଭିଡ଼କୁ ଲକ୍ଷ୍ୟରେ ରଖି ଆସନ୍ତା ବଡ଼ଦିନ ଓ ନୂତନ ବର୍ଷରେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ବଡ଼ଦିନ ଓ ନୂତନ ବର୍ଷରେ ଭିଡ଼ ଅଧିକ ହେବାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୨୫, ୨୬, ୩୧ ଏବଂ ୨୦୨୨ ଜାନୁଆରୀ ମାସ ୧ ଓ ୨ତାରିଖରେ ମା' ତାରିଣୀଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ମା' ତାରିଣୀ ଟ୍ରଷ୍ଟ ବୋର୍ଡ ଏହି ବନ୍ଦ ସୂଚନା ସୋସିଆଲ ମିଡିଆ ପେଜ ଓ ପ୍ରେସ ରିଲଜ ଦ୍ବାରା ଜଣାଯାଇଛି । ଅନ୍ୟ ଦିନଗୁଡ଼ିକରେ ସରକାରଙ୍କ କୋରୋନା କଟକଣା ନିୟମ ଅନୁଯାୟୀ ଦର୍ଶନ ଚାଲୁ ରହିବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 21, 2021, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.