ETV Bharat / sports

ଭାରତୀୟ ପେସରଙ୍କ ଆଟାକ୍‌ରେ ଚିତ୍‌ପଟାଙ୍ଗ ବାଂଲା ଟାଇଗରସ୍‌; 149ରେ ଅଲ୍‌ ଆଉଟ୍‌ - IND vs BAN 1st Test - IND VS BAN 1ST TEST

IND vs BAN 1st Test : ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ କେବଳ 149 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ପ୍ରଥମ ପାଳିରେ 376 ରନ କରିଥିବା ଭାରତ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

IND vs BAN 1st Test
IND vs BAN 1st Test (AP Photo)
author img

By ETV Bharat Sports Team

Published : Sep 20, 2024, 3:30 PM IST

ଚେନ୍ନାଇ : ଭାରତୀୟ ପେସରଙ୍କ ଆଟାକ୍‌ରେ ଧ୍ବସ୍ତ ହେଇଗଲା ବାଂଲାଦେଶ ବ୍ୟାଟିଂ । ଜସପ୍ରୀତ ବୁମ୍‌ରା, ଆକାଶ ଦୀପ ଓ ମହମ୍ମଦ ସିରାଜଙ୍କ ଆକ୍ରମଣର ଜବାବ ଦେଇପାରିଲେନି ବାଂଲା ଟାଇଗର୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ କେବଳ 149 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ପ୍ରଥମ ପାଳିରେ 376 ରନ କରିଥିବା ଭାରତ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ।

ଭାରତ ପ୍ରଥମ ପାଳି :-

ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ପରେ ଦଳ ପାଇଁ ସଂକଟମୋଚକ ସାଜିଥିଲେ ରବିଚନ୍ଦ୍ରନ ଅଶ୍ବିନ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାଗିଦାରୀ ବଳରେ ଭାରତ ପ୍ରଥମ ଦିନରେ 6 ୱିକେଟ ହରାଇ 339 ରନ ସ୍କୋର କରିଥିଲା । ଆଜି ଦ୍ବିତୀୟ ଦିନର ଖେଳ ଏହିଠାରୁ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ବାଂଲାଦେଶ ପ୍ରଥମ ପାଳି :-

ଏହାପରେ ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ମଧ୍ୟ ସଂକଟରୁ ରକ୍ଷା ପାଇନଥିଲା ବାଂଲାଦେଶ । 20 ବ୍ୟକ୍ତିଗତ ରନ ହାସଲ କରିଥିବା ଅଧିନାୟକ ନାଜମୋଲ ହୋସେନ ଶାଣ୍ଟୋଙ୍କୁ କୋହଲିଙ୍କ ହାତରେ ଧରା ପକାଇଥିଲେ ସିରାଜ । ଏହାପରେ ଶାକିବ ଅଲ୍‌ ହାସନ (32), ଲିଟନ ଦାସ (22) ଓ ମେହିଡୀ ହାସନ ମିରାଜ (27) କିଛି ସମୟ କ୍ରିଜରେ ଲଢ଼ିଥିଲେ ମଧ୍ୟ ଦଳକୁ ଆଶାନୁରୂପ ସହଯୋଗ କରିପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ବାଂଲାଦେଶ ଶେଷରେ 149 ରନରେ ସମସ୍ତ ୱିକେଟ ହରାଇଥିଲା ।

ପ୍ରଥମ ପାଳି ଶେଷ ସୁଦ୍ଧା 227 ରନରେ ଆଗୁଆ ଥିବା ଭାରତୀୟ ଦଳ ଖବର ଲେଖା ହେବା ବେଳକୁ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.