ETV Bharat / bharat

ହ୍ୟାକର୍ସଙ୍କ ହରକତ, ସୁପ୍ରିମକୋର୍ଟ YouTube ଚ୍ୟାନେଲ ହ୍ୟାକ - SC YouTube channel hacked

author img

By ETV Bharat Odisha Team

Published : 2 hours ago

Updated : 2 hours ago

Supreme Court YouTube channel hacked: ସୁପ୍ରିମକୋର୍ଟ ଅଫିସିଆଲ YouTube ଚ୍ୟାନେଲ ହ୍ୟାକ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୟୁଟୁବ ଚ୍ୟାନେଲ ହ୍ୟାକ କଲେ ହ୍ୟାକର୍ସ । ଚ୍ୟାନେଲରେ ଆସୁଛି କ୍ରିପ୍ଟୋ କରେନ୍ସି ଭିଡିଓ ।

Supreme Court
Supreme Court (ETV BHARAT ODISHA)

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟଙ୍କୁ ବି ଛାଡିଲେନି ହ୍ୟାକର୍ସ । ସୁପ୍ରିମକୋର୍ଟ ଅଫିସିଆଲ ୟୁଟୁବ ଚ୍ୟାନେଲ ହ୍ୟାକ । ଏଥିରେ ଆମେରିକୀୟ କମ୍ପାନୀ ରିପଲର ଭିଡିଓ ଦେଖିବାକୁ ମିଳୁଛି । ଏଥିରେ କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ କିଛି ଭିଡିଓ ମଧ୍ୟ ରହିଛି । କେହି ହ୍ୟାକର ସର୍ବୋଚ୍ଚ ନ୍ୟାୟଳୟଙ୍କ ୟୁଟୁବ ଚ୍ୟାନେଲକୁ ଆଜି ହ୍ୟାକ କରିଥିବା ଖବର ଆସିଛି । ଚ୍ୟାନେଲର ଫଟୋ ମଧ୍ୟ ପରରିବର୍ତ୍ତନ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-କୋଟା ଭିତରେ କୋଟା ବୈଧତା ଉପରେ ସୁପ୍ରିମ ରାୟ; ଏହା କେତେ ଦୂର ଠିକ୍ ? - SC on Sub Classification

ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ୟୁଟୁବ ଚ୍ୟାନେଲ:

ସୁପ୍ରିମକୋର୍ଟର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଜନସାଧାରଣ ଉଦ୍ଦେଶ୍ୟରେ ଖୋଲା ଯାଇଥିଲା । ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ବିଚାର ସମୟରେ ୟୁଟ୍ୟୁବରେ ଏହାକୁ ଲାଇଭ ଟେଲିକାଷ୍ଟ କରାଯାଏ । ୟାହା ଦ୍ବାରା ଜନସାଧାରଣ ଘରେ ବସି ମୋବାଇଲ ମାଧ୍ୟମରେ ମାମଲାର ଶୁଣାଣି ଦେଖି ପାରୁଥିଲେ । ଆଜି ହ୍ୟାକର୍ସମାନେ ଚ୍ୟାନେଲକୁ ହ୍ୟାକ କରିବା ପରେ ଆମେରିକାର ଆଧାରିତ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ ଏକ କ୍ରିପ୍ଟୋକରେନ୍ସି XRP କୁ ପ୍ରୋତ୍ସାହିତ କରୁଥିବା ଭିଡିଓ ପୋଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ-କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ - Kolkata Doctor rape murder

ସୁପ୍ରିମକୋର୍ଟ YouTube ଚ୍ୟାନେଲରେ କ୍ରିପ୍ଟୋ କରେନ୍ସି ଭିଡିଓ:

କିଛି ପୂରୁଣା ମାମଲାର ଶୁଣାଣିକୁ ଦେଖିବାକୁ ସୋସିଆଲ ମିଡିଆ ଯୁଜର୍ସ ମାନେ ଆଜି ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ୟୁଟୁବ ଚ୍ୟାନେଲରେ ସର୍ଚ୍ଚ କରିଥିଲେ । କିନ୍ତୁ ୟୁଟୁବରେ ପୂର୍ବରୁ ଅପଲୋଡ ହୋଇଥିବା ଭିଡିଓ ଦେଖିବାକୁ ପାଇନଥିଲେ । ହୋମପେଜରେ ଆମେରିକୀୟ କମ୍ପାନୀ ରିପଲର ଏକ ଭିଡିଓ ଲାଇଭ ଷ୍ଟ୍ରିମିଙ୍ଗରେ ରହିଥିଲା । ଚ୍ୟାନେଲର ଫଟୋ ମଧ୍ୟ ସୁପ୍ରିମକୋର୍ଟ ପରିବର୍ତ୍ତେ ଏହି କମ୍ପାନୀର ରହିଥିଲା । ନିକଟରେ ଏହି ଚ୍ୟାନେଲ କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କି ଦୁଷ୍କର୍ମ ଏବଂ ହତ୍ୟା ସହ ଜଡିତ ମାମଲାର ଶୁଣାଣି ସମୟରେ ପ୍ରସାରଣ କରାଯାଇଥିଲା ।

ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତାଙ୍କର ସୋସିଆଲ ମିଡିଆ ହ୍ୟାକର୍ସ ମାନେ ହ୍ୟାକ କରିଥିବା ଖବର ନଜିର ରହିଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ୟୁଟୁବ ଚ୍ୟାନେଲ ହ୍ୟାକ ହେବା ଖବର ପ୍ରଥମ ଥର ଜାଣିବାକୁ ମିଳୁଛି । ଆଜି ସୁପ୍ରିମକୋର୍ଟ ୟୁଟୁବ ଚ୍ୟାନେଲକୁ ହ୍ୟାକ କରାଯାଇଛି ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.