ETV Bharat / sports

ଚେପକ୍‌ରେ ଇତିହାସ ରଚିଲେ ବୁମ୍‌ରା; ଏହି ରେକର୍ଡ ହାସଲ କରିବାରେ 5ମ ଭାରତୀୟ - Jasprit Bumrah IND vs BAN 1st Test

author img

By ETV Bharat Sports Team

Published : 2 hours ago

India vs Bangladesh test : ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଜସପ୍ରୀତ ବୁମ୍‌ରାଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ବୁମରା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ 400 ୱିକେଟ୍ ପୂରଣ କରିଛନ୍ତି । ଏହା ସହିତ ସେ ତାଙ୍କ ନାମରେ ଏକାଧିକ ବଡ଼ ରେକର୍ଡ ମଧ୍ୟ କରିଛନ୍ତି । ଅଧିକ ପଢ଼ନ୍ତୁ

Jasprit Bumrah
Jasprit Bumrah (ANI Photo)

ଚେନ୍ନାଇ : ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ବୁମରା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବୁମ୍‌ରା 400 ୱିକେଟ ହାସଲ କରିଛନ୍ତି । ଏହି ମାଇଲଖୁଣ୍ଟ ଛୁଇଁବାରେ ବୁମ୍‌ରା 10ମ ଭାରତୀୟ ବୋଲର ହୋଇଛନ୍ତି ।

ଇତିହାସ ରଚିଲେ ବୁମ୍‌ରା :-

ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ଜସପ୍ରୀତ ବୁମ୍‌ରା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର 400 ୱିକେଟ୍ ପୂରଣ କରିଛନ୍ତି । ଭାରତ ପାଇଁ 400 ଅନ୍ତର୍ଜାତୀୟ ୱିକେଟ୍ ହାସଲ କରିଥିବା 10ମ ବୋଲର ହୋଇପାରିଛନ୍ତି । ଏହାସହିତ ସେ ଅଳ୍ପ ସଂଖ୍ୟକ ମ୍ୟାଚ୍ ଏବଂ ଇନିଂସ ଖେଳି 400 ୱିକେଟ୍ ନେବାରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏହି ମ୍ୟାଚରେ ବୁମ୍‌ରା ଶାଦମାନ ଇସଲାମ ଓ ମୁଶଫିକୁର ରହୀମଙ୍କ ପରେ ହାସନ ମହମ୍ମଦଙ୍କୁ ତାଙ୍କ ଶିକାର କରି ଏହି ରେକର୍ଡ ହାସଲ କରିଥିଲେ । ଏହାପରେ ସେ ତସ୍କିନ ଅହମ୍ମଦଙ୍କୁ ମଧ୍ୟ ବୋଲ୍ଡ କରିଥିଲେ । ଏହି ପାଳିରେ ବୁମରା 11 ଓଭର ବୋଲିଂ କରି 50 ରନ୍ ବ୍ୟୟରେ 4ଟି ବହୁମୂଲ୍ଯ ୱିକେଟ୍ ହାସଲ କରିଛନ୍ତି ।

30 ବର୍ଷୀୟ ଦ୍ରୁତ ବୋଲର ବୁମ୍‌ରା ଟେଷ୍ଟ କ୍ରିକେଟରେ ଭାରତ ପାଇଁ ମୋଟ 162 ୱିକେଟ୍ ନେଇଥିବାବେଳେ ଦିନିକିଆ କ୍ରିକେଟରେ 149 ୱିକେଟ୍ ନେଇଛନ୍ତି । ଟି20 କ୍ରିକେଟରେ ବୁମରାଙ୍କ ନାମରେ 89 ୱିକେଟ୍ ରହିଛି । ଏଭଳି ଭାବରେ ସେ 196ଟି ଅନ୍ତର୍ଜାତୀୟ ମ୍ୟାଚର 227 ଇନିଂସ ଖେଳି ମୋଟ 400 ୱିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ରହିଛି 19/6 ।

ଭାରତ ପାଇଁ ଦ୍ରୁତତମ 400 ଅନ୍ତର୍ଜାତୀୟ ୱିକେଟ :-

ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଭାରତ ପାଇଁ ଦ୍ରୁତତମ 400 ଅନ୍ତର୍ଜାତୀୟ ୱିକେଟ୍ ପୂରଣ କରିଥିବା ବୋଲର । ସେ 216 ଇନିଂସରେ 400ଟି ଅନ୍ତର୍ଜାତୀୟ ୱିକେଟ୍ ନେଇଛନ୍ତି । ତାଙ୍କ ପରେ କପିଲ ଦେବ ଦ୍ବିତୀୟ ସ୍ଥାନରେ ଅଛନ୍ତି, ଯିଏ ମୋଟ 220 ଇନିଂସରେ ଏହି ସଫଳତା ହାସଲ କରିଥିଲେ । ତୃତୀୟ ଭାରତୀୟ ହେଉଛନ୍ତି ମହମ୍ମଦ ଶାମି, ଯିଏ 224 ଇନିଂସରେ 400 ଅନ୍ତର୍ଜାତୀୟ ୱିକେଟ୍ ନେଇଛନ୍ତି । 226 ଇନିଂସରେ 400 ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ଅନୀଲ କୁମ୍ବଲେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଜସପ୍ରୀତ ବୁମ୍‌ରା ପଞ୍ଚମ ଭାରତୀୟ ଭାବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି । ସେ 400 ଅନ୍ତର୍ଜାତୀୟ ୱିକେଟ ପୂରଣ କରିବାକୁ 227 ପାଳି ଖେଳିଛନ୍ତି ।

ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ସମ୍ପର୍କିତ ଖବର ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.