ETV Bharat / state

ମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ - WOMEN COMISSION ISSUE IN HC

ଚଳିତ ମାସ 9 ତାରିଖରେ ସଦସ୍ୟଙ୍କୁ ବରଖାସ୍ତ ବିଜ୍ଞପ୍ତି ଜାରି କରିଥିଲେ ରାଜ୍ୟ ସରକାର । ହାଇକୋର୍ଟରେ ପହଞ୍ଚିଥିଲା 3 ମାମଲା । 10 ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ।

ମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
ମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 7:24 AM IST

କଟକ: ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ପ୍ରସଙ୍ଗରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚଲିତମାସ (ନଭେମ୍ବର)୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହିଳା କମିଶନ ସଦସ୍ୟା ।

  • 10 ଦିନ ମଧ୍ୟରେ ଉତ୍ତର ରଖିବେ ରାଜ୍ୟ ସରକାର

ତେବେ ଏହି ମାମଲାରେ ମହିଳା ଓ ଶିଶୁ ବକାଶ ବିଭାଗ ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବ, ମହିଳା କମିସନ ଆବାହକ-ସଚିବଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୧୦ ଦିନ ଭିତରେ ରାଜ୍ୟ ସରକାର ଏହି ମାମଲାରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଆବେଦନକାରୀ ଚାହିଁଲେ ଏକ ସପ୍ତାହ ଭିତରେ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ନଭେମ୍ବର ୯ର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି ପାଇଁ ଆବେଦନକାରୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନ ଉପରେ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଡିସେମ୍ବର ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୟ ବରୱା, ସ୍ବର୍ଣ୍ଣଲତା ସାମଲ ଓ ବବିତା ସ୍ବାଇଁଙ୍କ ତରଫରୁ ଦାୟର ପୃଥକ ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

  • ଦାୟର ହୋଇଥିଲା ତିନୋଟ ପୃଥକ ମାମଲା:-

ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ୨୦୨୪, ନଭେମ୍ବର ୯ରେ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ତିନୋଟି ପୃଥକ ମାମଲା ଦାୟର ହୋଇଛି । ସମସ୍ତ ମାମଲାରେ ନଭେମ୍ବର ୯ର ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀମ‌ାନଙ୍କୁ ମହିଳା କମିସନ ସଦସ୍ୟ ଭାବେ ୨୦୨୩, ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା । ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖରେ ମହିଳା କମିସନଙ୍କ ନିକଟରେ ୫୦୧୭ ବିଚାରାଧୀନ ମାମଲା ରହିଥିଲା । ଦୁଇ ବର୍ଷ ଭିତରେ ୪୧୯୭ ନୂଆ ମାମଲା ରୁଜୁ ହୋଇଥିବା ବେଳେ କମିସନ ୬୪୦୫ ଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ୨୭୫୯ ଟି ବିଚାରାଧୀନ ମାମଲା ରହିଥିଲା । ମହିଳା କମିସନ ସଦସ୍ୟ ଭାବେ କାର୍ଯ୍ୟକାଳ ଭିତରେ ଆବେଦନକାରୀ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ତାଲିମ ଶିବିର, ସେମିନାର, ୱାର୍କସପ୍, ଜେଲ, ଡାକ୍ତରଖାନା ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ସଦସ୍ୟା ବରଖାସ୍ତ

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା

  • ଅକ୍ଟୋବର ୨୮ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ରାଜ୍ୟ ସରକାର

ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଚଳିତବର୍ଷ (୨୦୨୪) ଅକ୍ଟୋବର ୨୮ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆବେଦନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ମାମଲା ଫଇସଲା ଓ କ୍ୟାମ୍ପ କୋର୍ଟ ଆୟୋଜନ କ୍ଷେତ୍ରରେ ଆୟୋଗର ପ୍ରଦର୍ଶନ ସନ୍ତୋଷଜନକ ନଥିବା କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରାଯାଇଥିଲା । ୨୯ ତାରିଖରେ ଆବେଦନକାରୀ ଏହାର ଉତ୍ତର ରଖି ଏ ସଂପର୍କିତ ନଥିପତ୍ର ପ୍ରଦାନ ପାଇଁ ଅନୁରୋଧ କରିଥିବା ବେଳେ ପୁଣି ସେହିଦିନ ଆଉ ଏକ କାରଣଦର୍ଶାଅ ନୋଟିସ୍ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଥିଲା । ନଭେମ୍ବର ୧ ତାରିଖରେ ଆବେଦନକାରୀ ଉତ୍ତର ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନଭେମ୍ବର ୯ ରେ ଆବେଦନକାରୀ ସଦସ୍ୟଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା ।

  • ପଦର ଅପବ୍ୟବହାର ନେଇ କୌଣସି ଅଭିଯୋଗ ନାହିଁ: ଆବେଦନକାରୀ

ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି ଯେ ଦାୟିତ୍ବ ସଂପାଦନ ପାଇଁ ସେମାନେ ମନା କରିଥିବା ବା ନିଜ ପଦର ଅପବ୍ୟବହାର କରିଥିବା ନେଇ କୌଣସି ଅଭିଯୋଗ ନାହଁ । ମହିଳା ଓ ଶିଶୁ ବିକାଶ ବିଭାଗର ସ୍ବତନ୍ତ୍ର ସଚିବଙ୍କ ତରଫରୁ ଜାରି କାରଣ ଦର୍ଶାଅ ନୋଟିସ୍ ଓ ପଦରୁ ବହିଷ୍କାର ଆଦେଶ ମହିଳା କମିସନଙ୍କ ସ୍ବାଧୀନତା ସହିତ କାର୍ଯ୍ୟ କରିବା ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ । ଏପରି କାରଣ ଦର୍ଶାଅ ନୋଟିସ୍ ଓ ‌ନଭେମ୍ବର ୯ତାରିଖର ବିଜ୍ଞପ୍ତି ବେଆଇନ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି । ତେବେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀଙ୍କ ତରଫରୁ ଦାଖଲ ଜବାବ ଉପରେ ବିଚାର କରାଯାଇ ନଭେମ୍ବର ୯ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଆବେଦନକାରୀଙ୍କ ଉତ୍ତର ସନ୍ତୋଷଜନକ ନଥିଲା । ଏହି ପ୍ରକ୍ରିୟାରେ କିଛି ବି ବେଆଇନ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା । ତେବେ ଏହି ମାମଲାକୁ ହାଇକୋର୍ଟ ଏବେ ବିଚାରଯୋଗ୍ୟ ବୋଲି ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.