ETV Bharat / state

କବାଡି ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଘଟଣା: 4 ଅଭିଯୁକ୍ତ ଗିରଫ

author img

By

Published : Aug 22, 2019, 1:11 PM IST

ଚମ୍ପୁଆ ଥାନା ପର୍ଶଳା ଅଞ୍ଚଳର କବାଡ଼ି ବ୍ୟବସାୟୀ ସଞ୍ଜୟ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଚମ୍ପୁଆ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ଡିଜାଇନ ଫଟୋ

କେନ୍ଦୁଝର: କବାଡି ବ୍ୟବସାୟୀ ସଞ୍ଜୟ ସାହୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ। ଟଙ୍କା ପାଇଁ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡରେ ସମ୍ପୃକ୍ତ 4 ଅଭିଯୁକ୍ତଙ୍କ ଗିରଫ କରିଛି ଚମ୍ପୁଆ ପୋଲିସ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ସୂଚନା ଅନୁଯାୟୀ, ଗତ 14 ତାରିଖରେ ସଞ୍ଜୟଙ୍କୁ ଅପହରଣ କରାଯାଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଭିଷେକ ଶତପଥୀ ଓରଫ ରାଣା ନାମକ ଯୁବକଙ୍କୁ ଲୋକେ ସନ୍ଦେହ କରି ପୋଲିସର ଜିମା ଦେଇଥିଲେ । ହେଲେ ସେତେବେଳେ ଅଭିଷେକ ଠାରୁ ଘଟଣା ସମ୍ପର୍କରେ କୌଣସି ସୁରାକ ପାଇ ନଥିଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପରେ ଗତ 17 ତାରିଖରେ ତଡ଼ୁଆବାହାଲ ନାଳ ନିକଟରେ ସଞ୍ଜୟଙ୍କର ମୃତଦେହ ଠାବ ହୋଇଥିଲା । ଅପହରଣ ପରେ ସଞ୍ଜୟଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ଚମ୍ପୁଆ ପୋଲିସ ଛାନଭିନ୍ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଯୋଡ଼ାର ଅଭିଷେକ ଶତପଥୀ, ବିନୁ ରାମ, ରାଜକୁମାର ମହାକୁଡ ଏବଂ ଚମ୍ପୁଆର ସଞ୍ଜୟ ସାହୁ । ଟଙ୍କା ପାଇଁ ଏମାନେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ପୂର୍ବ ଯୋଜନା ମୁତାବକ ଏମାନେ କ୍ରସର ସ୍କ୍ରାପ ଦେଖାଇବା ପାଇଁ ସଞ୍ଜୟଙ୍କୁ ସାଙ୍ଗରେ ଡାକିନେଇଥିଲେ । ପର୍ଶଳାରୁ କିଛି ବାଟ ଯିବା ପରେ ତଡ଼ୁଆ ବାହାଳ ନିକଟରେ ସଞ୍ଜୟଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଅଭିଷେକ ପିସ୍ତଲ ବାହାର କରି ସଞ୍ଜୟଙ୍କ ଉପରୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ସେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଏଙ୍କର-ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ଗତକାଲି ରାତିରେ ଚୋରୀ ହୋଇଛି ।ଦୁର୍ବୁତ୍ତମାନେ ଦେବୀ ମା ମନ୍ଦିରର ପଛପଟର ତାଲା ଭାଂଗି ଲୁହା କବାଟ ଖୋଲି ଭିତରକୁ ପଶିଥିଲେ ।ମନ୍ଦିରର ଗମ୍ଭିରା ଆଗରେ ଥିବା ମୁଖଶାଳାରେ ଦାନ ହୁଣ୍ଡି ଭାଂଗି ଦେବୀମାଙ୍କୁ ଦାନ ଦେଇଥିବା ଲକ୍ଷାଧିକ ଟଂକା ସବୁ ଚୋରୀ କରି ନେଇଛନ୍ତି ।ଦୈନିକ ହଜାର ହଜାର ଭକ୍ତ ଦେବୀ ମାଙ୍କ ଦର୍ଶନ କରିବା ସହିତ ଟଂକା ,ସୁନା ଓ ରୁପା ଅଳଂକାର ଆଦି ଦାନ ହୁଣ୍ଡିରେ ଦେଇଥାନ୍ତି ।ହେଲେ ଏହା ଦ୍ବୀତିୟ ଥର ପାଇଁ ଦୁର୍ବୁତ୍ତମାନେ ଦାନ ହୁଣ୍ଡି ଭାଂଗି ଦାନ ମିଳିଥିବା ସମସ୍ତ ଅର୍ଥ ଓ ଗହଣା ଆଦା ଚୋରୀ କରି ନେଇଛନ୍ତି ।ପୂର୍ବରୁ ବି ଥରେ ଏଭଳି ଅଘଟଣା ଦେବୀ ମନ୍ଦିରରେ ହୋଇଥିବା ଦେବୋତ୍ତର ବିଭାଗ ସଦର ଥାନାରେ ରିପୋର୍ଟ କରିଥିଲେ ।ଆଜି ପାହାନ୍ତିଆରୁ ପୂଜକମାନେ ଦେବୀ ମା ମନ୍ଦିରକୁ ଆସିବା ପରେ ମନ୍ଦିରର ପଛପଟ କବାଟର ତାଲା ଭାଂଗି ଥିବା ଦେଖିବାକୁ ପାଇଥିଲେ ।ତୁରନ୍ତ ପୂଜକମାନେ ମନ୍ଦିର କମିଟୀର ସଭ୍ୟ ,ଦେବୋତ୍ତର ବିଭାଗ ଓ ବରିଷ୍ଠ ପୂଜକମାନଙ୍କୁ ଖବର ଦେଇଥିଲେ ।ସମସ୍ତେ ପହଂଚିବା ପରେ ପୁଣି ଦେବୀ ମାଙ୍କ ଦୈନନ୍ଦିନ ରୀତିନୀତି କରାଯାଇଥିଲା ।ସଦର ଥାନା ପୋଲିସ ଘଟଣାସ୍ଥଳକୁ ପହଂଚି ଏହି ଚୋରୀ ଘଟଣାର ଅନୁସଂଧାନ କରୁଛି...............Body:ବାଇଟ-1-ହରିହର ପୂଜାରୀ ,ପୂଜକ ,ସୁରେଶ୍ବରୀ ପୀଠ ,ସୁବର୍ଣ୍ଣପୁର ।
ବାଇଟ-2-ବିଜ୍ଞାନ ପୂଜାରୀ ,ପୂଜକ ,ସୁରେଶ୍ବରୀ ପୀଠ ,ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.