ETV Bharat / state

ଡିଆରଡିଏ କିରାଣୀଙ୍କ ଅସ୍ୱାଭାବିକ ମୃତ୍ୟୁ, ତଦନ୍ତ ଦାବି କଲା ପରିବାର - family demanded an inquiry

କେନ୍ଦୁଝର ଜିଲ୍ଲା ଡିଆରଡିଏରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ରଘୁନାଥ ନାଏକଙ୍କର ଅସ୍ବାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ତଦନ୍ତ ଦାବି । ଅଧିକ ପଢନ୍ତୁ...

ଧାରଣାରେ ପରିବାର ଲୋକ
ଧାରଣାରେ ପରିବାର ଲୋକ
author img

By

Published : Apr 11, 2021, 8:25 AM IST

କେନ୍ଦୁଝର: ଜିଲ୍ଲା ଡିଆରଡିଏରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ରଘୁନାଥ ନାଏକଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି । ହଠାତ୍ ମୃତ୍ୟୁର ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହକୁ ରଖି ଧାରଣା ଦେଇଛନ୍ତି ପରିବାର ଲୋକ ।

ଧାରଣାରେ ପରିବାର ଲୋକ

ଗତ ୭ ତାରିଖ ଦିନ ରଘୁନାଥ ଅଫସକୁ ଆସି ଆଉ ଘରକୁ ଫେରି ନ ଥିଲେ । ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ କେହି ଫୋନରେ କହିବା ପରେ ପରିବାର ଲୋକ ରଘୁନାଥଙ୍କର ମୁଣ୍ଡରେ ମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ଗତକାଲି କଟକରେ ତାଙ୍କର ମୃତ୍ୟୁ ହୋଇଛି । ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ କେନ୍ଦୁଝରକୁ ଅଣା ଯାଇଛି ।

ରଘୁନାଥଙ୍କର ମୃତ୍ୟୁର ପ୍ରକୃତ ତଦନ୍ତ ଦାବିରେ ପରିବାର ଲୋକେ ତାଙ୍କ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣାରେ ବସି ରହିଥିଲେ । ଯଥାଶୀଘ୍ର ଏହାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.