ETV Bharat / state

ରୋଡ ରୋମିଓଙ୍କୁ ଧରିଲା ପୋଲିସ, ନମ୍ବର ପ୍ଲେଟରେ କାଦୁଅ ବୋଳି ବୁଲୁଥିଲେ - Road Romeo Detained - ROAD ROMEO DETAINED

Road Romeos Detained: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଧରାପଡିଲେ ରୋଡ ରୋମିଓ । କାରର ନମ୍ବର ପ୍ଲେଟରେ କାଦୁଅ ବୋଳି ଲୁଚି ବୁଲୁଥିଲେ ।

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର
ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 4:25 PM IST

Updated : Sep 20, 2024, 4:44 PM IST

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ଘଟଣାରେ ଧରାପଡିଲେ ରୋଡ ରୋମିଓ । 7 ଜଣ ରୋଡ ରୋମିଓଙ୍କୁ ଧରିଛି କମିଶନରେଟ ପୋଲିସ । ସିସିଟିଭି ଆଧାରରେ କମିଶନରେଟ ପୋଲିସ ସେମାନଙ୍କୁ ଧରିବା ପରେ ଚନ୍ଦକା ଥାନାରେ ଅଟକ ରହିଛି । ମେଜର ଓ ତାଙ୍କ ବାନ୍ଧବୀ ରାତିରେ ରେସ୍ତୋରାଁରୁ ଫେରିବା ବେଳେ ଏମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାର ଏତଲା ଦେବାକୁ ଆସି ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ସେପଟେ ଭରତପୁର ଥାନାରେ ମହିଳା କମିଶନ ଟିମ ତନାଘନା ଆରମ୍ଭ କରିଛି ।

ଧରାପଡିଲେ ରୋଡ ରୋମିଓ:

ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ 15 ସେପ୍ଟେମ୍ବର ରାତିରେ ଫେରୁଥିବା ବେଳେ କିଛି ରୋଡ ରୋମିଓ ତାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାର ଏତଲା ଦେବାକୁ ଆସି ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିଲେ ଉଭୟେ । ତେବେ କମିଶନରେଟ ପୋଲିସ ସିସିଟିଭି ଆଧାରରେ ଏମାନଙ୍କୁ ଧରିବା ସଫଳ ହୋଇଛି । କମେଣ୍ଟମରା ଘଟଣାରେ ପୋଲିସ 7 ଜଣଙ୍କୁ ଅଟକ ରଖି ଚନ୍ଦକା ଥାନାରେ ପଚରାଉଚରା କରୁଛି ।

ଧରାପଡିଲେ ରୋମିଓ (ETV Bharat Odisha)

କାରରେ କାଦୁଆ ବୋଳି ଲୁଚି ବୁଲୁଥିଲେ ରୋଡ ରୋମିଓ:

କାରରେ କାଦୁଅ ବୋଳି ଲୁଚି ବୁଲୁଥିବା ବେଳେ ଧରିଲା ପୋଲିସ। ୭ଜଣଙ୍କୁ ଧରିଲା କମିସନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ । କାର ଜବତ ସହ ୭ ଜଣ ଦୁର୍ବୃତ୍ତ ଅଟକ ରଖାଯାଇଛି । ସ୍ପେଶାଲ ସ୍କ୍ବାର୍ଡ ଟିମ ୭ ଜଣଙ୍କୁ ଧରି ଚନ୍ଦକା ଥାନାକୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଅଟକ ରଖି ସେମାନଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ମଧ୍ୟ ଆସି ପଚରାଉଚରା କରୁଛନ୍ତି । ପ୍ରତି ଜଣଙ୍କୁ ଦୁଇ ଜଣ ଲେଖାଏଁ ଅଫିସର ପଚରାଉଚରା କରୁଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କାରୀ ଅଧିକାରୀ ନରେନ୍ଦ୍ର ବେହେରା କହିଛନ୍ତି, ବର୍ତ୍ତମାନ ତଦନ୍ତରେ ପଚରାଉଚରା ଚାଲିଛି । ଏନେଇ ଯେଉଁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍ ସେନେଇ ସେହି ଆଧାରରେ ତଦନ୍ତ ଚାଲିଛି ।

ରୋମିଓଙ୍କ କାର ଜବତ
ରୋମିଓଙ୍କ କାର ଜବତ (ETV Bharat Odisha)

ଧରାପଡିଲା ଦୁର୍ବୃତ୍ତଙ୍କ କାର:

ଯେଉଁ କାରରେ ଗତ ୧୫ତାରିଖ ରାତିରେ ପଥରଗାଡିଆ ରାସ୍ତାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ ହରକତ କରିଥିଲେ। ଅର୍ଥାତ୍ ଯେଉଁ ଗାଡିରେ ଦୁର୍ବୃତ୍ତ ମାନେ ତାଙ୍କ ସହ ଅପ୍ରୀତିକର ପରିସ୍ଥିତି ଉପୁଜାଇଥିଲେ ସେହି ଗାଡି ଜବତ ହୋଇଛି। OD14J0455 ନମ୍ବର କାରକୁ ପୋଲିସ ଜବତ କରିଛି। ତେବେ ଧରାପଡିବା ଭୟରେ ଗାଡିରେ ଲୁଚି ବୁଲିବା ପାଇଁ ଚେଷ୍ଟା କରୁଥିଲେ । ଏନେଇ ଗାଡ଼ିର ନମ୍ବର ପ୍ଲେଟକୁ କାଦୁଅ ବୋଳି ଲୁଚି ବୁଲୁଥିଲେ। ଏନେଇ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଗାଡ଼ିକୁ ଟ୍ରାକ କରି ଧରିଛନ୍ତି। ଏବଂ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ଭରତପୁର ଥାନାରେ ମହିଳା କମିଶନଙ୍କ ତନାଘନା:

ଭରତପୁର ଥାନାରେ ମହିଳା କମିଶନଙ୍କ ତନାଘନା (ETV Bharat Odisha)

ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଭରତପୁର ଥାନାରେ ମହିଳା କମିଶନ ଟିମର ତନାଘନା । ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ତିନିଜଣିଆ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଆଇଆଇସି ସମେତ ଥାନା କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ଘଟଣାର FIR ଡକ୍ୟୁମେଣ୍ଟ ନେଇ ତନାଘନା କରିବା ସହ ମହିଳା କମିଶନଙ୍କ ଟିମ ତନାଘନା ପରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଛି ।

ତଦନ୍ତ ପରେ ସରକାରଙ୍କୁ ଜଣାଇବୁ:

ଚନ୍ଦକା ଥାନା
ଚନ୍ଦକା ଥାନା (ETV Bharat Odisha)

ଏନେଇ ମହିଳା କମିଶନର ମିନତୀ ବେହେରା କହିଛନ୍ତି, ‘ଘଟଣା ପରିତାପର ବିଷୟ ଏବେ ଆମେ ଥାନାରେ ଅଛୁ । କଣ କଣ ପଦକ୍ଷେପ ନିଆଯାଇଛି ସେନେଇ କାଗଜପତ୍ର ଯାଞ୍ଚ କରୁଛୁ । ଏସବୁ ଆଲୋଚନା କରି ସରକାରଙ୍କୁ ଜଣାଇବୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସବୁ ଥାନାରେ ସିସିଟିଭି ଲଗାଯାଇଥିଲା । ସେହି କମିଟିର ମୁଁ ମଧ୍ୟ ମେମ୍ବର ଥିଲି । ଯେହେତୁ ଥାନା ସିପ୍ଟ ହୋଇଛି ସେଥିପାଇଁ ସିସିଟିଭି ଲଗାଯାଇପାରିନାହିଁ । ଖୁବଶୀଘ୍ର ଲାଗାଇ ଦେବେ। ମହିଳାଙ୍କ ପାଇଁ ମହିଳା ଶିଶୁ ଡେସ୍କ ରହିଛି । ଆମେ ତଦନ୍ତ କରିବାକୁ ଆସିଛୁ, ଯାହା ତଦନ୍ତ କରିବୁ ତାହା ସରକାରଙ୍କୁ ଜଣେଇବୁ ।’

ଚାଲିଛି ଯାଞ୍ଚ:

ସେ ଆହୁରି କହିଛନ୍ତି, ‘ପ୍ରଥମେ ସେମାନଙ୍କ FIR, କ୍ରାଇମବ୍ରାଞ୍ଚ ନେଇଥିବା ଡ଼କୁମେଣ୍ଟକୁ ଯାଞ୍ଚ କରୁଛୁ । ମହିଳା କମିଶନ ଟିମ୍ ଗଠନ ହେବ ଏନେଇ ଏକ ଟିମ ମଧ୍ୟ ଗଠନ କରିବୁ । କମିଟିରେ ରେଜିଷ୍ଟର,ଜଣେ ଡ଼ିଏସପି,ଜଣେ ମେମ୍ବର ରହିବେ । ତଦନ୍ତରେ ଆମେ ଯାହା ଅନୁଭବ କରିବୁ, ସରକାରଙ୍କୁ ସୁପାରିଶ ମଧ୍ୟ କରିବୁ । ସାଙ୍ଘାତିକ ଅଭିଯୋଗ ରହିଛି, ତାକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ଥାନାରେ ତଦନ୍ତ ହୋଇଛି । ପରେ ତାଙ୍କ ପରିବାରକୁ ଭେଟିବୁ । ପରେ କ୍ରାଇମବ୍ରାଞ୍ଚ ସହ ପୋଲିସ ଡ଼ିଜିଙ୍କ ସହ ମଧ୍ୟ ଆଲୋଚନା କରିବୁ । ଏନେଇ ଘଟଣାର ସମସ୍ତ ଦିଗକୁ ନେଇ ମହିଳା କମିଶନ ଟିମ୍ ଯାଞ୍ଚ କରିବ ।’

ସିପି ଅଫିସ ଆଗରେ ସାମାଜିକ କର୍ମୀଙ୍କ ଧାରଣା:

ସେପଟେ ଏ ଘଟଣାକୁ ନେଇ କମିଶନରେଟ ପୋଲିସ ଆଗରେ ଧାରଣାରେ ବସିଛନ୍ତି କିଛି ସାମାଜିକ କର୍ମୀ। ପୋଲିସର ବର୍ବରତା ଥାନାରେ ନିର୍ଯାତନା ନେଇ ବିରୋଧ ପ୍ରଦର୍ଶନ କରିବା ସହ ଏନେଇ ଏହି ଘଟଣା ପଛରେ ଥିବା ବରିଷ୍ଠ ଅଫିସର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ।

ଏନେଇ ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ କହିଛନ୍ତି, ‘ଯେଉଁ ଭଉଣୀ ଜଣକ ଯାହାକୁ ଗିରଫ କରାଗଲା । କିଏ ସେ ଅଫିସର ଯିଏ ଗିରଫ ପାଇଁ ସୂଚନା ଦେଇଥିଲେ । କାହିଁକି ନା ଏଟା ଆଇଆଇସି ସ୍ତରର ନୁହେଁ‌ କଦାପି ହୋଇପାରିବନି । ଯଦି ଗିରଫ ହୁଏ ଉପରିସ୍ଥ ଅଧିକାରR ଠାରୁ ନିର୍ଦ୍ଦେଶ ଆଣି କରିଥିବେ। ଆଇଆଇସି ତ ସର୍ବେ ସର୍ବା ନୁହନ୍ତି କମିଶନରେଟ ପୋଲିସର ନିହାତି ଉପରିସ୍ଥ ଅଧିକାରି କିଏ ଥିବେ। ଯିଏ ବି ଅଛନ୍ତି ଦାୟିତ୍ବରେ ରହୁଛି ଦାୟିତ୍ବବାନ ଅଫିସର ଭାବରେ ଡିଜି ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତତ୍ପରତା ପ୍ରକାଶ କରିଛନ୍ତି । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ନିଲମ୍ବନ କରିକି ତାଙ୍କୁ ଗିରଫ କରି ଝାରପଡ଼ା ଜେଲ ଦେଖାଇବା ଆବଶ୍ୟକ ରହିଛି । ଯଦି ପୋଲିସକୁ ସୁରକ୍ଷା ମାଗିବୁନି କି କାହାକୁ ମାଗିବୁ ।’

ଥାନାରେ ସୁରକ୍ଷିତ ନୁହେଁ ବାହାରେ କେତେ (ETV Bharat Odisha)

ଥାନାରେ ସୁରକ୍ଷିତ ନୁହେଁ ବାହାରେ କେତେ ?

ସେହିପରି ନିବେଦିତା ପଟ୍ଟନାୟକ କହିଛନ୍ତି, ‘ଆମେ ବସିଛୁ ସଚେତନ ନାଗରିକ ହିସାବରେ। ଆଜି ଆମ ଘରେ ହୋଇଛି କାଲି ଆପଣଙ୍କ ଘରେ ଆଉ କାହା ଘରେ ହେବ। ଯଦି ଝିଅଟି ସୁରକ୍ଷା ମାଗିବାକୁ ସେଠିକି ଯାଇକି ଯଦି ସେଠି ସୁରକ୍ଷିତ ନୁହେଁ। ତେବେ ସେ ଝିଅଟି ବାହାରେ‌ କେତେ ସୁରକ୍ଷିତ ଆପଣମାନେ ଅନୁଭବ କରନ୍ତୁ । ଯେଉଁ ଅଫିସର ସୁରକ୍ଷା ଦେବା କଥା ସିଏ ତାଙ୍କ ସୁରକ୍ଷା ବଦଳରେ ତାଙ୍କୁ ନିର୍ଯାତନା ଦେଇଛନ୍ତି । ପୋଲିସ ଆମେ ଦାବି କରୁଛୁ ଚାକିରିରୁ ବାହାର କରାଯାଉ ଓ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଯେଉଁ ଉପରେ ଅଫିସର ପାଖରେ ପାଓ୍ବାର ଅଛି ତାଙ୍କର କାମ ହେଉଛି ଯିଏ ଭୁଲ କରିଛି ତାର ଦାୟିତ୍ବରେ ଅବହେଳା କରିଛନ୍ତି ତା ବିରୋଧରେ ଆକ୍ସନ ନିଆଯାଉ । ନିଲମ୍ବନ କରି କି ଛ’ ମାସ ପରେ ପୁଣି ଚାକିରି ଦେବ । ତାକୁ ଗିରଫ କରି ଝାରପଡ଼ା ପଠାଯାଉ ।’

ଗତକାଲି ପ୍ରଥମଥର ଘଟଣା ବଖାଣିଥିଲେ ପୀଡିତା:

ଚନ୍ଦକା ଥାନା
ଚନ୍ଦକା ଥାନା (ETV Bharat Odisha)

ଗତକାଲି ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସି ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲେ ମେଜରଙ୍କ ବାନ୍ଧବୀ । ସେଦିନ ଭରତପୁର ଥାନାରେ ଉଭୟଙ୍କ ସହ କଣ କଣ ଘଟିଥିଲା କାନ୍ଦି କାନ୍ଦି କହିଥିଲେ ପୀଡିତା । କିଭଳି ଭରତପୁର ତତ୍କାଳୀନ ଆଇଆଇସି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ ଗୋଟି ଗୋଟି କରି ବଖାଣିଥିଲେ ପୀଡିତା । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିରୋଧି ଦଳ ନେତା ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

ଚନ୍ଦକା ଥାନା
ଚନ୍ଦକା ଥାନା (ETV Bharat Odisha)

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା ସମ୍ପର୍କରେ ଅନ୍ୟ କିଛି ଖବର ନିମ୍ନରେ ପଢନ୍ତୁ:

ମେଜର ବାନ୍ଧବୀ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ ଦାବି କଲେ ନବୀନ ପଟ୍ଟନାୟକ, ଜବାବ ରଖିଲା ବିଜେପି

ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ

ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ

ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ ମାମଲା, ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 20, 2024, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.